Categories
ଆଜିର ଖବର

ମୁଜାଫରପୁର ସେଲ୍ଟର ହୋମ୍‌ ମାମଲା : ତଦନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ସିବିଆଇକୁ ତିନି ମାସର ସମୟ

ମୁଜାଫରପୁର ସେଲ୍ଟର ହୋମ୍‌ରେ ଅନ୍ତେବାସୀଙ୍କୁ ନିର୍ଯାତନା ଏବଂ ୧୧ଜଣ ଛାତ୍ରୀଙ୍କ ହତ୍ୟା ମାମଲାରେ ତଦନ୍ତ ରିପୋର୍ଟ ପାଇଁ ସିବିଆଇକୁ ତିନି ମାସର ସମୟ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ସୋମବାର ବିଚାରପତି ଇନ୍ଦୁ ମଲହୋତ୍ରା ଏବଂ ଏମ୍‌ ଆର ଶାହଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି। ସେଲ୍ଟର ହୋମ୍‌ରେ ରହୁଥିବା ଏକାଧିକ ମହିଳା ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଏବଂ ଏହାର ଭିଡିଓ କରାଯାଇ ନିର୍ଯାତନା ଦିଆ ଯାଉଥିବାର ଅଭିଯୋଗ ଆସିଥିଲା। ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ ପକ୍ଷରୁ ଏହି ମାମଲାକୁ ସାମ୍‌ନାକୁ ଅଣାଯିବା ପରେ ଏହାର ତଦନ୍ତ କରାଯାଇଥିଲା। ପ୍ରାରମ୍ଭିକ ଭାବରେ ବିହାର ପୋଲିସ୍‌ ମାମଲାର ତଦନ୍ତ କରୁଥିଲା। ତଦନ୍ତ ପ୍ରକ୍ରିୟା ସ୍ବଚ୍ଛ ଏବଂ ଅବାଧ ନଥିବା ନେଇ ଅଭିଯୋଗ ଆସିବା ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ପୂର୍ବରୁ ଜୁନ୍‌ ୩ ତାରିଖ ସୁଦ୍ଧା ସିବିଆଇକୁ ଏହାର ଚୂଡାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

Categories
ଆଜିର ଖବର

ପାୟଲ ଏସ୍‌ ତାଡ୍‌ବୀ ଆତ୍ମହତ୍ୟା ଘଟଣା : ମୁମ୍ବାଇ ପୋଲିସ୍‌ ନିକଟରୁ ତଦନ୍ତ ଭାର ଗ୍ରହଣ କରିବ କ୍ରାଇମବ୍ରାଞ୍ଚ

ଡାକ୍ତରୀ ଛାତ୍ରୀ ପାୟଲ ଏସ୍‌ ତାଡ୍‌ବୀଙ୍କ ଆତ୍ମହତ୍ୟା ଘଟଣା ନୂଆ ମୋଡ ନେଇଛି। ମୁମ୍ବାଇ ପୋଲିସ୍‌ ହାତରୁ ମାମଲାର ତଦନ୍ତ ଭାର ନିଜ ହାତକୁ ନେଇଛି ମୁମ୍ବାଇ କ୍ରାଇମବ୍ରାଞ୍ଚ। ଜାତିଗତ ଆକ୍ଷେପ ନେଇ ପାୟଲ୍‌ ଆତ୍ମହତ୍ୟା କରିଥିବାର ଅଭିଯୋଗ ଆସିଥିଲା। ଏହି ମାମଲାରେ ତିନି ବରିଷ୍ଠ ଡାକ୍ତରଙ୍କ ନାମ ସାମ୍ନାକୁ ଆସିବା ପରେ ମୁ୍ମ୍ବାଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ହସ୍ତାନ୍ତର କରାଯାଇଛି ବୋଲି ମୁମ୍ବାଇ ପୋଲିସ୍‌ ଅଧିକାରୀ ମଞ୍ଜୁନାଥ ସିଙ୍ଘେ ପ୍ରକାଶ କରିଛନ୍ତି। ଭକ୍ତି ମେହେର, ହେମା ଆହୁଜା ଏବଂ ଅଙ୍କିତା ଖଣ୍ଡେଲଓ୍ବାଲଙ୍କ ନାମ ଏହି ମାମଲାରେ ସାମ୍ନାକୁ ଆସିଛି। ଶୁକ୍ରବାର ସୁଦ୍ଧା କ୍ରାଇମବ୍ରାଞ୍ଚ ଏହାର ରିପୋର୍ଟ ମୁମ୍ବାଇ କୋର୍ଟରେ ଦାଖଲ କରିବ ବୋଲି ଜଣା ପଡିଛି।

