Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ଲାଉଡ୍‌ଭିତିକ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପାଇଁ ଜିଓ ପ୍ଳାଟଫର୍ମସ୍ ଓ ଏନ୍‌ଭିଡିଆ ମଧ୍ୟରେ ସହଯୋଗିତା
ଆଜିର ଖବର

କ୍ଲାଉଡ୍‌ଭିତିକ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପାଇଁ ଜିଓ ପ୍ଳାଟଫର୍ମସ୍ ଓ ଏନ୍‌ଭିଡିଆ ମଧ୍ୟରେ ସହଯୋଗିତା

September 9, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ/ ଭୁବନେଶ୍ୱର: ଅତ୍ୟାଧୁନିକ କ୍ଲାଉଡ୍‌ଭିତିକ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଢ଼ାଂଚା ବିକାଶ କରିବା ଲାଗି ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଏନ୍‌ଭିଡିଆ ସହ ସହଯୋଗିତା ସ୍ଥାପନ କରାଯାଇଥିବା ଘୋଷଣା କରାଯାଇଛି। ଦେଶରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ଷେତ୍ରରେ ବହୁତ କାମ ହେଉଥିବା ବେଳେ ଜିଓ ଓ ଏନ୍‌ଭିଡିଆ ମଧ୍ୟରେ ସହଯୋଗିତା ଭାରତକୁ ଏହି କ୍ଷେତ୍ରରେ ଦ୍ରୁ୍‌ତ ଗତିରେ ଆଗକୁ ବଢ଼ିବାରେ ସହାୟକ ହେବ।

ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ବାର୍ଷିକ ସାଧାରଣ ବୈଠକରେ କଂପାନିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ସବୁ ଭାରତୀୟଙ୍କ ପାଖରେ ଆର୍ଟିଫିସିଆଲ ଇଂଟେଲିଜେନ୍ସର ଲାଭ ପହଂଚାଇବାକୁ ପ୍ରତିଶ୍ରୁତି ଦେଇଥିଲେ।

ଏହି ସହଯୋଗିତା ସମ୍ପର୍କରେ ମୁକେଶ ଅମ୍ବାନି କହିଛନ୍ତି ଯେ, “ଭାରତରେ ବିପୁଳ ପରିମାଣର ଡାଟା ବ୍ୟବହାର ହେଉଛି। କିନ୍ତୁ ଆମକୁ ଆହୁରି ଆଗକୁ ଯିବାକୁ ହେବ। ଆମେ ଏବେ ଜ୍ଞାନକୌଶଳ ଢ଼ାଂଚା ବିକାଶ କରୁଛୁ ଯାହା ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ଏନ୍‌ଭିଡିଆ ସହିତ ମିଶି ଆମେ କମ୍ପ୍ୟୁଟିଂ ଓ ପ୍ରଯୁକ୍ତି ସୁପର ସେଂଟର ତିଆରି କରୁଛୁ। ଜିଓ ଆସିବା ପରେ ଡିଜିଟାଲ୍ କ୍ଷେତ୍ରରେ ଯେଉଁଭଳି ଲାଭ ମିଳିଥିଲା ଏହା ଜରିଆରେ ସେଭଳି ଲାଭ ମିଳିବ। ଜିଓ ଓ ଏନ୍‌ଭିଡିଆ ମିଳିତ ଭାବେ ଗୋଟିଏ ଲକ୍ଷ୍ୟ ହାସଲ କରିବା ଲାଗି ମିଳିତ ଭାବେ ଏକ ଯାତ୍ରାର ଶୁଭାରମ୍ଭ କରୁଥିବାରୁ ମୁଁ ବହୁତ ଖୁସି।’’

ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, “ଅତ୍ୟାଧୁନିକ ପ୍ରଯୁକ୍ତିର ଉପଲବ୍ଧତା ଓ ଉପଯୋଗକୁ ସମସ୍ତଙ୍କ ପାଖରେ ପହଂଚାଇ ଭାରତର ବୈଷୟିକ ବିପ୍ଳବକୁ ପ୍ରୋତ୍ସାହିତ କରିବା ଲାଗି ଜିଓରେ ଆମେ ପ୍ରତିବଦ୍ଧ ରହିଛୁ। ଏନ୍‌ଭିଡିଆ ସହିତ ଆମର ସହଯୋଗିତା ସେହି ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ମିଳିତ ଭାବେ ଆମେ ଏକ ଅତ୍ୟାଧୁନିକ ଏଆଇ କ୍ଲାଉଡ୍ ଭିତିଭୂମି ବିକାଶ କରିବୁ ଯାହା ସୁରକ୍ଷିତ, ଦୀର୍ଘସ୍ଥାୟୀ ହେବ ଏବଂ ଭାରତର ଅଦ୍ୱିତୀୟ ଅବସର ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହେବ। ଏହି ଅତ୍ୟାଧୁନିକ ପ୍ଲାଟଫର୍ମ ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ଶିକ୍ଷା ଏବଂ ଏଂଟରପ୍ରାଇଜ୍ ସଲ୍ୟୁସନ୍ସ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏଆଇ ଦ୍ୱାରା ପରିଚାଳିତ ନବସୃଜନକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ଦେଶର ଗବେଷକ, ଷ୍ଟାର୍ଟଅପ୍ ଓ ଉଦ୍ୟୋଗୀମାନଙ୍କ ପାଇଁ ଏଆଇକୁ ସୁଲଭ କରିବା ହେଉଛି ଆମର ଲକ୍ଷ୍ୟ ଯାହା ଦ୍ୱାରା ଭାରତ ଦ୍ରୁତ ଗତିରେ ଏଆଇ ମହାଶକ୍ତି ହେବା ଆଡ଼କୁ ଗତି କରିପାରିବ।’’

