Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ଗ୍ରାମାଞ୍ଚଳର ଯୁବକମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ହାତ ବଢାଇଲା କେସ୍ ଇଣ୍ଡିଆ
ଆଜିର ଖବର

ଓଡ଼ିଶା ଗ୍ରାମାଞ୍ଚଳର ଯୁବକମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ହାତ ବଢାଇଲା କେସ୍ ଇଣ୍ଡିଆ

July 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡ଼ିଶାରେ ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ କେସ୍(CASE) ଇଣ୍ଡିଆ ତାର ସିଏସଆର (କର୍ପୋରେଟ୍ ସାମାଜିକ ଦ୍ଵାୟୀତ୍ଵ) ପଦକ୍ଷେପର ଏକ ଅଂଶ ଭାବରେ ମାର୍ଚ୍ଚ ୨୦୨୩ ରେ ପ୍ରଥମେ ପ୍ରୋଜେକ୍ଟ ଲିଡ୍ (LEAD) ଆରମ୍ଭ କରିଥିଲା, ଯାହା ଗ୍ରାମାଞ୍ଚଳର ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗକୁ ପ୍ରତି ଉତ୍ସାହ କୁ ବଢାଇବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅଟେ। ଏହି ସିଏସଆର ପଦକ୍ଷେପଟି ବ୍ୟାପକ ସଚେତନତା ଏବଂ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ କୃଷି ଏବଂ ଭିତ୍ତିଭୂମି କ୍ଷେତ୍ରରେ ଅତିରିକ୍ତ ଆୟ ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଏହି ପ୍ରକଳ୍ପ ନୟାଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ମାଲକାନଗିରି ଜିଲ୍ଲାର ୧୦୪ ରୁ ଅଧିକ ଗ୍ରାମକୁ ପହଞ୍ଚାଇବାର ଲକ୍ଷ ରଖିଛି କେସ୍ ଇଣ୍ଡିଆ।

କୃଷି, ଗ୍ରାମୀଣ ଶିଳ୍ପ (କୁକୁଡ଼ା, ଦୁଗ୍ଧ, ମହୁମାଛି ଚାଷ ଏବଂ ମତ୍ସ୍ୟଚାଷ ସମେତ) ଏବଂ ଗ୍ରାମୀଣ ଭିତ୍ତିଭୂମି (ସଡକ ନିର୍ମାଣ ଏବଂ ଜଳସେଚନ ସମେତ) ଭଳି କ୍ଷେତ୍ର ଉପରେ ଧ୍ୟାନ ଦେଇ ପ୍ରୋଜେକ୍ଟ ଲିଡ୍ ସ୍ଥାନୀୟ ଯୁବକମାନଙ୍କୁ ସଶକ୍ତ କରିବାକୁ ଚେଷ୍ଟା କରିଛି। ସେମାନଙ୍କୁ ଉଦ୍ୟୋଗୀ କୌଶଳ ନିପୁଣତା ସହ, ସହରାଞ୍ଚଳ ସ୍ଥାନାନ୍ତରଣକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିବା ଓ ସହରାଞ୍ଚଳଋ ଗ୍ରାମାଞ୍ଚଳ ସ୍ଥାନାନ୍ତରଣ କରିବା ପାଇଁ ପ୍ରୋତ୍ସାହିତ କରିବ।

ଏହି ପ୍ରକଳ୍ପ ବିଷୟରେ ସୂଚନା ଦେଇ କେସ୍ ଇଣ୍ଡିଆ ମାର୍କେଟିଂ ଏବଂ ବ୍ୟବସାୟ ବିକାଶର ମୁଖ୍ୟ, ପୁନୀତ ବିଦ୍ୟାର୍ଥୀ କହିଛନ୍ତି, ଭାରତର “ଆତ୍ମନିର୍ଭର ଭାରତ” ଦୃଷ୍ଟିକୋଣକୁ ଆଖିରେ ରଖି ଗ୍ରାମାଞ୍ଚଳର ଯୁବକମାନଙ୍କର ଦକ୍ଷତା ବୃଦ୍ଧି ଏବଂ ସୁଯୋଗ ସହିତ ସେମାନଙ୍କ ଆୟ ବୃଦ୍ଧି କରିବା ପାଇଁ, କେସ୍ ଇଣ୍ଡିଆ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ସଚେତନତା ଏହି ପଦକ୍ଷେପ କେବଳ ଗ୍ରାମାଞ୍ଚଳର ବ୍ୟକ୍ତିବିଶେଷଙ୍କୁ ଶିକ୍ଷିତ କରେ ନାହିଁ ବରଂ ଏହି ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହୁଏ। ଓଡିଶାରେ ଆମର ଲକ୍ଷ୍ୟ ହେଉଛି ୧୦,୦୦୦ ରୁ ଅଧିକ ବ୍ୟକ୍ତିବିଶେଷଙ୍କ ପାଇଁ ସଚେତନତା ସୃଷ୍ଟି କରିବା।”

ଏହି ପ୍ରକଳ୍ପ ବିଷୟରେ କୋଣାର୍କ ଇକ୍ୟୁପମେଣ୍ଟ ସେଲ୍ସ ଆଣ୍ଡ ସର୍ଭିସ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୌମିକ ଦାସ କହିଛନ୍ତି, “ରାଜ୍ୟରେ କେସ୍ ଇଣ୍ଡିଆର ଡିଲର ଭାବରେ ଆମେ ପ୍ରୋଜେକ୍ଟ ଲିଡ୍ ର ସଫଳତା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ସାମାଜିକ-ଅର୍ଥନୈତିକ ଉନ୍ନତି ପାଇଁ ସଚେତନତା ଏବଂ ତାଲିମ କାର୍ଯ୍ୟକ୍ରମର ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବାକୁ ଆମେ ପ୍ରତିବଦ୍ଧ। ଅଧିକ ବ୍ୟକ୍ତିବିଶେଷଙ୍କ ନିକଟରେ ପହଞ୍ଚିବା ଏବଂ ଗ୍ରାମାଞ୍ଚଳର ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗୀତା ଏବଂ ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରିବାହିଁ ଆମର ଲକ୍ଷ।

କେସ୍ ଇଣ୍ଡିଆ ଦେଶରେ ଏକ ଅଗ୍ରଣୀ କମ୍ପାନୀ ଯାହା ନିର୍ମାଣ ଉପକରଣର ଏକ ବିସ୍ତୃତ ପରିସର ପ୍ରଦାନ କରେ। ମଧ୍ୟପ୍ରଦେଶର ପିଥାମପୁରରେ କମ୍ପାନୀର ଅତ୍ୟାଧୁନିକ ଉତ୍ପାଦନ ସୁବିଧା ସହ ମେଡ୍ ଇନ୍ ଇଣ୍ଡିଆ ଉପକରଣ ତିଆରି କରିଥାଏ ଉଭୟ ଘରୋଇ ବ୍ୟବହାର ତଥା ବିଦେଶ ବଜାରକୁ ରପ୍ତାନି ପାଇଁ ସାରା ବିଶ୍ବରେ ପରିଚିତ।

case ଓଡିଶା ଦକ୍ଷତା ବୃଦ୍ଧି
Share. Facebook Twitter LinkedIn Email WhatsApp Copy Link

Related Posts

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026
Latest News

କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

April 1, 2026

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.