Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଆଜିର ଖବର

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ଆଜି ନୂଆଦିଲ୍ଲୀର ଲୋଧି ଗାର୍ଡେନ ଠାରେ ‘ସ୍ୱୟଂ ଏବଂ ସମାଜ ପାଇଁ ଯୋଗ’ ଶୀର୍ଷକ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇୱାଇଡି) ପାଳିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ଯୋଗ ଅଧିବେଶନରେ ଅଂଶଗ୍ରହଣ କରି ସମସ୍ତଙ୍କୁ ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଉନ୍ନତି ପାଇଁ ଯୋଗର ଶକ୍ତିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ। ଭାରତୀୟ ଯୋଗ ଅଭ୍ୟାସକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଶ୍ରେୟ ଦେଇଥିଲେ। ଯୋଗପ୍ରେମୀମାନେ ଆଜି ବିଶ୍ୱ ସ୍ୱାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଯୋଗଦାନ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ତାମିଲନାଡୁର ନୀଳଗିରି ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପେରିଆନାୟକନ ପଲାୟମ ଅଞ୍ଚଳରେ ଥିବା ରାମକୃଷ୍ଣ ମିଶନ ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡଃ ଏଲ୍ ମୁରୁଗାନ୍ ଯୋଗ ଦେଇଥିଲେ। ତାଙ୍କ ସହ ରାମକୃଷ୍ଣ ମିଶନ ବିଦ୍ୟାଳୟ କମ୍ପାନୀ ସେକ୍ରେଟାରୀ ସ୍ୱାମୀ କରିସ୍ମାନନ୍ଦ ମହାରାଜ ଉପସ୍ଥିତ ଥିଲେ।

ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଯୋଗ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ପ୍ରଧାନ ମହାନିର୍ଦ୍ଦେଶିକା ଶେଫାଳି ଶରଣଙ୍କ ନେତୃତ୍ୱରେ ଅନୁଷ୍ଠାନର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗାଭ୍ୟାସ କରିଥିଲେ।

ଅନ୍ତର୍ଜାତୀୟ ଯୋଗ ଦିବସ ଅଶ୍ୱିନୀ ବୈଷ୍ଣବ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାକୁ କ୍ୟାବିନେଟ ମଂଜୁରୀ, ଖର୍ଚ୍ଚ ହେବ ୧୨,୦୦୦ କୋଟି ଟଙ୍କା

September 29, 2025

ଅଭିଷେକ ଶର୍ମାଙ୍କୁ ମିଳିଲା ଆରମଦାୟକ SUV, ଭାରତରେ ଏହାର ମୂଲ୍ୟ କେତେ?

September 29, 2025

ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ହେଲେ ଜଣେ ଓଡିଆ, ବିଭିନ୍ନ ମହଲରୁ ଶୁଭେଚ୍ଛା

September 29, 2025

କରୁର ଦୁର୍ଘଟଣାର ତଦନ୍ତ କରିବ ଏନଡିଏ: ହେମା ମାଳିନୀଙ୍କ ନେତୃତ୍ୱରେ ୮ ଜଣିଆ ପ୍ରତିନିଧିମଣ୍ଡଳ ଗଠନ

September 29, 2025
Latest News

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାକୁ କ୍ୟାବିନେଟ ମଂଜୁରୀ, ଖର୍ଚ୍ଚ ହେବ ୧୨,୦୦୦ କୋଟି ଟଙ୍କା

September 29, 2025

ଏଣିକି ବାଣିଜ୍ୟିକ ପ୍ରତିଷ୍ଠାନର କାର୍ଯ୍ୟ ସମୟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି, ମିଳିଲା କ୍ୟାବିନେଟ ମଂଜୁରୀ

September 29, 2025

ଅଭିଷେକ ଶର୍ମାଙ୍କୁ ମିଳିଲା ଆରମଦାୟକ SUV, ଭାରତରେ ଏହାର ମୂଲ୍ୟ କେତେ?

September 29, 2025

ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ହେଲେ ଜଣେ ଓଡିଆ, ବିଭିନ୍ନ ମହଲରୁ ଶୁଭେଚ୍ଛା

September 29, 2025

କରୁର ଦୁର୍ଘଟଣାର ତଦନ୍ତ କରିବ ଏନଡିଏ: ହେମା ମାଳିନୀଙ୍କ ନେତୃତ୍ୱରେ ୮ ଜଣିଆ ପ୍ରତିନିଧିମଣ୍ଡଳ ଗଠନ

September 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.