ମୁଜାଫରପୁର ଯୌନ ଉତ୍ପୀଡନ ମାମଲା : ଦୁଇ ସପ୍ତାହ ପରେ ମାମଲା ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ

Published: Mar 28, 2019, 7:08 pm IST
mujaffarpur shelter home case in supremecourt

ମୁଜାଫରପୁର ମହିଳା ଆଶ୍ରୟ ସ୍ଥଳୀରେ ଯୌନ ଉତ୍ପୀଡନ ମାମଲାରେ ଯାଚିକା କର୍ତ୍ତା ଅସଲି ଅପରାଧୀଙ୍କ ସିିବିଆଇ ଯାଞ୍ଚ କରୁନଥିବାର ଅଭିଯୋଗ କରିଛନ୍ତି। ଏହି ସମ୍ପର୍କିତ  ଏକ ପିଟିସନ୍‌ ଉପରେ ଶୁଣାଣି କରି ଦୁଇ ସପ୍ତାହ ପରେ ଏହା ଉପରେ ଶୁଣାଣି କରାଯିବ ବୋଲି କୋର୍ଟ ନିଷ୍ପତ୍ତି ଦେଇଛନ୍ତି। ଜଷ୍ଟିସ୍‌ ଏସ୍‌ ଏ ବୋବଡେ ଏବଂ ଜଷ୍ଟିସ ଏସ୍‌ ଅବ୍‌ଦୁଲ୍‌ ନଜୀରଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଦୁଇ ସପ୍ତାହରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିହାର ପୋଲିସ ଏହି ମାମଲାକୁ ସଠିକ ଭାବରେ ଅନୁସନ୍ଧାନ କରୁନଥିବାରୁ ମାମଲା ସିବିଆଇ ହାତକୁ ଯାଇଥିଲା। ମାତ୍ର ସିବିଆଇ ତଦନ୍ତ ମଧ୍ୟ ସଠିକ୍‌ ଦିଗରେ ହେଉନଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟରେ ଦାୟର କରାଯାଇଥିଲା ଏହି ପିଟିସନ୍‌। ଏହି ସେଲଟର ହୋମ୍‌ରେ ହତ୍ୟା, ସାମୂହିକ ବଳାତ୍କାର, ଜବରଦସ୍ତି ବେଶ୍ୟାବୃତ୍ତି ପରି ଅପରାଧିକ କାର୍ଯ୍ୟକଳାପ ହେଉଥିବାର ଅଭିଯୋଗ ହୋଇଥିଲା। ସିବିଆଇ ପକ୍ଷରୁ ଦାଖିଲ ହୋଇଥିବା ଚାର୍ଜସିଟ୍‌ରେ ପୋସ୍କୋ ଆକ୍ଟର ଧାରା ଲଗାଯାଇଥିବାବେଳେ ଆଇିପଏସ୍‌ ଅନ୍ତର୍ଗତ ସଙ୍ଗୀନ ଧାରାକୁ ଏଥିରେ ଛାଡ କରାଯାଇଥିଲା।  ଯାଚିକା କର୍ତ୍ତା  ସେଲଟର୍‌ ହୋମରେ ହୋଇଥିବା ହତ୍ୟା ତଥା ବଳାତ୍କାରର ମାମଲା ଉପରେ ଅଲଗା ଅଲଗା ମୋକଦ୍ଦମା ଚଳାଇବାକୁ ଦାବି କରିଛନ୍ତି। ସିବିଆଇ ଚାର୍ଜସିଟ୍‌ରେ ୨୧ ଜଣଙ୍କ ନାମ ରଖିଛି ଯାହା ମଧ୍ୟରେ ଅଛନ୍ତି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର।

Related posts