Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲା ଆମେରିକୀୟ କଂଗ୍ରେସର ପ୍ରତିନିଧି ମଣ୍ଡଳୀ
ଆଜିର ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲା ଆମେରିକୀୟ କଂଗ୍ରେସର ପ୍ରତିନିଧି ମଣ୍ଡଳୀ

June 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ସଦନ କମିଟିର ଅଧ୍ୟକ୍ଷ ମାଇକେଲ୍‌ ମ୍ୟାକକଲ୍‌ଙ୍କ ନେତୃତ୍ୱରେ ସାତ ଜଣିଆ ସଦସ୍ୟ ବିଶିଷ୍ଟ ଆମେରିକୀୟ କଂଗ୍ରେସର ପ୍ରତିନିଧି ଦଳ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛି।

ପ୍ରତିନିଧି ଦଳର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ନେନ୍ସି ପାଲୋସୀ, ପ୍ରତିନିଧି ଗ୍ରେଗରୀ ମିକ୍ସ, ପ୍ରତିନିଧି ମେରିଏନେଟ୍‌ ମିଲର-ମିକ୍ସ, ପ୍ରତିନିଧି ନିକୋଲ ମ୍ୟାଲିୟୋଟାକିସ, ପ୍ରତିନିଧି ଅମରୀଶ ବାବୁଲାଲ ‘‘ଅମୀ ବେରା’’ ଏବଂ ପ୍ରତିନିଧି ଜିମ୍‌ ମ୍ୟାକଗବର୍ଣ୍ଣ ସାମିଲ ଥିଲେ।

ପ୍ରତିନିଧି ଦଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତୃତୀୟ ଥର ଲଗାତାର ଐତିହାସିକ ଭାବେ ନିର୍ବାଚିତ ହେବା ପାଇଁ ଶୁଭେଚ୍ଛା ଜଣାଇଥିଲେ।

ସେମାନେ ଭାରତରେ ନିକଟରେ ଅନୁଷ୍ଠିତ ହୋଇଥିବା ସବୁଠୁ ବଡ଼ ଗଣତାନ୍ତ୍ରିକ ପ୍ରକ୍ରିୟାର ବ୍ୟାପକତା, ନିରପେକ୍ଷତା ଓ ପାରଦର୍ଶିତାକୁ ଗଭୀର ଭାବେ ପ୍ରଶଂସା କରିଥିଲେ।

ପ୍ରତିନିଧି ଦଳ ଭାରତ-ଆମେରିକା ସମ୍ପର୍କକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରିବା ସହିତ ବ୍ୟବସାୟ, ନୂଆ ଓ ଉଦୀୟମାନ ପ୍ରଯୁକ୍ତି, ପ୍ରତିରକ୍ଷା, ନାଗରିକ ସମ୍ପର୍କ ସମେତ ସବୁ କ୍ଷେତ୍ରରେ ବ୍ୟାପକ ରଣନୀତିକ ବୈଶ୍ୱିକ ଭାଗିଦାରୀକୁ ଆହୁରି ଗଭୀର କରିବା ଉପରେ ସେମାନଙ୍କର ଦୃଢ଼ ସମର୍ଥନ ବ୍ୟକ୍ତ କରିଥିଲେ।

ଭାରତ-ଆମେରିକା ସମ୍ପର୍କକୁ ଆଗକୁ ବଢ଼ାଇବାରେ ଆମେରିକା କଂଗ୍ରେସର ଲଗାତାର ଓ ଦ୍ୱିପାକ୍ଷିକ ସମର୍ଥନ ଦ୍ୱାରା ନିର୍ବାହ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଏହା ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ପ୍ରତି ସମ୍ମାନ ଓ ନାଗରିକଙ୍କ ମଧ୍ୟରେ ମଜବୁତ ସମ୍ପର୍କ ଉପରେ ଆଧାରିତ। ସେ ବିଶ୍ୱ କଲ୍ୟାଣ ପାଇଁ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ବିଗତ ବର୍ଷ ଜୁନ ମାସରେ ଆମେରିକାକୁ ନିଜର ସରକାରୀ ଗସ୍ତ ସମୟରେ ଦ୍ୱିତୀୟ ଥର ପାଇଁ ଆମେରିକୀୟ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର ସୁଯୋଗ ମିଳିବା ଘଟଣାର ସ୍ମରଣ କରିଥିଲେ।

ଆମେରିକୀୟ କଂଗ୍ରେସ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026
Latest News

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026

ଇସିଙ୍କ ବୟାନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ?

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.