Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ଦକ୍ଷତା କେନ୍ଦ୍ରର “ସ୍କୁଲ ଅଫ୍ ସର୍ଭିସେସ୍‌” ବିଭାଗରେ ନାମଲେଖା ଲାଗି ଆଜିଠୁ ଅନଲାଇନ ଆବେଦନ
ଆଜିର ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରର “ସ୍କୁଲ ଅଫ୍ ସର୍ଭିସେସ୍‌” ବିଭାଗରେ ନାମଲେଖା ଲାଗି ଆଜିଠୁ ଅନଲାଇନ ଆବେଦନ

June 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଦେଶ ବିଦେଶରେ ବ୍ୟୁଟି ଥେରାପି ଏବଂ ହେୟାର ଡ୍ରେସିଂ କ୍ଷେତ୍ରରେ ଭଲ ଚାହିଦା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର “ସ୍କୁଲ ଅଫ୍ ସର୍ଭିସେସ୍‌” ବିଭାଗ ଅଧୀନରେ ଅତ୍ୟାଧୁନିକ “ବ୍ୟୁଟି ଆଣ୍ଡ ୱେଲନେସ୍‌” (ବ୍ୟୁଟି ଥେରାପି ଏବଂ ହେୟାର ଡ୍ରେସିଂ) ପାଠ୍ୟକ୍ରମରେ ନାମଲେଖା ଲାଗି ଅନଲାଇନ ଆବେଦନ ଆହ୍ଵାନ କରାଯାଇଛି।

୨୦୨୪-୨୫ ଶିକ୍ଷାବର୍ଷର ସେପ୍ଟେମ୍ବର ସେସନ ଲାଗି ବିଶ୍ୱ ଦକ୍ଷତା କେନ୍ଦ୍ରରେ “ସ୍କୁଲ ଅଫ୍ ଇଞ୍ଜିନିୟରିଂ” ବିଭାଗର ମୋଟ ୬ଟି ପାଠ୍ୟକ୍ରମରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଚାଲିଛି। ଏବେ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗର “ବ୍ୟୁଟି ଅ ।ଣ୍ଡ ୱେଲନେସ୍‌” ପାଠ୍ୟକ୍ରମରେ ନାମଲେଖା ଲାଗି ଆଜିଠାରୁ ଅନଲାଇନ ଆବେଦନ ଆରମ୍ଭ ହେଉଛି। ଆବେଦନ ଗ୍ରହଣର ଶେଷ ତାରିଖ ହେଉଛି ଅଗଷ୍ଟ ୩୦ ତାରିଖ। ଏହି ପାଠ୍ୟକ୍ରମର ଅବଧି ୧ ବର୍ଷ।

“ବ୍ୟୁଟି ଅ ।ଣ୍ଡ ୱେଲନେସ୍‌” ପାଠ୍ୟକ୍ରମ ଅଧୀନରେ ମେକଅପ୍‌, ନେଲ୍ ସର୍ଭିସେସ୍‌, ସ୍କିନ କେୟାର, ମସାଜ ଥେରାପି, ହେଡ୍ ଆଣ୍ଡ ସ୍କାଲ୍ପ ଟ୍ରିଟମେଣ୍ଟ୍ସ, ହେୟାର ଷ୍ଟାଇଲିଂ, ହେୟାର କଟିଂ ଏବଂ ହେୟାର କଲରିଂ ଆଦି ମଡ୍ୟୁଲ ରହିଛି। କୌଣସି ବିଷୟରେ +୨ କିମ୍ବା ଡିପ୍ଲୋମା କରିଥିବା ପ୍ରାର୍ଥୀମାନେ ଏହି ପାଠ୍ୟକ୍ରମ ଲାଗି ଆବେଦନ କରିପାରିବେ। ଏହାପରେ ପର୍ସନାଲ ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ନାମଲେଖା ପାଇଁ ଚୟନ କରାଯିବ।

ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟ୍ www.worldskillcenter.org ରେ ପ୍ରାର୍ଥୀମାନେ ପଞ୍ଜୀକରଣ କରିବା ସହ ସଂପୃକ୍ତ ପାଠ୍ୟକ୍ରମ ଲାଗି ଫର୍ମ ପୂରଣ କରିପାରିବେ। ଏହି ବିଷୟରେ ଅଧିକ ଜାଣିବା ପାଇଁ ପ୍ରାର୍ଥୀମାନେ ୧୮୦୦ ୨୬୬ ୬୦୦୨ ନମ୍ବରରେ କଲ୍ କରିବାକୁ କେନ୍ଦ୍ର ପକ୍ଷରୁ ଅନୁରୋଧ କରାଯାଇଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ରହିବା ଲାଗି ହଷ୍ଟେଲ, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ମାଗଣାରେ ଦିଆଯାଉଛି।

ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରରେ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି ଓ ଅତ୍ୟାଧୁନିକ ଲାବୋରେଟୋରି ରହିଛି। ଏହି କେନ୍ଦ୍ରରେ ଫିନିସିଙ୍ଗ ସ୍କୁଲ ଢାଞ୍ଚାରେ ଯୁବକ ଯୁବତୀମାନଙ୍କୁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଇ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପ ଓ ସେବା କ୍ଷେତ୍ର ଲାଗି ପ୍ରସ୍ତୁତ କରାଯାଉଛି।

ଅନଲାଇନ ଆବେଦନ ନାମଲେଖା ବିଶ୍ୱ ଦକ୍ଷତା କେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.