Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏବେ ରିଲାଏନ୍ସ ଜିଓ ଆରମ୍ଭ କରିବ ଏଆଇ ଶକ୍ତି ସମ୍ପନ୍ନ ଇନ୍‌-ହୋମ୍ (ଗୃହ) ସେବା

ଭୁବନେଶ୍ୱର: ଗ୍ରାହକମାନଙ୍କୁ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ)ର ଶକ୍ତି ସମ୍ପନ୍ନ ସ୍ମାର୍ଟ ହୋମ୍ ଓ କ୍ଷୁଦ୍ର ବ୍ୟବସାୟ ସେବା ପ୍ରଦାନ କରିବା ଲାଗି ପ୍ଲମ୍ ସହ ସହଭାଗିତା କରିଛି ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍। ପ୍ଲମ୍‌ର ବ୍ୟାପକ କ୍ଲାଉଡ୍ ପ୍ଲାଟଫର୍ମ ମାଧ୍ୟମରେ ଏହି ସହଯୋଗିତା ଭାରତରେ ପ୍ରାୟ ୨୦ କୋଟି ପରିସରକୁ ଅତ୍ୟାଧୁନିକ ସେବା ପ୍ରଦାନ କରିବ।

ରିଲାଏନ୍ସ ଜିଓ ଗ୍ରାହକମାନଙ୍କ ଲାଗି ପ୍ଲମ୍‌ର ଏଆଇଭିତିକ ଓ କ୍ଲାଉଡ୍ ପ୍ଲାଟଫର୍ମ ଉପରେ ଆଧାରିତ ହୋମ୍‌ପାସ୍ ଓ ୱାର୍କପାସ ସେବାର ଶୁଭାରମ୍ଭ କରିବ। ହୋମ୍‌ପାସ୍ ଜରିଆରେ ଘର ଏକ ସ୍ମାର୍ଟ ହୋମ୍‌ରେ ପରିଣତ ହେବ। ଘର ସାରାର ଡିଭାଇସ୍ ସମୂହ ୱାଇ-ଫାଇରେ ଯୋଡ଼ିହୋଇପାରିବେ। ଆପ୍ଲିକେସନ୍‌ର ପ୍ରଦର୍ଶନରେ ସୁଧାର ଆସିବ, କନେକ୍ଟେଡ୍ ଡିଭାଇସ୍‌କୁ ସାଇବର ଆକ୍ରମଣରୁ ସୁରକ୍ଷା ମିଳିବ ଏବଂ ଶିଶୁମାନଙ୍କ ଲାଗି ବିଷୟବସ୍ତୁକୁ ଅଭିଭାବକମାନେ ଭଲ ଭାବେ ନିୟନ୍ତ୍ରଣ କରିପାରିବେ। ୱାଇ-ଫାଇ ମୋସନ ସେନ୍‌ସିଂ ଭଳି ସୁବିଧା ମଧ୍ୟ ମିଳିବ।

କ୍ଷୁଦ୍ର ବ୍ୟବସାୟୀମାନଙ୍କ ଲାଗି ପ୍ଲମ୍‌ର ୱାର୍କପାସ୍ ମଧ୍ୟ ବେଶ ଉପଯୋଗୀ ସାବ୍ୟସ୍ତ ହେବ। ୱାର୍କପାସ୍ ହେଉଛି ଏକ ବିଜନେସ୍ ଇଂଟେଲିଜେନ୍ସ ପ୍ଲାଟଫର୍ମ ଯାହା କ୍ଷୁଦ୍ର ବ୍ୟବସାୟ ପାଇଁ ସରଳ ସମାଧାନ ଏବଂ ତାହାର ସୁଗମତା ସହିତ ଏଂଟରପ୍ରାଇଜ୍ ମାନର ଔଦ୍ୟୋଗିକ କ୍ଷମତାର ସନ୍ତୁଳନ ବଜାୟ ରଖିବ। ଏଥିରେ ଆବଶ୍ୟକ କନେକ୍ଟିଭିଟି (ସଂଯୋଗ), ଉତ୍ପାଦକତା ଓ ସୁରକ୍ଷା ଟୁଲ୍ ମଧ୍ୟ ରହିଛି।

