Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଥ ଯାତ୍ରା ସମୟରେ ଯାତ୍ରୀ ସୁରକ୍ଷା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ସଚେତନତା ଅଭିଯାନ
ଆଜିର ଖବର

ରଥ ଯାତ୍ରା ସମୟରେ ଯାତ୍ରୀ ସୁରକ୍ଷା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ସଚେତନତା ଅଭିଯାନ

July 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରଥ ଯାତ୍ରା ମହୋତ୍ସବ ସମୟରେ ଟ୍ରେନ ମାନଙ୍କରେ ମାତ୍ରାଧିକ ଭିଡ଼ ଏବଂ ପୁରୀ ଷ୍ଟେସନ ଠାରେ ବିପୁଳ ଜନସମାବେଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ତୀର୍ଥଯାତି ଓ ଭକ୍ତ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦେଇ ସୁବିଧାଜନକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରାଇବା ପାଇଁ ନିଜକୁ ପ୍ରସ୍ତୁତ ରଖିଛି। ଏହି ମହୋତ୍ସବ ସମୟରେ ଯାତ୍ରୀ ମାନଙ୍କ ଯାତାୟାତର ଯେପରି କୌଣସି ଅସୁବିଧା ନହୁଏ ସେଠି ପାଇଁ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରିଛି ଯାହା ଅତ୍ୟଧିକ ଜନଗହଳିପୂର୍ଣ୍ଣ ଟ୍ରେନରେ ଯାତ୍ରୀମାନଙ୍କ ସୁରକ୍ଷା ଈଓ ନିରାପତ୍ତା ପାଇଁ ସହାୟକ ହେବ।

ତୀର୍ଥଯାତ୍ରୀ ଏବଂ ଯାତ୍ରୀମାନଙ୍କୁ ଫୁଟବୋର୍ଡ, ବଫର୍ କିମ୍ବା ଟ୍ରେନ୍ କମ୍ପାର୍ଟମେଣ୍ଟର ଛାତ ଉପରେ ଯାତ୍ରା କରିବା ଭଳି ବିପଦପୂର୍ଣ୍ଣ ଆଚରଣରୁ ନିବୃତ୍ତ ରହିବାକୁ ଅନୁରୋଧ କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷା ହେଉଛି ରେଳବାଇର ସର୍ବୋଚ୍ଚ ପ୍ରାଥମିକତା। ପୂର୍ବତଟ ରେଳପଥ ତୀର୍ଥଯାତ୍ରୀ ଏବଂ ଭକ୍ତ ମାନଙ୍କୁ ମଧ୍ୟ କୌଣସି ଜ୍ୱଳନ୍ତ ଜିନିଷ ନ ନେବାକୁ, ଅପରିଚିତ ବ୍ୟକ୍ତିଙ୍କ ଖାଦ୍ୟ କିମ୍ବା ପାନୀୟ ଗ୍ରହଣ ନକରିବା ଏବଂ ଅପ୍ରତ୍ୟାଶିତ ବ୍ୟାଗ କିମ୍ବା ସନ୍ଦେହଜନକ ଜିନିଷ ନଛୁଇଁବାକୁ ମଧ୍ୟ ପରାମର୍ଶ ଦେଉଛି।

ଯାତ୍ରୀମାନଙ୍କୁ ସଚେତନ କରିବା ବ୍ୟତୀତ, ଭିଡ଼ ନିୟନ୍ତ୍ରଣ ପଦକ୍ଷେପ ଏବଂ ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ରେଳ ସୁରକ୍ଷା ବଳ (ଆରପିଏଫ୍) କର୍ମଚାରୀଙ୍କୁ ନିୟୋଜନ କରି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ନିରନ୍ତର ଯାତାୟାତ ଏବଂ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ସଜାଗ ରହିବା, ସମସ୍ତ ଯାତ୍ରୀ, ବିଶେଷକରି ତୀର୍ଥଯାତ୍ରୀ ଏବଂ ଭକ୍ତଙ୍କ ସୁରକ୍ଷା ତଥା ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆରପିଏଫ୍ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

ରଥ ଯାତ୍ରା ସମୟରେ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ 315 ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା ସହିତ ପଶ୍ଚିମବଙ୍ଗ, ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ଘୋଷଣା କରିଛି। ଏହି ଅତିରିକ୍ତ ଟ୍ରେନ ଗୁଡିକ ଗୁଣ୍ଡିଚା ଯାତ୍ରା, ସାନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା, ସୁନାବେଶ ଏବଂ ଅଧରପଣା ଦିବସରେ ଯୋଗଦେଉଥିବା ତୀର୍ଥଯାତ୍ରୀଙ୍କ ଯାତ୍ରା ସୁବିଧା ପ୍ରତି ଧ୍ୟାନ ଦିଆଯାଇ ଚଳାଚଳ କରାଯାଉଅଛି।

