Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିବ୍ୟ କଳା ମେଳାରେ ଜନ ସମାଗମ ବଢୁଛି
ଆଜିର ଖବର

ଦିବ୍ୟ କଳା ମେଳାରେ ଜନ ସମାଗମ ବଢୁଛି

July 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଜୁଲାଇ ୫ତାରିଖରୁ ୧୧ତାରିଖ ଯାଏଁ ସାତଦିନ ବ୍ୟାପୀ “ଦିବ୍ୟକଳା ମେଳା” କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ, ଭାରତ ସରକାର, ଜାତୀୟ ଭିନ୍ନକ୍ଷମ ଅର୍ଥ ଓ ବିକାଶ ନିଗମ (ଏନ୍‌.ଡି.ଏଫ୍‌.ଡି.ସି.) ଙ୍କ ସହାୟତାରେ ଏବଂ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥା (ଏସ.ଭି.ନିରତାର) ମାଧ୍ୟମରେ ଏହାକୁ ଆୟୋଜନ କରାଯାଉଛି।

ବହୁ ପ୍ରତୀକ୍ଷିତ ଏହି ଦିବ୍ୟକଳା ମେଳା ଅନେକ ଉତ୍ସାହ ଓ କଳାନୈପୁଣ୍ୟର ଚମତ୍କାର ପ୍ରଦର୍ଶନ ସହ ସଫଳତାର ସହ ଆରମ୍ଭ ହୋଇଥିଲା। ପ୍ରତିଦିନ ଏହି ମେଳାରେ ବହୁ ଲୋକଙ୍କର ସମାଗମ ହେବାର ପରିଲକ୍ଷିତ ହେଉଛି।

ଏହି ମେଳାରେ ଦିବ୍ୟାଙ୍ଗମାନେ ନିଜ ପ୍ରସ୍ତୁତ ବହୁ ସାମଗ୍ରୀ ଯଥା ପୋଷାକ, ଖେଳନା, ଘରସଜ୍ଜା ଉପକରଣ, ଖାଦ୍ୟଦ୍ରବ୍ୟ, ଉପହାର, ଚିତ୍ରପଟ, ଖେଳନା ଆଦି ନାନାଦୀ ସାମଗ୍ରୀ ବିକ୍ରି କରୁଛନ୍ତି। ଯାହାକୁ କ୍ରୟ କରିବା ଲାଗି ଆଗ୍ରହୀ କ୍ରେତାମାନଙ୍କର ଅତ୍ୟନ୍ତ ଆଗ୍ରହ ଦେଖିବାକୁ ମିଳୁଛି।

ଏହି ‘ଦିବ୍ୟକଳା ମେଳା’ରେ ନିଯୁକ୍ତିମେଳାର ମଧ୍ୟ ଆୟୋଜନ କରାଯାଇଥିଲା ଯେଉଁଥିରେ ବିପୁଳ ସଂଖ୍ୟାରେ ଦିବ୍ୟାଙ୍ଗ ଆବେଦନକାରୀ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ। ଏହି ମେଳାରେ ସମୁଦାୟ ଏପର୍ଯ୍ୟନ୍ତ ୩୨୮ଟି ଆବେଦନପତ୍ରର ପଞ୍ଜୀକରଣ ହୋଇଯାଇଥିବାର ଦୃଷ୍ଟିଗୋଚର ହୋଇଥିଲା। ଏଥିରେ ଆଶାୟୀ ଦିବ୍ୟାଙ୍ଗ ବ୍ୟକ୍ତିମାନେ ନିଯୁକ୍ତି ଲାଗି ନିଜର ପଞ୍ଜୀକରଣ କରି ୧୦ଗୋଟି ସମ୍ଭାବ୍ୟ ନିଯୁକ୍ତିଦାତା ସଂସ୍ଥାମାନଙ୍କ ସହିତ ଯୋଗସୂତ୍ରରେ ନିବନ୍ଧିତ ହୋଇପାରିଥିଲେ। ନିଯୁକ୍ତିଦାତା ସଂସ୍ଥାମାନେ ଡାଟା ଏଣ୍ଟ୍ରି ଅପରେଟର, କଲେକ୍ସନ ଏକଜିକ୍ୟୁଟିଭ, କଷ୍ଟମର କେୟାର ଏକଜିକ୍ୟୁଟିଭ, ମେସିନ ଅପରେଟର, ଟେଲିକଲର, ଡେଲିଭରି ଏକଜିକ୍ୟୁଟି ଆଦି ପଦବୀ ଲାଗି ପଞ୍ଜୀକରଣ କରିଥିଲେ।

ଏହି ଦିବ୍ୟକଳା ମେଳାରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଲାଗି ମୂଲ୍ୟାୟନ ଏବଂ ସାହାଯ୍ୟ ଉପକରଣ ବିତରଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଯେଉଁଥିରେ ୩୦୩ ଜଣ ଦିବ୍ୟାଙ୍ଗ ବ୍ୟକ୍ତି୍‌୍‌କର ପଞ୍ଜିକରଣ ହୋଇଥିଲା। ସେଥିମଧ୍ୟରୁ ୯୦ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଆଲିମ୍‌କୋ (AlIMCO) ଏବଂ ୧୧ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଏସ୍‌.ଭି.ନିର୍‌ତାର କୃତିମ ଅଙ୍ଗ ପ୍ରତ୍ୟଙ୍ଗ ଏବଂ ସାହାଯ୍ୟ ଉପକରଣ ବିତରଣ କରିଥିଲେ।

କିଟ୍ ବିଶ୍ବବିଦ୍ୟାଳୟ ଦିବ୍ୟ କଳା ମେଳା ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026
Latest News

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.