ଗ୍ରାହକମାନଙ୍କୁ ଉତ୍ତମ ଅନୁଭବ ପ୍ରଦାନ କରିବା ଲାଗି ପ୍ଲମ୍‌ର ହେଷ୍ଟେକ୍ ସପୋର୍ଟ ଓ ଅପରେସନ୍ସ ସୁଟ୍‌କୁ ଜିଓ ବ୍ୟବହାର କରିବ। ଏହା ମାଧ୍ୟମରେ ଜିଓର ଗ୍ରାହକ ସହାୟତା ଓ ପରିଚାଳନା ଟିମ୍‌ର ପ୍ରଦର୍ଶନ ଅଧିକ ସମୃଦ୍ଧ ହେବ। ଏଥି ସହିତ ନେଟ୍‌ୱର୍କକୁ ସୁଦୃଢ଼ କରିବା, ଗ୍ରାହକ ସମ୍ପର୍କିତ ବିଷୟକୁ ଚିହ୍ନଟ କରିବା, ବିଶ୍ଳେଷଣ କରିବା ଏବଂ ଦ୍ରୁତ ଗତିରେ କାର୍ଯ୍ୟ ସମ୍ପାଦନ କରିବାରେ ତାହା ସହାୟକ ହୋଇପାରିବ।

ରିଲାଏନ୍ସ ଜିଓର ସଭାପତି ମାଥ୍ୟୁ ଓମ୍ମନ କହିଛନ୍ତି ଯେ, “କନେକ୍ଟେଡ୍ ହୋମ୍ ସେବା ଲାଗି ଆମେ ନିରନ୍ତର ଭାବେ ଆମର ପୋର୍ଟଫୋଲିଓର ସମ୍ପ୍ରସାରଣ କରୁଛୁ। ନିଜ ଗ୍ରାହକମାନଙ୍କୁ ଉନ୍ନତ ଓ ସୁରକ୍ଷିତ ଇନ୍‌-ହୋମ୍ ଡିଜିଟାଲ୍ ସେବା ପ୍ରଦାନ କରିବା ଜିଓ ପାଇଁ ବେଶ ମହତ୍ୱପୂର୍ଣ୍ଣ। ପ୍ଲମ୍ ଭଳି ସହଯୋଗୀଙ୍କ ସହ ବ୍ୟାପକ ଓ ଅଗ୍ରଣୀ ପ୍ଲାଟଫର୍ମ ସହିତ ଜିଓ ନିଜର କନେକ୍ଟେଡ୍ ହୋମ୍ ସେବାକୁ ଆହୁରି ସୁଦୃଢ଼ କରିବ।’’

ପ୍ଲମ୍‌ର ମୁଖ୍ୟ ରାଜସ୍ୱ ଅଧିକାରୀ ଆଡ୍ରିଆନ୍ ଫିଟଜରାଲ୍ଡ କହିଛନ୍ତି ଯେ, “ସାରା ଭାରତରେ ଗ୍ରାହକମାନଙ୍କୁ ଅଦ୍ୱିତୀୟ ଓ ବ୍ୟକ୍ତିଗତ ସୁହାଇବା ଭଳି ଇନ୍‌-ହୋମ୍ ଡିଜିଟାଲ୍ ସେବା ପ୍ରଦାନ କରିବାରେ ଆମେ ଜିଓକୁ ସହାୟତା ପ୍ରଦାନ କରିବୁ। ଜିଓକୁ ଏହି ବିକାଶ ଯାତ୍ରାରେ ସହଯୋଗ ପ୍ରଦାନ କରିବା ଲାଗି ଆମେ ବେଶ ଉତ୍ସାହିତ ରହିଛୁ।’’

ଫିକ୍ସଡ୍ ଲାଇନ୍ ଓ ଓୟାରଲେସ୍ ସେବା ଜରିଆରେ ଭାରତରେ ଗ୍ରାହକମାନଙ୍କ ଡିଜିଟାଲ୍ ଆବଶ୍ୟକତାକୁ ଜିଓ ପୂରଣ କରୁଛି। ଦେଶରେ ପ୍ରତିଟି ଘରେ ବିଶ୍ୱସନୀୟ ଓ ହାଇ-ସ୍ପିଡ୍ ଇଂଟରନେଟ୍ ଓ ମନୋରଂଜନ ସେବା ପ୍ରଦାନ କରିବା ଲାଗି ବିଶ୍ୱସ୍ତରୀୟ ଜିଓଫାଇବର ଓ ଜିଓ ଏୟାରଫାଇବର ନେଟ୍‌ୱର୍କକୁ ପ୍ରସ୍ତୁତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କ୍ଲାଉଡ୍‌ଭିତିକ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପାଇଁ ଜିଓ ପ୍ଳାଟଫର୍ମସ୍ ଓ ଏନ୍‌ଭିଡିଆ ମଧ୍ୟରେ ସହଯୋଗିତା

