Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେଲେ ରାଷ୍ଟ୍ରପତି
ଆଜିର ଖବର

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେଲେ ରାଷ୍ଟ୍ରପତି

July 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଭୁବନେଶ୍ୱରଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ସମାରୋହରେ ଯୋଗ ଦେଇଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ; ବରଂ ସେ କେଉଁ ପ୍ରକାରର ଜୀବନଯାପନ କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ। ଅର୍ଥାତ୍ ଜଣେ ବ୍ୟକ୍ତିର ସମାଜ ଓ ଦେଶ ପ୍ରତି ଅବଦାନକୁ ଆଧାର କରି ତାଙ୍କର ଖ୍ୟାତିର ମୂଲ୍ୟାଙ୍କନ କରାଯାଏ। ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କ ସ୍ୱଳ୍ପ ଜୀବନକାଳ ମଧ୍ୟରେ କେତେ ଭଲ କାମ କରିଛନ୍ତି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ରାଷ୍ଟ୍ରପତି କହିଥିଲେ। ସମାଜସେବା, ସାହିତ୍ୟ, ଶିକ୍ଷା ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି କହିବା ସହ ଶ୍ରୀମତୀ ମୁର୍ମୁ ଏହି ଅବସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ପଣ୍ଡିତ ଗୋପବନ୍ଧୁ ଦାସ ଭଲ ଭାବରେ ଜାଣିଥିଲେ ଯେ ଉପଯୁକ୍ତ ଶିକ୍ଷା ବିନା କୌଣସି ସମାଜ କିମ୍ବା ରାଷ୍ଟ୍ର ପ୍ରଗତି କରିପାରିବ ନାହିଁ। ସେଥିପାଇଁ ସେ ପୁରୀ ଜିଲ୍ଲାର ସତ୍ୟବାଦୀଠାରେ ମୁକ୍ତାକାଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ, ଯାହାକୁ ବନ ବିଦ୍ୟାଳୟ ମଧ୍ୟ କୁହାଯାଏ। ପ୍ରାରମ୍ଭିକ ଅବସ୍ଥାରୁ ତାଙ୍କର ଛାତ୍ରଛାତ୍ରୀଙ୍କୁ ପ୍ରକୃତି ସହ ପରିଚିତ କରାଇବା ଆଭିମୁଖ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପଣ୍ଡିତ ଗୋପବନ୍ଧୁ ବନ ବିଦ୍ୟାଳୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ମତରେ ଶିକ୍ଷାର ଅର୍ଥ କେବଳ ପୁସ୍ତକ ଭିତ୍ତିକ ଜ୍ଞାନ ନୁହେଁ ବରଂ ଶିକ୍ଷାର ଅର୍ଥ ଛାତ୍ରଛାତ୍ରୀଙ୍କୁ ଶାରୀରିକ, ମାନସିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ଭାବରେ ବିକଶିତ କରିବା।

ରାଷ୍ଟ୍ରପତି କହିଥିଲେ ଯେ, ୧୯୧୯ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସ ସମାଜ ଖବରକାଗଜର ପ୍ରକାଶନ ଆରମ୍ଭ କରିଥିଲେ। ଏହି ପ୍ରକାଶନ ମାଧ୍ୟମରେ ସେ ଓଡ଼ିଶାରେ ସ୍ୱାଧୀନତାର ବାର୍ତ୍ତା ପ୍ରଚାର କରିଥିଲେ। ଏହି ଖବରକାଗଜ ଜରିଆରେ ସେ ଲୋକଙ୍କ ସମସ୍ୟା ମଧ୍ୟ ଉଠାଇଥିଲେ। ସମାଜରେ ତାଙ୍କର ସମ୍ପାଦକୀୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି।

ରାଷ୍ଟ୍ରପତି ଆହୁରି କହିଥିଲେ ଯେ ପଣ୍ଡିତ ଗୋପବନ୍ଧୁ ଦାସ ଜାତୀୟତାବାଦ ଓ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସ କରୁଥିଲେ। ତାଙ୍କର କବିତା ଓ ଗଦ୍ୟ ଦେଶପ୍ରେମ ଓ ବିଶ୍ୱ କଲ୍ୟାଣର ବାର୍ତ୍ତା ଦେଇଥାଏ। ସେ ଓଡ଼ିଆ ଗୌରବ ତଥା ଭାରତୀୟ ଜାତୀୟତାବାଦ ପ୍ରତି ଉତ୍ସର୍ଗୀକୃତ ଥିଲେ। ପଣ୍ଡିତ ଗୋପବନ୍ଧୁ ଲେଖିଥିଲେ ‘ମୁଁ ଭାରତରେ ଯେଉଁଠି ବି ଥାଏ ମୁଁ ଘରେ ଅଛି ବୋଲି ବିଶ୍ୱାସ କରିବା ଉଚିତ୍‌।’ ଗୋପବନ୍ଧୁଙ୍କ ଏହି ସର୍ବଭାରତୀୟ ଚିନ୍ତାଧାରାରୁ ପ୍ରେରଣା ନେବା ଉଚିତ ବୋଲି ରାଷ୍ଟ୍ରପତି କହିଥିଲେ।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଦ୍ରୌପଦୀ ମୁର୍ମୁ ଶ୍ରାଦ୍ଧବାର୍ଷିକୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026
Latest News

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.