Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିକଲ୍ ସେଲ୍ ରୋଗ ଉପରେ ସଚେତନତା ସୃଷ୍ଟି ନିମନ୍ତେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ
ଆଜିର ଖବର

ସିକଲ୍ ସେଲ୍ ରୋଗ ଉପରେ ସଚେତନତା ସୃଷ୍ଟି ନିମନ୍ତେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

June 20, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଶ୍ୱ ସିକଲ୍ ସେଲ୍ ଦିବସ ୨୦୨୪ ପାଳନ ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଏହାର ବୌଦ୍ଧିକ ସହଯୋଗୀ ଦିଲ୍ଲୀ ଏମ୍ସର ବିର୍ସା ମୁଣ୍ଡା କେନ୍ଦ୍ର ପକ୍ଷରୁ ନୂଆଦିଲ୍ଲୀଠାରେ ରକ୍ତ ଶିକୁଳି ରୋଗ ବା ସିକଲ୍ ସେଲ୍ ଡିଜିଜ୍ (ଏସସିଡି) ଉପରେ ସଚେତନତା ସୃଷ୍ଟି ପାଇଁ ଏକ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏସସିଡିର ଆନ୍ତର୍ଜାତିକ ସଂକ୍ରମଣକୁ ରୋକିବା ପାଇଁ କାର୍ଯ୍ୟକ୍ରମରେ ବିଶେଷଜ୍ଞଙ୍କ ଏକ ଗୋଷ୍ଠୀ ଏକାଠି ହୋଇଥିଲେ। ଏଥିରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡି.ଡି.ଉଇକେ ଉପସ୍ଥିତ ଥିଲେ।

ଏହି ଦିବସରେ ଦେଶର ୧୭ଟି ରାଜ୍ୟର ୩୪୦ରୁ ଅଧିକ ଉଚ୍ଚ ଏସସିଡି-ସଂକ୍ରମଣ ଥିବା ଜିଲ୍ଲାରେ ୨ ସପ୍ତାହ ବ୍ୟାପୀ ସଚେତନତା ସୃଷ୍ଟି ଏବଂ ସ୍କ୍ରିନିଂ ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଏହି ଅଭିଯାନର ପ୍ରଥମ ଦିନରେ, ପ୍ରାୟ ୧୫,୦୦୦ ସ୍ୱାସ୍ଥ୍ୟ ଶିବିର ସମେତ ବିଭିନ୍ନ ରାଜ୍ୟରେ ୨୫,୦୦୦ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ପାଖାପାଖି ୧୧ ଲକ୍ଷ ଲୋକ ଅଂଶଗ୍ରହଣ କରିଥିଲେ। ଏହି ବିଶାଳ ଅଭିଯାନରେ ପାଖାପାଖି ୪.୬ ଲକ୍ଷ ଲୋକଙ୍କୁ କାଉନସେଲିଂ କରାଯାଇଥିଲା, ପ୍ରାୟ ୧.୫୩ ଲକ୍ଷ ଲୋକଙ୍କର ସ୍କ୍ରିନିଂ କରାଯାଇଥିଲା ଏବଂ ୧.୬୪ ଲକ୍ଷରୁ ଅଧିକ ଏସସିଡି କାର୍ଡ ବଣ୍ଟନ କରାଯାଇଥିଲା।

ସମ୍ମିଳନୀର ଉଦଘାଟନୀ ଅଧିବେଶନ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଓରାମ ଆଶ୍ୱାସନା ଦେଇଥିଲେ ଯେ ତୃଣମୂଳ ସ୍ତରରେ ସମନ୍ୱିତ ପ୍ରୟାସ ମାଧ୍ୟମରେ ଦେଶବ୍ୟାପୀ ସଚେତନତା ସୃଷ୍ଟି ଏବଂ ସ୍କ୍ରିନିଂ ଅଭିଯାନ ଆରମ୍ଭ କରି ଭାରତରୁ ସିକେଲ୍ ସେଲ୍ ରୋଗର ମୂଳୋତ୍ପାଟନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।

ଶ୍ରୀ ଜୁଏଲ ଓରାମ ଗୁଜରାଟରେ ଏସସିଡି ନିରାକରଣ ପାଇଁ କାର୍ଯ୍ୟ କରିବାର ତାଙ୍କର ଅଭିଜ୍ଞତାକୁ ମନେ ପକାଇଥିଲେ । ବିଶେଷ କରି ପ୍ରଭାବିତ ଆଦିବାସୀ ଅଞ୍ଚଳରେ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ସହାୟତାରେ ସାମଗ୍ରିକ ଭାବରେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଜାତୀୟ ସିକଲ୍ ସେଲ୍ ରକ୍ତହୀନତା ନିରାକରଣ ଅଭିଯାନରେ ଶୀର୍ଷ ବିଶେଷଜ୍ଞ ଓ ଡାକ୍ତରମାନେ ଯୋଗଦାନ ଦେବେ, କିନ୍ତୁ ତୃଣମୂଳ ସ୍ତରର କର୍ମଚାରୀଙ୍କ ଯୋଗଦାନ ଦ୍ୱାରା ହିଁ ସଫଳତା ସମ୍ଭବ ହେବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ।

