Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଇଣ୍ଡିଆ ହାଉସ୍‌‍ ଅଲିମ୍ପିକ ଆନ୍ଦୋଳନରେ ଭାରତର ପ୍ରଗତିକୁ ଦର୍ଶାଇବ”: ନୀତା ଏମ୍‌‍ ଅମ୍ବାନୀ
ଆଜିର ଖବର

“ଇଣ୍ଡିଆ ହାଉସ୍‌‍ ଅଲିମ୍ପିକ ଆନ୍ଦୋଳନରେ ଭାରତର ପ୍ରଗତିକୁ ଦର୍ଶାଇବ”: ନୀତା ଏମ୍‌‍ ଅମ୍ବାନୀ

June 27, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏବେଠାରୁ ଠିକ୍‌‍ ଏକ ମାସ ପରେ ଆରମ୍ଭ ହେବାକୁ ଯାଉଥିବା ପ୍ୟାରିସ ୨୦୨୪ ଅଲିମ୍ପିକରେ କେତେ ରେକର୍ଡ ଭାଙ୍ଗିବ, କିନ୍ତୁ ଭାରତ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ ହେବ ଅଲିମ୍ପିକ ଖେଳରେ ପ୍ରଥମ କଣ୍ଟ୍ରି ହାଉସ୍‌‍। ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ସହିତ ସହଭାଗୀତାରେ ପ୍ରସ୍ତୁତ କରାଯାଉଥିବା ଇଣ୍ଡିଆ ହାଉସ୍‌‍ ଦେଶର ସମୃଦ୍ଧ ସାଂସ୍କୃତିକ ଏବଂ ଖେଳ ପରମ୍ପରାକୁ ନେଇ ଉତ୍ସବ ମନାଇବ। ଯେଉଁଥିରେ ପ୍ରଯୁକ୍ତି ଏବଂ ଡିଜିଟାଲକରଣରେ ପ୍ରଗତି ସହିତ ଭାରତର ଗୌରବମୟ ଅତୀତ, ଜୀବନ୍ତ ବର୍ତ୍ତମାନ ଏବଂ ରୋମାଞ୍ଚକ ଭବିଷ୍ୟତକୁ ପ୍ରଦର୍ଶିତ କରାଯିବ। ଇଣ୍ଡିଆ ହାଉସ୍‌‍ ସାରା ଦୁନିଆର ଆଥଲେଟ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏବଂ ଖେଳପ୍ରେମୀଙ୍କ ପାଇଁ ନିଜର ଦ୍ୱାର ଉନ୍ମୁକ୍ତ କରିବାକୁ ପ୍ରସ୍ତୁତି ଚଳାଇଛି, ଯାହା ଭାରତ ଏବଂ ଭାରତୀୟତାର ନିଦର୍ଶନ ଅର୍ଥାତ୍‌, ଏକତା, ବିବିଧତା ଏବଂ ଉତ୍କୃଷ୍ଟତାର ଭାବନାକୁ ଜୀବନ୍ତ କରି ଗଢିତୋଳିବ।

ଆଇଓସି ସଦସ୍ୟା ଏବଂ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଚେୟାରପର୍ସନ ଶ୍ରୀମତୀ ନୀତା ଏମ୍‌‍. ଅମ୍ବାନୀ ଇଣ୍ଡିଆ ହାଉସ୍‌‍ର ମହତ୍ତ୍ୱ ସମ୍ପର୍କରେ କହିଛନ୍ତି, “ପ୍ୟାରିସ ଅଲିମ୍ପିକ ଖେଳରେ ପ୍ରଥମ ଥର ଇଣ୍ଡିଆ ହାଉସ୍‌‍ର ଘୋଷଣା କରି ମୁଁ ବହୁତ ଖୁସି ଏବଂ ଆନନ୍ଦିତ। ୪୦ ବର୍ଷ ପରେ, ଗତବର୍ଷ ଭାରତରେ ହୋଇଥିବା ଆଇଓସି ଅଧିବେଶନ ଆମର ଅଲିମ୍ପିକ ଯାତ୍ରାରେ ଏକ ମହତ୍ତ୍ୱପୂର୍ଣ୍ଣ ମାଇଲ୍ଖୁଣ୍ଟ ଥିଲା। ଇଣ୍ଡିଆ ହାଉସ୍‌‍ର ଶୁଭାରମ୍ଭ ସହିତ ଏହି ଗତିକୁ ନିରନ୍ତର ବଜାୟ ରଖି ଆମେ ବେଶ ଆନନ୍ଦିତ ଅଛୁ- ଏହା ଏକ ଏଭଳି ସ୍ଥାନ ଯେଉଁଠାରେ ଆମେ ନିଜର ଆଥଲେଟମାନଙ୍କୁ ସମ୍ମାନ ଜଣାଇବୁ, ନିଜ ବିଜୟର ଉଲ୍ଲାସ ମନାଇବୁ, ନିଜର କଥା ଓ କାହାଣୀଗୁଡିକୁ ପରିପ୍ରକାଶ କରିବୁ ଏବଂ ସାରା ଦୁନିଆକୁ ଭାରତରେ ସ୍ୱାଗତ କରିବୁ।”

ସେ ପୁନଶ୍ଚ କହିଛନ୍ତି, “ଆମର ପୁରା ବିଶ୍ୱାସ ରହିଛି ଯେ ଇଣ୍ଡିଆ ହାଉସ୍‌‍ ଅଲିମ୍ପିକ ଆନ୍ଦୋଳନ ଭାରତକୁ ଆଣିବା ପାଇଁ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ ହେବ!”

ଭାରତୀୟ ଅଲିମ୍ପିକ ସଂଘର ସଭାପତି ପି ଟି ଉଷା କହିଛନ୍ତି ଯେ, “ରିଲାଏନ୍ସ ଫାଉଣ୍ଡେସନ ସହିତ ସହଭାଗୀତାରେ ଇଣ୍ଡିଆ ହାଉସ୍‌‍ର ଉଦ୍‌‍ଘାଟନ, ପ୍ୟାରିସ ଅଲିମ୍ପିକରେ ଭାରତୀୟ ପ୍ରଶଂସକ ଏବଂ ଆଥଲେଟମାନଙ୍କ ନିମନ୍ତେ ଅନ୍ୟତମ ମୁଖ୍ୟ ଆକର୍ଷଣ ହେବ। ଏହା ପ୍ରଶଂସକ ଏବଂ ଅନ୍ୟ ଦେଶର ଲୋକଙ୍କ ପାଇଁ ଭାରତ ସମ୍ପର୍କରେ ଅଧିକ ଜାଣିବା ଏବଂ କେଉଁ ବିଷୟ ଭାରତକୁ ଏଭଳି ସ୍ୱତନ୍ତ୍ର କରି ଗଢିତୋଳୁଛି, ସେ ସମ୍ପର୍କରେ ଜାଣିବାର ସୁଯୋଗ ପ୍ରଦାନ କରିବ। ଭାରତ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିବାରେ ନିଜର ଯୋଗ୍ୟତା ପ୍ରତିପାଦିତ କରିଛି। ଇଣ୍ଡିଆ ହାଉସ୍‌‍ ଏକ କ୍ରୀଡା ରାଷ୍ଟ୍ର ଭାବରେ ତଥା ଅଲିମ୍ପିକ ଆନ୍ଦୋଳନରେ ଆମ ଦ୍ୱାରା କରାଯାଇଥିବା ପ୍ରଗତିକୁ ଦର୍ଶାଇବ। ମୁଁ ଏହି ଅବସରରେ ଭାରତର ଅଲିମ୍ପିକ ଆନ୍ଦୋଳନକୁ ଆଗକୁ ବଢାଇବା ନିମନ୍ତେ ଆଇଓସି ସଦସ୍ୟା ଶ୍ରୀମତୀ ନୀତା ଅମ୍ବାନୀଙ୍କୁ ଧନ୍ୟବାଦ ଦେଉଛି।”

ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ପ୍ରଦର୍ଶନ:

ପ୍ରତିଷ୍ଠିତ ପାର୍କ ଡେ ଲା ବିଲେଟରେ ଅବସ୍ଥିତ ଇଣ୍ଡିଆ ହାଉସ୍‌‍ ନେଦରଲାଣ୍ଡ, କାନାଡା, ବ୍ରାଜିଲ ଏବଂ ଫ୍ରାନ୍ସ ଭଳି ସାରା ବିଶ୍ୱର ୧୪ କଣ୍ଟ୍ରି ହାଉସ୍‌‍ ମଧ୍ୟରେ ଅନ୍ୟତମ ହେବ । ଇଣ୍ଡିଆ ହାଉସ୍‌‍ ଦୁନିଆକୁ ଭାରତର ପ୍ରତିଭା, କ୍ଷମତା ଏବଂ ମହତ୍ୱାକାଂକ୍ଷାର ଏକ ଝଲକ ଦେଖାଇବାର ପ୍ରତିଶ୍ରତି ଦେଉଛି – ଏଥିରେ ସଂସ୍କୃତି ଠାରୁ ନେଇ କଳା ଏବଂ କ୍ରୀଡାରୁ ନେଇ ଯୋଗ, ହସ୍ତଶିଳ୍ପ, ସଂଗୀତ ଏବଂ ଭାରତୀୟ ନୃତ୍ୟସମୂହର ପ୍ରଦର୍ଶନ, ପାରମ୍ପରିକ ବ୍ୟଞ୍ଜନ ପର୍ଯ୍ୟନ୍ତ ଅନେକ କିଛି ସାମିଲ ହେବ।