ଏହି ଅବସରରେ ଏନ୍‌ଭିଡିଆର ପ୍ରତିଷ୍ଠାତା ଓ ସିଇଓ ଜେନ୍‌ସେନ୍ ହୁଆଙ୍ଗ କହିଛନ୍ତି ଯେ, “ଭାରତରେ ଅତ୍ୟାଧୁନିକ ଏଆଇ ସୁପର କମ୍ପ୍ୟୁଟର ପ୍ରସ୍ତୁତ କରିବା ଲାଗି ରିଲାଏନ୍ସ ସହିତ ସହଯୋଗିତା ସ୍ଥାପନ କରି ଆମେ ବହୁତ ଖୁସି। ଭାରତରେ ପାଖରେ ବ୍ୟାପକ ଡାଟା ଓ ପ୍ରତିଭା ରହିଛି। ସବୁଠୁ ଉନ୍ନତ ଏଆଇ କମ୍ପ୍ୟୁଟିଂ ଭିତିଭୂମି ଜରିଆରେ ରିଲାଏନ୍ସ ଏହାକୁ ନିର୍ମାଣ କରିପାରିବ। ଏହା ପାଖରେ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ ରହିଛି ଯାହା ଭାରତୀୟ ଲୋକମାନଙ୍କ ପାଇଁ ଭାରତରେ ନିର୍ମିତି ଜେନେରେଟିଭ୍ ଏଆଇ ଆପ୍ଲିକେସନ୍‌କୁ ଶକ୍ତି ପ୍ରଦାନ କରିବ।’’

ଏଆଇ କ୍ଲାଉଡ୍ ଭିତିଭୂମି ଭାରତରେ ଗବେଷକ, ଡେଭେଲପର୍ସ, ଷ୍ଟାର୍ଟଅପ୍‌, ବୈଜ୍ଞାନିକ, ଏଆଇ ବ୍ୟବହାରକାରୀ ଓ ଅନ୍ୟାନ୍ୟ ଲୋକମାନଙ୍କୁ ତତ୍କାଳ କମ୍ପ୍ୟୁଟିଂ ଓ ହାଇ ସ୍ପିଡ୍ ତଥା ସୁରକ୍ଷିତ କ୍ଲାଉଡ୍ ପର୍ଯ୍ୟନ୍ତ ପହଂଚାଇବ ଯଦ୍ୱାରା କାର୍ଯ୍ୟ ସୁରକ୍ଷିତ ଭାବେ ଏବଂ ଅଧିକ ଶକ୍ତି ସହିତ କୁଶଳତା ପୂର୍ବକ ସଂଚାଳିତ ହୋଇପାରିବ।

ନୂଆ ମୌଳିକ ଭିତିଭୂମି ଭାରତର ପ୍ରମୁଖ ଅଭିଯାନ ଏବଂ ଏଆଇ ଯୋଜନାର ଏକ ବ୍ୟାପକ ସିରିଜ୍‌କୁ ଗତି ପ୍ରଦାନ କରିବ ଯେଉଁଥିରେ ଏଆଇ ଚାଟ୍‌ବଟ୍‌, ଔଷଧ ଉଦ୍ଭାବନ, ଜଳବାୟୁ ଗବେଷଣା ଏବଂ ବହୁତ କିଛି ସାମିଲ ରହିବ।

ଏହି ସହଯୋଗିତାରେ ସବୁଠୁ ଉନ୍ନତ ଏଆଇ ମଡେଲ୍ ତିଆରି କରିବା ଲାଗି ଏନ୍‌ଭିଡିଆ ପକ୍ଷରୁ ଜିଓକୁ ସିପିୟୁ, ଜିପିୟୁ, ନେଟ୍‌ୱର୍କିଂ ଓ ଏଆଇ ଅପରେଟିଂ ସିଷ୍ଟମ୍ ଏବଂ ଫ୍ରେମ୍‌ୱର୍କ ସହିତ ଏଣ୍ଡ୍‌-ଟୁ-ଏଣ୍ଡ୍ ସୁପର କମ୍ପ୍ୟୁଟର ଜ୍ଞାନକୌଶଳ ପ୍ରଦାନ କରାଯିବ। ଜିଓ କ୍ଲାଉଡ୍ ଭିତିଭୂମିର ପରିଚାଳନା ଓ ରକ୍ଷଣାବେକ୍ଷଣ ଏବଂ ତାହାକୁ ଗ୍ରାହକମାନଙ୍କ ପାଖରେ ପହଂଚାଇବାର ଦେଖାଶୁଣା କରିବ।

ଆର୍ଟିଫିସିଆଲ ଇଂଟେଲିଜେନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026
Latest News

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.