Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ଲୋବାଲ ପିଚ୍ ପ୍ରତିଯୋଗିତା: ବିଜୟୀ ହେଲା ଓଡିଶାସ୍ଥିତ ବନ୍‌ଭି ଏରୋ, ୟୁଏସ୍‌ଏରେ ଜିତିଲା ୧୪ କୋଟି ପୁରସ୍କାର
ଆଜିର ଖବର

ଗ୍ଲୋବାଲ ପିଚ୍ ପ୍ରତିଯୋଗିତା: ବିଜୟୀ ହେଲା ଓଡିଶାସ୍ଥିତ ବନ୍‌ଭି ଏରୋ, ୟୁଏସ୍‌ଏରେ ଜିତିଲା ୧୪ କୋଟି ପୁରସ୍କାର

July 3, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଲଜିଷ୍ଟିକ୍ସ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଗାମୀ ସଂସ୍ଥା ବନ୍‌ଭି ଏରୋ  ବିଶ୍ୱର ସର୍ବବୃହତ ପିଚ୍ ପ୍ରତିଯୋଗିତାରେ ‘ମିଟ୍ ଦ ଡ୍ରେପର୍ସ- ସିଜନ ୬’ର ଆନ୍ତର୍ଜାତୀୟ ବିଜେତା ହୋଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ବିଜୟ କେବଳ ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ ଡ୍ରୋନଗୁଡିକର ଏକ ଅଗ୍ରଣୀ ଡିପ୍‌-ଟେକ୍ ମାନୁଫ୍ୟାକ୍‌ଚରର ଭାବେ ବନ୍‌ଭିର ସ୍ଥିତିକୁ ସୁଦୃଢ କରିନାହିଁ ବରଂ ଏକ ୟୁଏସ୍ ଟିଭି ଶୋ’ରେ ୧୪ କୋଟି ଟଙ୍କାର ପୁରସ୍କାର ଜିତିଥିବା ଏକ ଭାରତୀୟ କମ୍ପାନୀ ଭାବେ ପ୍ରଥମ ହୋଇଛନ୍ତି।

ଏହି ସଫଳତା ଉପରେ ବନ୍‌ଭି ଏରୋର ସହ-ପ୍ରତିଷ୍ଠାତା ଓ ସିଇଓ, ସତ୍ୟବ୍ରତ ଶତପଥୀ କହିଛନ୍ତିଯେ, “ଆମେ ମିଟ୍ ଦ ଡ୍ରେପର୍ସରେ ଶୀର୍ଷ ପୁରସ୍କାର ହାସଲ କରି ଉତ୍ସାହିତ ଅନୁଭବ କରୁଛୁ ଯାହା ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ ଉତ୍କର୍ଷତା ଓ ଉଦ୍ଭାବନ ପ୍ରତି ଆମର ଉତ୍ସର୍ଗୀକୃତତାକୁ ରେଖାଙ୍କିତ କରୁଛି । ଏହି ସଫଳତା ଆମ ଟିମ୍‌ର କଠିନ ପରିଶ୍ରମ ଓ ଲକ୍ଷ୍ୟ ପ୍ରତି ଏକ ପ୍ରମାଣ ଅଟେ ଏବଂ ଏହା ଆନ୍ତର୍ଜାତୀୟ ଉଦ୍ୟୋଗିକ ମଂଚରେ ଓଡିଶାର ବର୍ଦ୍ଧିତ ପ୍ରାଧାନ୍ୟକୁ ସୁଦୃଢ କରିଛି।”

