“ଆମେ ଶକ୍ତିଶାଳୀ ଅଟୁ”: ବାଚସ୍ପତି ପାଇଁ ‘INDIA’ ପ୍ରାର୍ଥୀ ଦେବା ପରେ କହିଲେ ଡିମ୍ପଲ୍ ଯାଦବ

Published: Jun 25, 2024, 2:43 pm IST

ନୂଆଦିଲ୍ଲୀ: ୧୮ ତମ ଲୋକସଭାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଇଣ୍ଡିଆ ଆଲାଇନ୍ସ ପକ୍ଷରୁ ୮ଥର କଂଗ୍ରେସ ସାଂସଦ କେ ସୁରେଶଙ୍କୁ ପ୍ରାର୍ଥୀ କରାଯାଇଛି। ସମାଜବାଦୀ ପାର୍ଟିର ମେନପୁରୀ ସାଂସଦ ଡିମ୍ପଲ ଯାଦବ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବିରୋଧୀ ଦଳ ଏଥର ଶକ୍ତିଶାଳୀ ଏବଂ ଏହା ଭଲ ଯେ ଆମେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଇଛୁ।

ଲୋକସଭା ବାଚସ୍ପତି ପଦ ପାଇଁ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଏକମତ ହୋଇପାରିଲା ନାହିଁ। ଆଜି କଂଗ୍ରେସ ସାଂସଦ କେ ସୁରେଶ ବିରୋଧୀ ଦଳ ପକ୍ଷରୁ ଏହି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଆରଏସପି ନେତା ଏନ.କେ ପ୍ରେମଚନ୍ଦ୍ରନ କହିଛନ୍ତି ଯେ, ସୁରେଶ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗତ ଲୋକସଭାରେ ଲୋୟର ହାଉସର ବାଚସ୍ପତି ଥିବା ଓମ ବିର୍ଲା ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର ପ୍ରାର୍ଥୀ ଭାବରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Related posts