ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କ ବିରୋଧରେ ୟୁପିର ଏକ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ସାଂସଦ-ବିଧାୟକ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି। କୋର୍ଟ ଦେଇଥିବା ଜାମିନ ପ୍ରଦାନକାରୀ ୱାରେଣ୍ଟରେ ସଞ୍ଜୟ ସିଂଙ୍କୁ ଜୁନ୍ ୨୯ ତାରିଖରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ନିର୍ବାଚନ ଆଚରଣ ସଂହିତା ମାମଲାରେ AAP ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ବିରୋଧରେ କୋର୍ଟ ଏକ ୱାରେଣ୍ଟ ଜାରି କରିଛନ୍ତି।
କୋର୍ଟଙ୍କ ନିର୍ଦ୍ଦେଶ ଆସିବା ମାତ୍ରେ AAP ନେତା ସଞ୍ଜୟ ସିଂ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏକ ପୁରୁଣା ମାମଲାରେ ସୁଲତାନପୁର କୋର୍ଟରୁ ମୋ ବିରୋଧରେ ଜାମିନ ପ୍ରଦାନକାରୀ ୱାରେଣ୍ଟ ଜାରି କରାଯାଇଛି। ଗଣମାଧ୍ୟମରେ ଜାମିନ ବିହୀନ ୱାରେଣ୍ଟର ଖବର ଅଛି, ଯାହା ଭୁଲ ଅଟେ। ସେ ଏହି ତ୍ରୁଟି ସଂଶୋଧନ କରିବାକୁ କହିଛନ୍ତି। କିଛି ସମୟ ପୂର୍ବରୁ ଦିଲ୍ଲୀର ଜଳ ସଙ୍କଟ ଉପରେ ସଞ୍ଜୟ ସିଂ ବିଜେପି ଉପରେ ଆକ୍ରମଣ କରିଥିଲେ। ସେ କହିଥିଲେ ଯେ, ବିଜେପି ଲୋକମାନେ ଦିଲ୍ଲୀର ଲୋକଙ୍କ ଅଧିକାରକୁ ହରିୟାଣାକୁ ଦେବାକୁ ଚାହୁଁଛନ୍ତି।