Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଙ୍ଗନବାଡ଼ିର ବିକାଶ ହେଲେ ଉଭୟ ମା’ ଓ ଶିଶୁଙ୍କର ବିକାଶ ହେବ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା 
ଆଜିର ଖବର

ଅଙ୍ଗନବାଡ଼ିର ବିକାଶ ହେଲେ ଉଭୟ ମା’ ଓ ଶିଶୁଙ୍କର ବିକାଶ ହେବ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା 

June 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗତକାଲି ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳା ଶିଶୁ ବିଭାଗର ପରିଦର୍ଶନ କରି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ବିଳମ୍ବ ରାତି ପର୍ଯ୍ୟନ୍ତ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ବିଭାଗୀୟ କାର୍ଯ୍ୟର ସଫଳତା, ଯୋଜନା ଓ ଆହ୍ୱାନ ସମ୍ପର୍କରେ ଉପସ୍ଥାପନ କରିଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ତୃଣମୂଳ ସ୍ତରର ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝିବା ସହିତ ବିଭିନ୍ନ ବିଭାଗର ସହଭାଗିତାରେ ସମସ୍ୟାର ସମାଧାନ କରି କିପରି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିବ, ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେଇ ଅଙ୍ଗନବାଡି ସଦସ୍ୟଙ୍କୁ ରେଗୁଲାର ତାଲିମ ଓ ବୀମା ସୁବିଧା ଯୋଗେଇଦେବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଙ୍ଗନବାଡିରେ ଦିଆଯାଉଥିବା ଛତୁଆ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତିକୁ ନିୟମିତ ଯାଞ୍ଚ କରିବା ସହ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଏଥି ସହ ଅଙ୍ଗନବାଡି କେନ୍ଦ୍ର ଦ୍ୱାରା ‘ଯୋଗ’କୁ ମା’ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆହୁରି ପୁଣି ମହିଳା ହେଲ¬ଲାଇନର କାର୍ଯ୍ୟକାରିତାକୁ ଯାଞ୍ଚ କରିବା ପାଇଁ ବୈଠକରେ ବସି ମହିଳା ହେଲ¬ଲାଇନ ନମ୍ବରକୁ ଟେଷ୍ଟ କଲ ମଧ୍ୟ କରିଥିଲେ। କର୍ମଜୀବୀ ମହିଳା ହସେଫଲର ସଂଖ୍ୟାକୁ ତ୍ୱରାନ୍ୱିତ କରି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କ୍ରେଚର ସୁବିଧା ଯୋଗେଇଦବାକୁ ସେ ପରାମର୍ଶ ଦେଇଛନ୍ତି।

ସୁଭଦ୍ରା ଯୋଜନାରେ ମାର୍ଗଦର୍ଶିକ ପ୍ରସ୍ତୁତ କରି ୧୦୦ ଦିନରେ ଏହାକୁ କାର୍ଯ୍ୟକାରୀ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳାଙ୍କ ପ୍ରତି ଅପରାଧ (crime  ଚ୍ଚଜ୍ଜଚ୍ଚinଟଟ୍ଟ wଞ୍ଚmen)କୁ ଅଗ୍ରାଧିକାର ଦେଇ ଶ୍ରୀମତୀ ପରିଡା ମହିଳା ଓ ଶିଶୁ ବିଭାଗ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ମହିଳା ଆୟୋଗକୁ ଅପୋଷ ସମାଧାନ ଓ କ୍ୟାମ୍ପ କୋର୍ଟ ଦ୍ୱାରା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପେଣ୍ଡିଂ କେସ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବିଶାଖା ଗାଇଡଲାଇନ କାର୍ଯ୍ୟକାରୀ କରିବା ବିଷୟରେ ତର୍ଜମା କରିବାକୁ ମନ୍ତ୍ରୀ ଶ୍ରୀମତୀ ପରିଡ଼ା ବିଭାଗକୁ ପ୍ରସ୍ତାବ ଦେଇଛନ୍ତି।

ଏହି ସମୀକ୍ଷା ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଓ ବିଭାଗୀୟ ନିର୍ଦ୍ଦେଶକ ମୋନିଶା ବାନାର୍ଜୀଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଅଙ୍ଗନବାଡି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମା’ ଓ ଶିଶୁ
Share. Facebook Twitter LinkedIn Email WhatsApp Copy Link

Related Posts

୧୪ ବରିଷ୍ଠ ଓଏଏସ୍ ସ୍ୱତନ୍ତ୍ର ଶାସନ ସଚିବ ପାହ୍ୟାକୁ ପଦୋନ୍ନତି

September 18, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକକୁ ଧକ୍କା ଦେଇ ନାଳକୁ ଖସିଲା ବୋଲେରୋ, ବାପ-ପୁଅ ଓ ନାତିଙ୍କ ମୃତ୍ୟୁ

September 18, 2026

ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ

September 18, 2026

ପୂର୍ବତଟ ରେଳପଥର ସ୍ୱଚ୍ଛତା ହିଁ ସେବା- ୨୦୨୬ ଅଭିଯାନ ଆରମ୍ଭ

September 18, 2026
Latest News

୧୪ ବରିଷ୍ଠ ଓଏଏସ୍ ସ୍ୱତନ୍ତ୍ର ଶାସନ ସଚିବ ପାହ୍ୟାକୁ ପଦୋନ୍ନତି

September 18, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକକୁ ଧକ୍କା ଦେଇ ନାଳକୁ ଖସିଲା ବୋଲେରୋ, ବାପ-ପୁଅ ଓ ନାତିଙ୍କ ମୃତ୍ୟୁ

September 18, 2026

ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ

September 18, 2026

ପୂର୍ବତଟ ରେଳପଥର ସ୍ୱଚ୍ଛତା ହିଁ ସେବା- ୨୦୨୬ ଅଭିଯାନ ଆରମ୍ଭ

September 18, 2026

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.