ଭାରତୀୟ ଆଥଲେଟ ଏବଂ ପ୍ରଶଂସକଙ୍କ ପାଇଁ ଘର ଠାରୁ ଦୂରରେ ଆଉ ଏକ ଘର:

ଇଣ୍ଡିଆ ହାଉସ୍‌‍ର ଉଦ୍ଦେଶ୍ୟ ହେଉଛି ଦେଶର ଆଥଲେଟଙ୍କ ପାଇଁ ଘର ଠାରୁ ଦୂରରେ ଆଉ ଏକ ଘର ବନାଇବା ଏବଂ ଭାରତର ବିଜୟ ଏବଂ ପଦକଗୁଡିକୁ ନେଇ ଆନନ୍ଦ ଉଲ୍ଲାସ ମନାଇବା । ଏହା ଆଗନ୍ତୁକଙ୍କ ପାଇଁ ବିଶିଷ୍ଟ ଖେଳାଳିମାନଙ୍କ ସହିତ ବାର୍ତ୍ତାଳାପ କରିବା ଏବଂ ସାଙ୍ଗସାଥୀଙ୍କ ସହିତ ଆନନ୍ଦଦାୟକ କାର୍ଯ୍ୟକ୍ରମ ଦେଖିବାର ସ୍ଥାନ ମଧ୍ୟ ହେବ, କାରଣ ଏହା ସମସ୍ତ ଦେଶଗୁଡିକର ଗଣମାଧ୍ୟମ ଏବଂ ପ୍ରଶଂସକଙ୍କ ନିମନ୍ତେ ଉନ୍ମୁକ୍ତ ରହିବ । ପ୍ରମୁଖ ଭାରତୀୟ କାର୍ଯ୍ୟକ୍ରମଗୁଡିକ ନିମନ୍ତେ ୱାଚ୍‌‍ ପାର୍ଟିଗୁଡିକ ବିଶେଷ ଭାବରେ ଇଣ୍ଡିଆ ହାଉସରେ ଭାରତରେ ଅଲିମ୍ପିକ ଖେଳ ନିମନ୍ତେ ବିଶେଷ ମିଡିଆ ଅଧିକାରଧାରକ ଭାୟକମ୍‌‍ ୧୮ ସହିତ ସହଭାଗିତାରେ ଆୟୋଜନ କରାଯିବ ।

ଭାରତର ଅଲିମ୍ପିକ ଯାତ୍ରା ଏବଂ ମହତ୍ୱାକାଂକ୍ଷାର ଆନନ୍ଦ ଉଲ୍ଲାସ ପାଳନ:

ଇଣ୍ଡିଆ ହାଉସ ପକ୍ଷରୁ ୧୯୨୦ରେ ଆଇଓଏ ତତ୍ତ୍ୱାବଧାନରେ ପ୍ରଥମ ଥର ଅଲିମ୍ପିକ ଖେଳରେ ଭାରତର ଅଂଶଗ୍ରହଣର ୧୦୦ ବର୍ଷ ପୂରଣର ଉତ୍ସବ ପାଳନ କରାଯିବ । ଏହା ଖେଳ ଜଗତରେ ଏକ ମଜଭୁତ ଦାବିଦାର ଭାବରେ ଭାରତର ବିକାଶର ପ୍ରତୀକ ଏବଂ ଅଲିମ୍ପିକ ଆନ୍ଦୋଳନ ପ୍ରତି ଦେଶର ଅତୁଟ ପ୍ରତିବଦ୍ଧତା ଏବଂ ଭବିଷ୍ୟତରେ ଅଲିମ୍ପିକ ଖେଳର ଆୟୋଜନ କରିବା ନିମନ୍ତେ ମହତ୍ୱାକାଂକ୍ଷାକୁ ଦର୍ଶାଉଛି ।

