Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଏମ୍‌ରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପାଠ୍ୟକ୍ରମର ଶୁଭାରମ୍ଭ
ଆଜିର ଖବର

ଓଡିଏମ୍‌ରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପାଠ୍ୟକ୍ରମର ଶୁଭାରମ୍ଭ

July 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଏମ୍‌ରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପାଠ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ଆଧୁନିକ ସମାଜର ଆବଶ୍ୟକତା ଅନୁସାରେ ଭବିଷ୍ୟତରେ ସଫଳ ନାଗରିକ ଗଢିବା ପାଇଁ ଓଡିଏମ୍ ଶିକ୍ଷାସମୂହ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପାଠ୍ୟକ୍ରମର ଶୁଭାରମ୍ଭ କରିଛି । ଏକବିଂଶ ଶତାବ୍ଦୀର ଚାହିଦା ଅନୁଯାୟୀ ଦେଶ ଓ ବିଦେଶର ଚାକିରି ବଜାରରେ ଛାତ୍ରମାନଙ୍କୁ ପ୍ରସ୍ତୁତ କରିବା, ବିଦ୍ୟାଳୟ ପାଠ୍ୟକ୍ରମରେ ଉନ୍ନତ ଡିଜିଟାଲ ଜ୍ଞାନକୌଶଳ ଓ ଜୀବନକୌଶଳ ସହିତ ଶିକ୍ଷାକୁ ଏକୀକୃତ କରିବା ତଥା ନିଜର ବହୁମୂଖୀ ପ୍ରତିଭାକୁ ବିକଶିତ କରିବା ପାଇଁ ଏହି ଅଭିନବ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଓଡିଏମ୍ ଶିକ୍ଷାସମୂହର ଅଧ୍ୟକ୍ଷ ଡଃ ସତ୍ୟବ୍ରତ ମୀନକେତନ କହିଛନ୍ତି।

ରାଂଚିରେ ଥିବା ଓଡିଏମ୍ ସାଫାୟାର ଗ୍ଲୋବାଲ ସ୍କୁଲ ପରିସରରେ ଏକ ପରୀକ୍ଷଣ ପର୍ଯ୍ୟାୟରେ ଏହି ପାଠ୍ୟକ୍ରମ ସଦ୍ୟ ଆରମ୍ଭ କରାଯାଇଛି । ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ଷେତ୍ରରେ  ବିଭିନ୍ନ ଅଭିଜ୍ଞ ବିଶେଷଜ୍ଞମାନଙ୍କ ଏକ ଟିମ୍ ଦ୍ୱାରା ଏହି ପାଠ୍ୟକ୍ରମକୁ ଡିଜାଇନ କରାଯାଇଛି, ଯେଉଁଥିରେ ମେଶିନ ଲର୍ଣ୍ଣିଙ୍ଗ୍ ଏବଂ ନ୍ୟୁରାଲ ନେଟ୍‌ୱର୍କ ବିଷୟବସ୍ତୁଠାରୁ ଆରମ୍ଭ କରି ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ ଏବଂ କମ୍ପ୍ୟୁଟର ଭିଜନ ଭଳି ଅଧିକ ଉନ୍ନତ ବିଷୟଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଛି।

ଏହାର ପ୍ରୟୋଗଶାଳାରେ ଛାତ୍ରଛାତ୍ରୀମାନେ ସମ୍ବନ୍ଧିତ ଉପକରଣଗୁଡିକୁ ନେଇ ବାସ୍ତବରେ କାର୍ଯ୍ୟ କରିବାର ସୁଯୋଗ ପପାଇବେ, ଯାହା ସେମାନଙ୍କୁ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଉପକରଣ ଓ ପ୍ରଯୁକ୍ତି ବିଦ୍ୟା ସହିତ ଅଭିଜ୍ଞତା ପ୍ରଦାନ କରିବ। ଏଆଇ କ୍ଷେତ୍ରରେ ନୈତିକ ବିଚାର ଏବଂ ଏହାଦ୍ୱାରା ସାମାଜିକ ପ୍ରଭାବ ଉପରେ ବିଶେଷ ଧ୍ୟାନ ରଖିବା ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ବିନ୍ଦୁ ଅଟେ।

ଓଡିଏମ୍ ସଫାୟାର ଗ୍ଲୋବାଲ ସ୍କୁଲର ଅଧ୍ୟକ୍ଷ ଶ୍ରୀ ଅମିତ ସିଂହ କହିଛନ୍ତି,“ ଆମ ପାଠ୍ୟକ୍ରମରେ ଏଆଇକୁ ପୁଙ୍ଖାନୁପୁଙ୍ଖ ଭାବରେ ଯୋଡିବା ଆମର ଅଗ୍ରଗାମୀ ଚିନ୍ତାଧାରା ଯାହା ସାମଗ୍ରିକ ଶିକ୍ଷା ପ୍ରଦାନ କରିପାରିବ। ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ରାସ୍ତା ଖୋଲିବ ତଥା ସେମାନଙ୍କର ସୃଜନଶୀଳତା ଓ ବିଶ୍ଳେଷଣାତ୍ମକ ଚିନ୍ତାଧାରା ବୃଦ୍ଧି ଓ ଉନ୍ନତ କରିବ।”

ସମସ୍ତ ଅଭିଭାବକମାନେ ଏହି ନୂତନ ଓଡିଏମ୍ ଶିକ୍ଷାସମୂହର ନୂତନ ପଦକ୍ଷେପକୁ ଉତ୍ସାହର ସହିତ ସ୍ୱାଗତ କରିଛନ୍ତି। ଖୁବ୍‌ଶୀଘ୍ର ଓଡିଏମ୍ ପ୍ରତିଷ୍ଠାନର ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଏହି ପାଠ୍ୟକ୍ରମ ଲାଗୁ କରାଯିବ।

ଆର୍ଟିଫିସିଆଲ ଇଂଟେଲିଜେନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026

କେରଳ କୌମୁଦି ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ଅମିତ ଶାହ

January 12, 2026
Latest News

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.