ଶସ୍ତା ହେଲା ସିଲିଣ୍ଡର, ଜାଣନ୍ତୁ କେତେ ହେଲା LPG ମୂଲ୍ୟ?

Published: Jul 1, 2024, 1:13 pm IST

ନୂଆଦିଲ୍ଲୀ: ଆଜି ଏଲପିଜି ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଆସିଛି ଏବଂ ଏହା ଶସ୍ତା ହୋଇଛି। ଏଲପିଜି ସିଲିଣ୍ଡରର ହାର 30-31 ଟଙ୍କା ହ୍ରାସ କରାଯାଇଛି ଏବଂ ଏହା ଆଜି ଠାରୁ ଲାଗୁ ହୋଇଛି। 19 କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ପାଇଁ ଏହି ହ୍ରାସ କରାଯାଇଛି। ଏହି ହ୍ରାସର ପ୍ରଭାବ ସହିତ ରେଷ୍ଟୁରାଣ୍ଟ ମାଲିକ ଏବଂ ଢାବା ମାଲିକଙ୍କ ପରି ବ୍ୟବସାୟିକ LPG ବ୍ୟବହାରକାରୀମାନେ ଶସ୍ତା ସିଲିଣ୍ଡର ପାଇବେ। ତେବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

Related posts