ମିଟ୍ ଦ ଡ୍ରେପର୍ସରେ ବିଚାରପତି ମଣ୍ଡଳୀରେ  ଟେସ୍‌ଲା, ସ୍ପେଶ ଏକ୍ସ, ହଟ୍‌ମେଲ, ସ୍କାଇପ୍ ଭଳି ଅତ୍ୟାଧୁନିକ କମ୍ପାନୀ ଏବଂ ଓ ଅନ୍ୟ ୨୫ଟି ୟୁନିକର୍ଣ୍ଣରେ ନିଜର ପ୍ରାରମ୍ଭିକ ପର୍ଯ୍ୟାୟ ନିବେଶ ପାଇଁ ସୁପରିଚିତ ଭେଂଚର କ୍ୟାପିଟାଲିଷ୍ଟ ଟିମ୍ ଡ୍ରେପର୍ ଓ ତାଙ୍କ ପରିବାର ସାମିଲ ଥିଲେ। ଏସମ୍ପର୍କରେ ଶ୍ରୀ ଶ୍ରୀ ୟୁନିଭର୍ସିଟିର ଏସ୍‌ଏସ୍‌ୟୁ ଇନୋଭେଶନ ଫାଉଣ୍ଡେଶନର ସିଇଓ ଡଃ ବରଦା ପି. ପାଣିଗ୍ରାହୀ କହିଛନ୍ତି, “ଆମର ଅଭିନବ ଆଭିମୁଖ୍ୟ ଓ ଦୃଷ୍ଟିକୋଣକୁ ଟିମ୍ ଡ୍ରେପର୍‌ଙ୍କ ଅନୁମୋଦନ ଏକ ଅଦ୍ଭୁତପୂର୍ବ ସମ୍ମାନ ଅଟେ। ତାଙ୍କର ସ୍ୱୀକୃତି  ଅତ୍ୟାଧୁନିକ ଡ୍ରୋନ ଟେକ୍ନୋଲୋଜି ମାଧ୍ୟମରେ ପରିବହନ କ୍ଷେତ୍ରକୁ ବୈପ୍ଳବିକ କରିବା ପାଇଁ ଆମର ଲକ୍ଷ୍ୟକୁ ବୈଧ କରିଛି।”

ବନ୍‌ଭି ଏରୋର ସଦ୍ୟତମ ସଫଳତା ଏହି ପ୍ରତିଯୋଗିତାର ବିଜୟ ଓ ଫଣ୍ଡିଙ୍ଗ୍ ସଫଳତାଠାରୁ ଆଗକୁ ବିସ୍ତାରିତ ହୋଇଛି। ବନ୍‌ଭିର ଏରିଏଲ ଯାନ କାର୍ବନ-ମୁକ୍ତ ଓ ଶୂନ ନିର୍ଗମନ ବିଶିଷ୍ଟ ଅଟେ ଏବଂ ୨୦୭୦ ସୁଦ୍ଧା ନେଟ୍ ଜିରୋ ପାଇଁ ଭାରତ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା। କମ୍ପାନୀର ସିଟିଓ ଓ ସହ-ପ୍ରତିଷ୍ଠାତା ଅବିନାଶ ସାହୁ କହିଛନ୍ତି, “କମ୍ପାନୀ ସଫଳତାର ସହ ଭାରତୀୟ ସେନାକୁ ଆଡ୍‌ଭାନ୍ସଡ ଲିଜିଷ୍ଟିକ୍ସ ଡ୍ରୋନ୍ ପ୍ରଦାନ କରିଛି, ଯାହା ୧୦,୦୦୦ ଫୁଟ୍‌ରୁ ଅଧିକ ଉଚ୍ଚତା ସମେତ ଅଧିକ ଉଚ୍ଚତା ବିଶିଷ୍ଟ ଓ ଆହ୍ୱାନପୂର୍ଣ୍ଣ ପରିବେଶଗୁଡିକରେ ପରିଚାଳନା କରିବା ପାଇଁ ଏହାର କ୍ଷମତାକୁ ପ୍ରଦର୍ଶିତ କରୁଛି।”

ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ଓମକାର ରାୟ କହିଛନ୍ତି ଯେ, “ ଏହା କେବଳ ବନ୍‌ଭି ଏରୋ ପାଇଁ ନୁହେଁ ବରଂ ଆମ ରାଜ୍ୟର ସମସ୍ତ ଷ୍ଟାର୍ଟଅପ୍‌ଗୁଡିକ ପାଇଁ ମଧ୍ୟ ଏକ ବଡ ସଫଳତା ଅଟେ। ଆମେ ବହୁତ ଖୁସି ଯେ, ଷ୍ଟାର୍ଟଅପ୍ ଓଡିଶା ବିକଶିତ ହେଉଛି ଏବଂ ଆମେ ବନ୍‌ଭି ଏରୋର ସଫଳତାକୁ ଆମର ସଫଳତା ଭାବେ ବିବେଚନା କରୁଛୁ। ମୁଁ ଆପଣଙ୍କ ସହ ଏହା ସେୟାର କରି ଖୁସି ଅନୁଭବ କରୁଛି ଯେ, ଓଡିଶାରେ ମାନବ ସମ୍ବଳ ଓ ବୈଷୟିକ ସହଯୋଗର ଏକ ମଜବୁତ ଆଧାରକୁ ବିକଶିତ କରାଯାଉଛି ଯାହା ଡ୍ରୋନ ଟେକ୍ନେଲୋଜି ଓ ଆଭିଏଶନ କ୍ଷେତ୍ରରେ ଷ୍ଟାର୍ଟଅପ୍‌ଗୁଡିକୁ ଆଗକୁ ବଢିବାରେ ସାହାଯ୍ୟ କରିବ।”