Categories
ଆଜିର ଖବର

ଜୁଆନ୍‌ ଗୁଆଡିଓଙ୍କ ବିପକ୍ଷରେ ଅପରାଧିକ ମାମଲା

ଭେନେଜୁଏଲାର ବିପକ୍ଷ ଦଳର ମୁଖ୍ୟ ନେତା  ଜୁଆନ୍‌ ଗୁଆଡିଓଙ୍କ ବିପକ୍ଷରେ ଅପରାଧିକ ମାମଲା ରୁଜୁ କରାଯାଇଛି। ଦେଶର ସର୍ବୋଚ୍ଚ କୋର୍ଟରେ ଗୁଆଡିଓଙ୍କ ବିପକ୍ଷରେ ଏହି ମାମଲା ଚାଲିବ ବୋଲି ଜଣାପଡିଛି। ରହିଥିବା ପ୍ରମାଣ ଅନୁଯାୟୀ ଗୁଆଡିଓଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦେଶଦ୍ରୋହ ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଥିବା ବେଳେ ଆଇନ୍‌ ବ୍ୟବସ୍ଥା ଅନୁଯାୟୀ ଗୁଆଡିଓଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ଦଳର ମୁଖ୍ୟ ଜୁଲିଓ ଗାର୍ସିଆ ଜେର୍ପା କହିଛନ୍ତି। ଗୁଆଡିଓ ଯଦି ଏହି ମାମଲାରେ ସମ୍ପୃକ୍ତ ଥାନ୍ତି ତେବେ ନିଜ କର୍ମର ଦଣ୍ଡ ତାଙ୍କୁ ଭୋଗିବାକୁ ପଡିବ ବୋଲି ବିପକ୍ଷ ଦଳର ଅନ୍ୟତମ ସଦସ୍ୟ ଦିଓସାଡୋ କାବେଲୋ ପ୍ରକାଶ କରିଛନ୍ତି।

Categories
ଆଜିର ଖବର

ମୁଜାଫରପୁର ଯୌନ ଉତ୍ପୀଡନ ମାମଲା : ଦୁଇ ସପ୍ତାହ ପରେ ମାମଲା ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ

ମୁଜାଫରପୁର ମହିଳା ଆଶ୍ରୟ ସ୍ଥଳୀରେ ଯୌନ ଉତ୍ପୀଡନ ମାମଲାରେ ଯାଚିକା କର୍ତ୍ତା ଅସଲି ଅପରାଧୀଙ୍କ ସିିବିଆଇ ଯାଞ୍ଚ କରୁନଥିବାର ଅଭିଯୋଗ କରିଛନ୍ତି। ଏହି ସମ୍ପର୍କିତ  ଏକ ପିଟିସନ୍‌ ଉପରେ ଶୁଣାଣି କରି ଦୁଇ ସପ୍ତାହ ପରେ ଏହା ଉପରେ ଶୁଣାଣି କରାଯିବ ବୋଲି କୋର୍ଟ ନିଷ୍ପତ୍ତି ଦେଇଛନ୍ତି। ଜଷ୍ଟିସ୍‌ ଏସ୍‌ ଏ ବୋବଡେ ଏବଂ ଜଷ୍ଟିସ ଏସ୍‌ ଅବ୍‌ଦୁଲ୍‌ ନଜୀରଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଦୁଇ ସପ୍ତାହରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିହାର ପୋଲିସ ଏହି ମାମଲାକୁ ସଠିକ ଭାବରେ ଅନୁସନ୍ଧାନ କରୁନଥିବାରୁ ମାମଲା ସିବିଆଇ ହାତକୁ ଯାଇଥିଲା। ମାତ୍ର ସିବିଆଇ ତଦନ୍ତ ମଧ୍ୟ ସଠିକ୍‌ ଦିଗରେ ହେଉନଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟରେ ଦାୟର କରାଯାଇଥିଲା ଏହି ପିଟିସନ୍‌। ଏହି ସେଲଟର ହୋମ୍‌ରେ ହତ୍ୟା, ସାମୂହିକ ବଳାତ୍କାର, ଜବରଦସ୍ତି ବେଶ୍ୟାବୃତ୍ତି ପରି ଅପରାଧିକ କାର୍ଯ୍ୟକଳାପ ହେଉଥିବାର ଅଭିଯୋଗ ହୋଇଥିଲା। ସିବିଆଇ ପକ୍ଷରୁ ଦାଖିଲ ହୋଇଥିବା ଚାର୍ଜସିଟ୍‌ରେ ପୋସ୍କୋ ଆକ୍ଟର ଧାରା ଲଗାଯାଇଥିବାବେଳେ ଆଇିପଏସ୍‌ ଅନ୍ତର୍ଗତ ସଙ୍ଗୀନ ଧାରାକୁ ଏଥିରେ ଛାଡ କରାଯାଇଥିଲା।  ଯାଚିକା କର୍ତ୍ତା  ସେଲଟର୍‌ ହୋମରେ ହୋଇଥିବା ହତ୍ୟା ତଥା ବଳାତ୍କାରର ମାମଲା ଉପରେ ଅଲଗା ଅଲଗା ମୋକଦ୍ଦମା ଚଳାଇବାକୁ ଦାବି କରିଛନ୍ତି। ସିବିଆଇ ଚାର୍ଜସିଟ୍‌ରେ ୨୧ ଜଣଙ୍କ ନାମ ରଖିଛି ଯାହା ମଧ୍ୟରେ ଅଛନ୍ତି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର।