ଖୋର୍ଦ୍ଧାରେ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅନୈତିକ କାରବାର ବିରୋଧୀ ଦିବସ ପାଳିତ

Published: Jun 26, 2024, 6:33 pm IST

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଅବକାରୀ ବିଭାଗ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ଙ୍କ ମିଳିତ ସହଯୋଗରେ ଏକ ରାଲି ସକାଳ ୭ ଘଟିକା ସମୟରେ ବାହାରି ଖୋର୍ଦ୍ଧା ସହର ଅତିକ୍ରମ କରି ଟାଉନ ହଲ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏଥି ସହ ଏକ ସୁସଜ୍ଜିତ ରଥକୁ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଏବଂ ଉପ ଜିଲ୍ଲାପାଳ ଦିପ୍ତି ରଞ୍ଜନ ସେଠୀ ସବୁଜ ପତାକା ହଲାଇ ଶୁଭାରମ୍ଭ କରିବା ପରେ ଏହା ରାଲିର ଆଗେ ଆଗେ ନିଶା ଅପବ୍ୟବହାର ଉପରେ ସ୍ଲୋଗାନ ଦେଇ ଲୋକମାନଙ୍କୁ ଜାଗ୍ରତ କରାଇ ଟାଉନ ହଲ ରେ ପହଞ୍ଚିଥିଲା। ତାହା ପରେ ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପହଞ୍ଚି ନିଶା ଅପ ବ୍ୟବହାର ବାର୍ତ୍ତା ପ୍ରଚାର କରିଥିଲା।

ଏହି ରାଲିରେ ଜିଲ୍ଲା ପ୍ରଶାସନ ଖୋର୍ଦ୍ଧା, ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ, ଅଧିକାରୀ ଏବଂ ଏନ.ଜି.ଓ ସହଭାଗୀ ପ୍ରଜାପୀତା ବ୍ରହ୍ମା କୁମାରୀ ପ୍ରମୁଖ ସହର ପରିକ୍ରମା କରି ଟାଉନ ହଲ ପର୍ଯ୍ୟନ୍ତ ସାମିଲ ହୋଇଥିଲେ।

ଏହା ପରେ ସକାଳ ୧୧ ଘଟିକା ସମୟ ରେ ଜୟୀ ରାଜଗୁରୁ ଟାଉନ ହଲ ଠାରେ ଏକ ବୈଠକ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ, ପ୍ରତିଯୋଗିତା ରେ ସଫଳ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ ଏବଂ ଡ୍ରଗ ମୃତ୍ୟୁ ତଥା ବେଆଇନ କାରବାର ବିରୁଦ୍ଧ ରେ ଆନ୍ତର୍ଜାତିୟ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ରୂପଶ୍ରୀରାଣୀ ଗୁମାନସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ ପ୍ରମୁଖ ଏହି ଉତ୍ସବ ରେ ଉପସ୍ଥିତ ଥିଲେ। ନିଜ ବକ୍ତବ୍ୟରେ ସେମାନେ ଯୁବ ପିଢୀଙ୍କୁ ଭ୍ରାନ୍ତ ଯୁବକ ଓ ନିଶାଖୋର ମାନଙ୍କ ଠାରୁ ଏବଂ ନିଶା ସେବନ ରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲେ।ଶେଷରେ ଧନ୍ୟବାଦ ସହ ସଭା ସାଙ୍ଗ କରାଯାଇଥିଲା।

Related posts