ଭାରତର ଝରକାରେ ଭାରତୀୟତାର ଝଲକ:

ପ୍ୟାରିସରେ ଇଣ୍ଡିଆ ହାଉସ୍‌‍ ଭାରତୀୟ ସଂସ୍କୃତିର ସମୃଦ୍ଧ ଏବଂ ବିବିଧତାପୂର୍ଣ୍ଣ ଛବିକୁ ପ୍ରଦର୍ଶନ କରିବାର ଏକ ମଞ୍ଚ ଭାବରେ କାର୍ଯ୍ୟ କରିବ। ଝରକାର ଜଟିଳ ଡିଜାଇନ ଦ୍ୱାରା ପ୍ରେରିତ ଏହାର ଲୋଗୋ (ପ୍ରତୀକ ଚିହ୍ନ) ଭାରତର ଉତ୍ସାହ, ସାହସ ଏବଂ ପ୍ରଗତିର ପ୍ରତୀକ ଅଟେ। ଭାରତର ଇନ୍ଦ୍ରଧନୁ ରଙ୍ଗରେ ପ୍ରସ୍ତୁତ ଲୋଗୋ ଦେଶର ବିବିଧତାର ସାରାଂଶକୁ ଅତି ସୁନ୍ଦର ଭାବରେ ପ୍ରଦର୍ଶିତ କରୁଛି। ପ୍ୟାରିସରେ ଇଣ୍ଡିଆ ହାଉସ୍‌‍ ଭାରତର ସାଂସ୍କୃତିକ ରଙ୍ଗରେ ରଙ୍ଗାୟିତ କରିବା ନିମନ୍ତେ ଅତିଥିମାନଙ୍କୁ ଆମନ୍ତ୍ରିତ କରିବ।

ସାମୂହିକ ପ୍ରୟାସ:

ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ପ୍ରମୁଖ ସହଭାଗୀ ଭାବରେ ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ସ୍ଥାପିତ, ଇଣ୍ଡିଆ ହାଉସ୍‌, ଭାରତୀୟ ଖେଳକୁ ବିଶ୍ୱସ୍ତରରେ ଉପରକୁ ଉଠାଇବା ନିମନ୍ତେ ଏକ ସାମୂହିକ ପ୍ରୟାସର ପ୍ରତିନିଧିତ୍ୱ କରୁଛି। ଭାୟକମ୍‌‍ ୧୮, ଜିଓସିନେମା ଏବଂ ସ୍ପୋର୍ଟସ୍‌‍ ୧୮ ନେଟୱର୍କରେ ଅଲିମ୍ପିକ ଗେମ୍‌‍ସ୍‌‍ ପ୍ୟାରିସ ୨୦୨୪ର ସର୍ବଶ୍ରେଷ୍ଠ ପ୍ରସାରଣ ପ୍ରଦାନ କରିବ। ଖେଳଗୁଡିକ ପାଇଁ ମିଡିଆ ଅଧିକାରଧାରକ ଭାବରେ ଭାୟକମ୍‌‍ ୧୮ର ବ୍ୟାପକ ପ୍ରସ୍ତୁତିରେ ଭାରତୀୟ ପ୍ରଶଂସକଙ୍କ ନିମନ୍ତେ ଉଚ୍ଚମାନର କାର୍ଯ୍ୟକ୍ରମ ସହିତ ଅସାଧାରଣ ଭାରତୀୟ ଆଥଲେଟଙ୍କ ଉପରେ ମଧ୍ୟ ସୂଚନା ପ୍ରଦାନ କରାଯିବ। ଅଲିମ୍ପିକରେ ଐତିହାସିକ ପ୍ରଦର୍ଶନଗୁଡିକୁ ମଧ୍ୟ ସୁନ୍ଦର ଭାବରେ ପ୍ରସାରିତ କରାଯିବ।

ଅଲିମ୍ପିକ ପି.ଟି ଉଷା ପ୍ୟାରିସ ଭାରତୀୟ ଅଲିମ୍ପିକ ସଂଘ ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025

ଗତ ୧୦ ଦିନ ଧରି ସୁନା ଦରରେ ନିରନ୍ତର ହ୍ରାସ, ଜାଣନ୍ତୁ ଭବିଷ୍ୟତର ଧାରା

August 20, 2025

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025
Latest News

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025

ଗତ ୧୦ ଦିନ ଧରି ସୁନା ଦରରେ ନିରନ୍ତର ହ୍ରାସ, ଜାଣନ୍ତୁ ଭବିଷ୍ୟତର ଧାରା

August 20, 2025

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.