ମୁମ୍ବାଇ/ ଭୁବନେଶ୍ୱର: ଅତ୍ୟାଧୁନିକ କ୍ଲାଉଡ୍‌ଭିତିକ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଢ଼ାଂଚା ବିକାଶ କରିବା ଲାଗି ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଏନ୍‌ଭିଡିଆ ସହ ସହଯୋଗିତା ସ୍ଥାପନ କରାଯାଇଥିବା ଘୋଷଣା କରାଯାଇଛି। ଦେଶରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ଷେତ୍ରରେ ବହୁତ କାମ ହେଉଥିବା ବେଳେ ଜିଓ ଓ ଏନ୍‌ଭିଡିଆ ମଧ୍ୟରେ ସହଯୋଗିତା ଭାରତକୁ ଏହି କ୍ଷେତ୍ରରେ ଦ୍ରୁ୍‌ତ ଗତିରେ ଆଗକୁ ବଢ଼ିବାରେ ସହାୟକ ହେବ।

ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ବାର୍ଷିକ ସାଧାରଣ ବୈଠକରେ କଂପାନିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ସବୁ ଭାରତୀୟଙ୍କ ପାଖରେ ଆର୍ଟିଫିସିଆଲ ଇଂଟେଲିଜେନ୍ସର ଲାଭ ପହଂଚାଇବାକୁ ପ୍ରତିଶ୍ରୁତି ଦେଇଥିଲେ।

ଏହି ସହଯୋଗିତା ସମ୍ପର୍କରେ ମୁକେଶ ଅମ୍ବାନି କହିଛନ୍ତି ଯେ, “ଭାରତରେ ବିପୁଳ ପରିମାଣର ଡାଟା ବ୍ୟବହାର ହେଉଛି। କିନ୍ତୁ ଆମକୁ ଆହୁରି ଆଗକୁ ଯିବାକୁ ହେବ। ଆମେ ଏବେ ଜ୍ଞାନକୌଶଳ ଢ଼ାଂଚା ବିକାଶ କରୁଛୁ ଯାହା ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ଏନ୍‌ଭିଡିଆ ସହିତ ମିଶି ଆମେ କମ୍ପ୍ୟୁଟିଂ ଓ ପ୍ରଯୁକ୍ତି ସୁପର ସେଂଟର ତିଆରି କରୁଛୁ। ଜିଓ ଆସିବା ପରେ ଡିଜିଟାଲ୍ କ୍ଷେତ୍ରରେ ଯେଉଁଭଳି ଲାଭ ମିଳିଥିଲା ଏହା ଜରିଆରେ ସେଭଳି ଲାଭ ମିଳିବ। ଜିଓ ଓ ଏନ୍‌ଭିଡିଆ ମିଳିତ ଭାବେ ଗୋଟିଏ ଲକ୍ଷ୍ୟ ହାସଲ କରିବା ଲାଗି ମିଳିତ ଭାବେ ଏକ ଯାତ୍ରାର ଶୁଭାରମ୍ଭ କରୁଥିବାରୁ ମୁଁ ବହୁତ ଖୁସି।’’

ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, “ଅତ୍ୟାଧୁନିକ ପ୍ରଯୁକ୍ତିର ଉପଲବ୍ଧତା ଓ ଉପଯୋଗକୁ ସମସ୍ତଙ୍କ ପାଖରେ ପହଂଚାଇ ଭାରତର ବୈଷୟିକ ବିପ୍ଳବକୁ ପ୍ରୋତ୍ସାହିତ କରିବା ଲାଗି ଜିଓରେ ଆମେ ପ୍ରତିବଦ୍ଧ ରହିଛୁ। ଏନ୍‌ଭିଡିଆ ସହିତ ଆମର ସହଯୋଗିତା ସେହି ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ମିଳିତ ଭାବେ ଆମେ ଏକ ଅତ୍ୟାଧୁନିକ ଏଆଇ କ୍ଲାଉଡ୍ ଭିତିଭୂମି ବିକାଶ କରିବୁ ଯାହା ସୁରକ୍ଷିତ, ଦୀର୍ଘସ୍ଥାୟୀ ହେବ ଏବଂ ଭାରତର ଅଦ୍ୱିତୀୟ ଅବସର ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହେବ। ଏହି ଅତ୍ୟାଧୁନିକ ପ୍ଲାଟଫର୍ମ ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ଶିକ୍ଷା ଏବଂ ଏଂଟରପ୍ରାଇଜ୍ ସଲ୍ୟୁସନ୍ସ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏଆଇ ଦ୍ୱାରା ପରିଚାଳିତ ନବସୃଜନକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ଦେଶର ଗବେଷକ, ଷ୍ଟାର୍ଟଅପ୍ ଓ ଉଦ୍ୟୋଗୀମାନଙ୍କ ପାଇଁ ଏଆଇକୁ ସୁଲଭ କରିବା ହେଉଛି ଆମର ଲକ୍ଷ୍ୟ ଯାହା ଦ୍ୱାରା ଭାରତ ଦ୍ରୁତ ଗତିରେ ଏଆଇ ମହାଶକ୍ତି ହେବା ଆଡ଼କୁ ଗତି କରିପାରିବ।’’