ସ୍ୱାସ୍ଥ୍ୟ ସେବା ପ୍ରତି ମାନବୀୟ ଆଭିମୁଖ୍ୟ ଏବଂ ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବାର ଗୁରୁତ୍ୱ ଉପରେ ରାଷ୍ଟ୍ରମନ୍ତ୍ରୀ ଉଇକେ ଜୋର ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱରେ ୨୦୪୭ ସୁଦ୍ଧା ଭାରତ ନିଶ୍ଚିତ ଭାବରେ ଦେଶରୁ ସିକେଲ ସେଲ୍ ରୋଗ କୁ ଦୂର କରିବାରେ ସଫଳତା ହାସଲ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଉଦଘାଟନୀ ଅଧିବେଶନରେ ଆଦିବାସୀ ବ୍ୟାପାର ସଚିବ ଶ୍ରୀ ବିଭୁ ନାୟାର କହିଥିଲେ ଯେ ଜାତୀୟ ସିକଲ୍ ସେଲ୍ ଆନିମିଆ ନିରାକରଣ ଅଭିଯାନ ଅଧୀନରେ କରାଯାଇଥିବା ପରୀକ୍ଷା ଅନୁଯାୟୀ ସ୍କ୍ରିନିଂ ହୋଇଥିବା ଲୋକଙ୍କ ମଧ୍ୟରୁ ୧୦% ସିକଲ୍ ସେଲ୍ ଟ୍ରେଟ୍ ବାହକ ଏବଂ ୧% ସିକଲ୍ ସେଲ୍ ରୋଗଗ୍ରସ୍ତ ବୋଲି ଜଣାପଡ଼ିଛି। ଅଧିକ ମାମଲା ଚିହ୍ନଟ କରିବା ଏବଂ ଆବଶ୍ୟକ ହସ୍ତକ୍ଷେପ ପ୍ରଦାନ କରିବା ପାଇଁ ମନ୍ତ୍ରଣାଳୟ ଅଧିକ ପରୀକ୍ଷା କରିବାକୁ ଯୋଜନା କରିଛି। ଅତିରିକ୍ତ ସଚିବ (ଆଦିବାସୀ ବ୍ୟାପାର) ଡ. ନବଲ ଜିତ୍ କପୁର ୨୦୪୭ ସୁଦ୍ଧା ଏସସିଡି ଉଚ୍ଛେଦ ପାଇଁ ୧୦ ବର୍ଷର ରୋଡ୍ ମ୍ୟାପ୍ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଇଥିଲେ। ଏମ୍ସର ନିର୍ଦ୍ଦେଶକ ପ୍ରଫେସର ଏମ୍ ଶ୍ରୀନିବାସ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଇଥିଲେ ଯେ ବିର୍ସା ମୁଣ୍ଡା କେନ୍ଦ୍ର କେବଳ ଏସସିଡିର ସ୍କ୍ରିନିଂ ପାଇଁ ସମର୍ପିତ ନୁହେଁ ବରଂ ଏହା ରୋଗ ବିରୋଧରେ ଲଢ଼ିବା ପାଇଁ ଲୋକଙ୍କୁ ସଶକ୍ତ କରିବା ପାଇଁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରିଥାଏ ।

ଏହି ସମ୍ମିଳନୀରେ ଭାରତରେ ସିକଲ୍ ସେଲ୍ ରୋଗ ମୁକାବିଲାର ଆହ୍ୱାନ ଉପରେ ଏକ ପ୍ୟାନେଲ ଆଲୋଚନା ହୋଇଥିଲା, ଯେଉଁଥିରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଏମ୍ସର ହେମାଟୋଲୋଜି ବିଭାଗ ଏବଂ ଏସସିଡି ଉପରେ ଗବେଷଣାରେ ନିୟୋଜିତ ଅନ୍ୟ ପ୍ରମୁଖ ଅନୁଷ୍ଠାନର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସାମିଲ ଥିଲେ।

ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଜୁଏଲ ଓରାମ ନରେନ୍ଦ୍ର ମୋଦୀ ରକ୍ତ ଶିକୁଳି ରୋଗ ସିକଲ୍ ସେଲ୍ ରୋଗ ସ୍କ୍ରିନିଂ ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ ୭ ତାରିଖ ଗୁରୁବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2025

ଗଜପତିରେ ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଲେ ଆଇନ ମନ୍ତ୍ରୀ

August 6, 2025

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ରାଜ୍ୟ ବିଜେପି ସଭାପତିଙ୍କୁ ସ୍ମାରକପତ୍ର ପ୍ରଦାନ

August 6, 2025

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ବାଣିଜ୍ୟିକ ପ୍ରତିଷ୍ଠାନର ଫଳକରେ ଓଡ଼ିଆ ଲେଖାକୁ କଲେ ବାଧ୍ୟତାମୂଳକ

August 6, 2025
Latest News

ଆଜି ଅଗଷ୍ଟ ୭ ତାରିଖ ଗୁରୁବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2025

ଗଜପତିରେ ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଲେ ଆଇନ ମନ୍ତ୍ରୀ

August 6, 2025

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ରାଜ୍ୟ ବିଜେପି ସଭାପତିଙ୍କୁ ସ୍ମାରକପତ୍ର ପ୍ରଦାନ

August 6, 2025

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ବାଣିଜ୍ୟିକ ପ୍ରତିଷ୍ଠାନର ଫଳକରେ ଓଡ଼ିଆ ଲେଖାକୁ କଲେ ବାଧ୍ୟତାମୂଳକ

August 6, 2025

ଭାରତଠାରୁ ୫୦ ପ୍ରତିଶତ ଶୁଳ୍କ ଆଦାୟ କରିବ ଆମେରିକା: ଏହି କାରଣରୁ ଜରିମାନା ଲଗାଇଲେ ଡୋନାଲ୍ଡ ଟ୍ରମ୍ପ 

August 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.