ଯାତ୍ରୀଙ୍କ ଯାତ୍ରା ସୁବିଧା ଅଭିଜ୍ଞତାକୁ ବୃଦ୍ଧି କରାଇବା ପାଇଁ ପୂର୍ବତଟ ରେଳପଥ ପ୍ରମୁଖ ସ୍ଥାନରେ ଅତିରିକ୍ତ ଟିକେଟ୍ କାଉଣ୍ଟର, ଅନୁସନ୍ଧାନ କାଉଣ୍ଟର ଏବଂ ସୂଚନା କେନ୍ଦ୍ର ଯୋଗାଇ ଦେଇଛି। ସମସ୍ତ ଯାତ୍ରୀଙ୍କ ପାଇଁ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ କ୍ୟାଟରିଂ ସେବା, ପରିମଳ ସୁବିଧା, ଚିକିତ୍ସା ସହାୟତା ବୁଥ ଏବଂ ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ସୁବିଧା ବ୍ୟବସ୍ଥା କରାଯାଇଛି।

ଅଧିକନ୍ତୁ, ପୂର୍ବତଟ ରେଳପଥ ମନ୍ଦିର ପ୍ରଶାସନ ସହିତ ଘନିଷ୍ଠ ସହଯୋଗ କରି ତାଲିମପ୍ରାପ୍ତ କର୍ମଚାରୀ ଏବଂ ରଥ ଯାତ୍ରା ଉତ୍ସବ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇଥାଏ। ପୂର୍ବତଟ ରେଳପଥ ସମସ୍ତ ତୀର୍ଥଯାତ୍ରୀଙ୍କୁ ରେଳ କର୍ମଚାରୀଙ୍କ ସହ ସହଯୋଗ କରିବାକୁ ଏବଂ ସେମାନଙ୍କ ଯାତ୍ରା ସମୟରେ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ପ୍ରୋତ୍ସାହିତ କରୁଛି। ଆସନ୍ତୁ ସମସ୍ତେ ଏକାଠି ହୋଇ ଏହି ରଥ ଯାତ୍ରାକୁ ସମସ୍ତଙ୍କ ପାଇଁ ସ୍ମରଣୀୟ ଏବଂ ନିରାପଦ ଅନୁଭୂତି ନେବାପାଇଁ ପୂର୍ବତଟ ରେଳପଥ ଯାତ୍ରୀ ମାନଙ୍କୁ ନିବେଦନ କରୁଛି।

ପୂର୍ବତଟ ରେଳପଥ ଯାତ୍ରୀ ସୁରକ୍ଷା ରଥ ଯାତ୍ରା ସଚେତନତା ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ନିଶା କାରବାରକୁ ବିରୋଧ କରିବାରୁ ଯୁବକକୁ ମାରଣାନ୍ତକ ଆକ୍ରମଣ

February 14, 2026

ଉତ୍ତର କୋରିଆର ଚତୁର୍ଥ ପିଢ଼ିର ନେତା ହେବେ କି କିମ୍ ଜୁ ଏ?: ଜାଣନ୍ତୁ ସେ କିଏ?

February 14, 2026

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବିଜ୍ଞାପନ ବଜାରରେ ବଡ଼ ପ୍ରତିଯୋଗୀତା: ଜାଣନ୍ତୁ ୧୦-ସେକେଣ୍ଡ ସ୍ଲଟର ମୂଲ୍ୟ

February 14, 2026

ଭାରତକୁ ପରାସ୍ତ କରିବ ପାକିସ୍ତାନ!: ଜିମ୍ବାୱେ ର ଉଦାହରଣ ଦେଇ ଉପହାସ କଲେ ମହମ୍ମଦ ୟୁସୁଫ

February 14, 2026
Latest News

ନିଶା କାରବାରକୁ ବିରୋଧ କରିବାରୁ ଯୁବକକୁ ମାରଣାନ୍ତକ ଆକ୍ରମଣ

February 14, 2026

ଉତ୍ତର କୋରିଆର ଚତୁର୍ଥ ପିଢ଼ିର ନେତା ହେବେ କି କିମ୍ ଜୁ ଏ?: ଜାଣନ୍ତୁ ସେ କିଏ?

February 14, 2026

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବିଜ୍ଞାପନ ବଜାରରେ ବଡ଼ ପ୍ରତିଯୋଗୀତା: ଜାଣନ୍ତୁ ୧୦-ସେକେଣ୍ଡ ସ୍ଲଟର ମୂଲ୍ୟ

February 14, 2026

ଭାରତ ନା ପାକିସ୍ତାନ, କାହାକୁ ଗ୍ରହଣ କରିବେ ତାରିକ ରହମାନ? ଏପର୍ଯ୍ୟନ୍ତ କ’ଣ ସଙ୍କେତ ମିଳୁଛି?

February 14, 2026

ଭାରତକୁ ପରାସ୍ତ କରିବ ପାକିସ୍ତାନ!: ଜିମ୍ବାୱେ ର ଉଦାହରଣ ଦେଇ ଉପହାସ କଲେ ମହମ୍ମଦ ୟୁସୁଫ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.