“ଏଆଇସି-ସିଜିୟୁ ଏବଂ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି, ମିଟ ଦ ଡ୍ରେପର୍ସ ସିଜନ-୬ରେ ସେମାନଙ୍କ ଷ୍ଟାର୍ଟଅପ୍‌ର ବିଜୟକୁ ଗର୍ବର ସହ ପାଳନ କରୁଛନ୍ତି, ଯାହା ଅନ୍ତର୍ଜାତୀୟ ମଂଚରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ଚିହ୍ନ୍‌ିତ କରୁଛି। ପ୍ରମୋଟର ଶ୍ରୀ ସଞ୍ଜିବ କୁମାର ରାଉତ କହିଛନ୍ତି, “ଆମେ ଏକ ସୁଦୃଢ ଡ୍ରୋନ ଇକୋସିଷ୍ଟମର ପରିକଳ୍ପନା କରିଛୁ ଯାହା ଉଦ୍ଭାବନକୁ ତ୍ୱରାନ୍ୱିତ କରିବା ଏବଂ ଆଶାୟୀ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ ମେଂଟରିଂ, ପ୍ରୋଟୋଟାଇପିଂ / ମାନୁଫ୍ୟାକ୍‌ଚରିଂ ଫ୍ୟାସିଲିଟି ଓ ଫଣ୍ଡିଙ୍ଗ୍ ସୁଯୋଗ ପ୍ରଦାନ କରିବ। ଆମେ ବିନ୍‌ଭି ଏରୋକୁ ପରବର୍ତୀ ପର୍ଯ୍ୟାୟଗୁଡିକ ପାଇଁ ପାଣ୍ଠି ହାସଲ କରିବା ଏବଂ ଭାରତର ୟୁନିକର୍ଣ୍ଣଗୁଡିକ ମଧ୍ୟରେ ଅବସ୍ଥାପିତ କରିବା ପାଇଁ ଷ୍ଟାର୍ଟଅପ୍‌ର ମୁଲ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିବା ପାଇଁ ଆଶାବାଦୀ ରହିଛୁ।”

ବିପର୍ଯ୍ୟୟ ପରିଚାଳନା, ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ସରକାର ସମ୍ମୁଖୀନ ହେଉଥିବା କିଛି ସ୍ୱତନ୍ତ୍ର ସମସ୍ୟାଗୁଡ଼ିକର ସମାଧାନ ପାଇଁ ବୋନଭି ଏରୋ ପ୍ରତିଶ୍ରୁତିବଦ୍ଧ । କମ୍ପାନୀର ଲକ୍ଷ୍ୟ ହେଉଛି ସାମଗ୍ରୀ ଏବଂ ଜନ ପରିବହନରେ କାର୍ବନ ମୁକ୍ତ ଏରିଅଲ ମୋବିଲିଟି ସମାଧାନରେ ନିଜକୁ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ଭାବରେ ପ୍ରତିଷ୍ଠିତ କରିବା ଏବଂ ପରିଚାଳନା ଦକ୍ଷତା, ବିଶ୍ୱସନୀୟତା ଏବଂ ନିରନ୍ତର ଅଭିନବତା ଉପରେ ଗୁରୁତ୍ୱ ଦେବା। ଏହାବ୍ୟତୀତ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସି ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ସିଓଓ, ସ୍ଥିତ ପ୍ରଜ୍ଞା ଓ କିଟ୍‌ର ଭାଗବତୀ ପଟ୍ଟନାୟକ ଉପସ୍ଥିତ ଥିଲେ।

ବନ୍‌ଭି ଏରୋ
Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026

OTT ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରୁଛି ୨ ଘଣ୍ଟା ୨୦ ମିନିଟର ତାମିଲ ଫିଲ୍ମ

April 21, 2026

ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ନିର୍ଦ୍ଦେଶ

April 21, 2026
Latest News

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026

OTT ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରୁଛି ୨ ଘଣ୍ଟା ୨୦ ମିନିଟର ତାମିଲ ଫିଲ୍ମ

April 21, 2026

ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ନିର୍ଦ୍ଦେଶ

April 21, 2026

ଆପଣଙ୍କ ଶରୀରରେ ଆଇରନ ପରିମାଣ କମ୍ ଅଛି କି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.