ଏହି ଅବସରରେ ଏନ୍‌ଭିଡିଆର ପ୍ରତିଷ୍ଠାତା ଓ ସିଇଓ ଜେନ୍‌ସେନ୍ ହୁଆଙ୍ଗ କହିଛନ୍ତି ଯେ, “ଭାରତରେ ଅତ୍ୟାଧୁନିକ ଏଆଇ ସୁପର କମ୍ପ୍ୟୁଟର ପ୍ରସ୍ତୁତ କରିବା ଲାଗି ରିଲାଏନ୍ସ ସହିତ ସହଯୋଗିତା ସ୍ଥାପନ କରି ଆମେ ବହୁତ ଖୁସି। ଭାରତରେ ପାଖରେ ବ୍ୟାପକ ଡାଟା ଓ ପ୍ରତିଭା ରହିଛି। ସବୁଠୁ ଉନ୍ନତ ଏଆଇ କମ୍ପ୍ୟୁଟିଂ ଭିତିଭୂମି ଜରିଆରେ ରିଲାଏନ୍ସ ଏହାକୁ ନିର୍ମାଣ କରିପାରିବ। ଏହା ପାଖରେ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ ରହିଛି ଯାହା ଭାରତୀୟ ଲୋକମାନଙ୍କ ପାଇଁ ଭାରତରେ ନିର୍ମିତି ଜେନେରେଟିଭ୍ ଏଆଇ ଆପ୍ଲିକେସନ୍‌କୁ ଶକ୍ତି ପ୍ରଦାନ କରିବ।’’

ଏଆଇ କ୍ଲାଉଡ୍ ଭିତିଭୂମି ଭାରତରେ ଗବେଷକ, ଡେଭେଲପର୍ସ, ଷ୍ଟାର୍ଟଅପ୍‌, ବୈଜ୍ଞାନିକ, ଏଆଇ ବ୍ୟବହାରକାରୀ ଓ ଅନ୍ୟାନ୍ୟ ଲୋକମାନଙ୍କୁ ତତ୍କାଳ କମ୍ପ୍ୟୁଟିଂ ଓ ହାଇ ସ୍ପିଡ୍ ତଥା ସୁରକ୍ଷିତ କ୍ଲାଉଡ୍ ପର୍ଯ୍ୟନ୍ତ ପହଂଚାଇବ ଯଦ୍ୱାରା କାର୍ଯ୍ୟ ସୁରକ୍ଷିତ ଭାବେ ଏବଂ ଅଧିକ ଶକ୍ତି ସହିତ କୁଶଳତା ପୂର୍ବକ ସଂଚାଳିତ ହୋଇପାରିବ।

ନୂଆ ମୌଳିକ ଭିତିଭୂମି ଭାରତର ପ୍ରମୁଖ ଅଭିଯାନ ଏବଂ ଏଆଇ ଯୋଜନାର ଏକ ବ୍ୟାପକ ସିରିଜ୍‌କୁ ଗତି ପ୍ରଦାନ କରିବ ଯେଉଁଥିରେ ଏଆଇ ଚାଟ୍‌ବଟ୍‌, ଔଷଧ ଉଦ୍ଭାବନ, ଜଳବାୟୁ ଗବେଷଣା ଏବଂ ବହୁତ କିଛି ସାମିଲ ରହିବ।

ଏହି ସହଯୋଗିତାରେ ସବୁଠୁ ଉନ୍ନତ ଏଆଇ ମଡେଲ୍ ତିଆରି କରିବା ଲାଗି ଏନ୍‌ଭିଡିଆ ପକ୍ଷରୁ ଜିଓକୁ ସିପିୟୁ, ଜିପିୟୁ, ନେଟ୍‌ୱର୍କିଂ ଓ ଏଆଇ ଅପରେଟିଂ ସିଷ୍ଟମ୍ ଏବଂ ଫ୍ରେମ୍‌ୱର୍କ ସହିତ ଏଣ୍ଡ୍‌-ଟୁ-ଏଣ୍ଡ୍ ସୁପର କମ୍ପ୍ୟୁଟର ଜ୍ଞାନକୌଶଳ ପ୍ରଦାନ କରାଯିବ। ଜିଓ କ୍ଲାଉଡ୍ ଭିତିଭୂମିର ପରିଚାଳନା ଓ ରକ୍ଷଣାବେକ୍ଷଣ ଏବଂ ତାହାକୁ ଗ୍ରାହକମାନଙ୍କ ପାଖରେ ପହଂଚାଇବାର ଦେଖାଶୁଣା କରିବ।