ଯୁବକଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଫେରାର

Published: Jul 10, 2024, 11:00 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରରେ ଅବସ୍ଥିତ ଜଟେଶ୍ଵର ପୋଖରୀ ମଣ୍ଡପରେ ବସିଥିବା ସମୟରେ ତ୍ରିନାଥ ମଳିକ ନାମକ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବନ୍ଧୁକଧାରୀ ଜଣଙ୍କ ଅତି ନିକଟରୁ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ହିଁ ତ୍ରିନାଥଙ୍କ ମୃତ୍ୟୁ ଘଟିଛି।

କବିସୂର୍ଯ୍ୟନଗର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts