Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଅଧିନାୟକ ଏବଂ ରଙ୍ଗ-ଶୁର” ଦୁଇଟି ବିଗ ବଜେଟ୍ ସିନେମାର ଟାଇଟେଲ୍ ଓ ଷ୍ଟାର କାଷ୍ଟ ଘୋଷଣା
ଆଜିର ଖବର

“ଅଧିନାୟକ ଏବଂ ରଙ୍ଗ-ଶୁର” ଦୁଇଟି ବିଗ ବଜେଟ୍ ସିନେମାର ଟାଇଟେଲ୍ ଓ ଷ୍ଟାର କାଷ୍ଟ ଘୋଷଣା

July 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପ୍ରକାଶ ଫିଲ୍ମସ ଏବଂ ମୁନ୍ ଟିଭି ମୁଭିଜ୍ ର ମିଳିତ ପ୍ରଯୋଜନା ରେ ଆସୁଛି ଦୁଇଟି ବିଗ ବଜେଟର ଓଡ଼ିଆ ଚଳଚ୍ଚିତ୍ର। ପ୍ରକାଶ ଫିଲ୍ମସ ର ପ୍ରଯୋଜକ ପ୍ରଶାନ୍ତ ବେହେରା ଏବଂ ସୁନୀଲ କୁମାର ୟାଦବ ପୂର୍ବରୁ ପ୍ରାୟ ୫ ଟି ଓଡିଆ ଚଳଚ୍ଚିତ୍ର ପ୍ରଯୋଜନା କରିଥିବା ବେଳେ ଏକ ହଜାର ଓଡ଼ିଆ, ହିନ୍ଦୀ, ଇଂରାଜୀ ଏବଂ ତେଲୁଗୁ ଫିଲ୍ମ ର ବିତରକ ଭାବେ ବେଶ ଜଣାଶୁଣା। ବାହୁବଳୀ ଭଳି ବଡ଼ ସିନେମାର ସାରା ଓଡ଼ିଶା ପାଇଁ ବିତରକ ଥିଲା ପ୍ରକାଶ ଫିଲ୍ମସ।

ସେହିଭଳି ମୁନ୍ ଟିଭି ମୁଭିଜ୍ ର ପ୍ରଯୋଜକ ସଚ୍ଚିକାନ୍ତ ଜେନା ଆଜକୁ ପ୍ରାୟ ୧୭ ଟିରୁ ଅଧିକ ହିଟ୍ ସିନେମା ଓଡ଼ିଆ ଦର୍ଶକଙ୍କୁ ଭେଟି ଦେଇ ଅନେକ କଳାକାର ସୃଷ୍ଟି କରିଛନ୍ତି। ଓଡିଶା ମାଟିର ଦୁଇଟି ବଡ଼ ପ୍ରଡ଼କସନ୍ ସଂସ୍ଥା ମିଳିତ ଭାବେ ଏକା ସାଙ୍ଗରେ ଦୁଇଟି ବଡ଼ ବଜେଟ ର ସିନେମା କରିବା ପାଇଁ ନିଷ୍ପତ୍ତି ନେଇ ଆଗକୁ ଇତିହାସ ସୃଷ୍ଟି କରିବା ପାଇଁ ଅଣ୍ଟା ଭିଡିଛନ୍ତି।  ସେହି ପରିପ୍ରେକ୍ଷୀରେ ଆଜି ରାଜଧାନୀର ଏକ ଘରୋଇ ତାରକା ହୋଟେଲ ରେ ଦୁଇଟି ଚଳଚ୍ଚିତ୍ରର ଟାଇଟିଲ ଘୋଷଣା କରିଥିଲେ।

ଗୋଟିଏ ସିନେମା ର ନାଁ ରହିଛି ଅଧିନାୟକ (କ୍ୟାପଟେନ) ଏବଂ ଅନ୍ୟଟି ରଙ୍ଗ-ଶୁର।  ଓଲିଉଡ଼ ରେ ପ୍ରଥମଥର ପାଇଁ କ୍ରିକେଟ ଖେଳ କାହାଣୀ କୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଯାହା ଆଗାମୀ ପିଢୀ ପାଇଁ ଯୁଗାନ୍ତକାରୀ ପରିବର୍ତ୍ତନ ଆଣି ଏକ ସୁନ୍ଦର ସଫଳ ଭବିଷ୍ୟତ ଗଠନ ପାଇଁ ଅନୁପ୍ରାଣିତ କରିବ। ଅଧିନାୟକ ର ସ୍କ୍ରିପ୍ଟ ଭରଦ୍ୱାଜ ପଣ୍ଡା ଲେଖୁଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଧ୍ରୁବାନନ୍ଦ ପଣ୍ଡା। ଚିତ୍ରତ୍ତୋଳନ ରେ ଲିଟୁ ଏବଂ ଜିତୁ। ସମ୍ପାଦନା ସୁକୁମାର ମଣି ଏବଂ କରିଓଗ୍ରାଫି ଦାୟିତ୍ୱ ଯୁବ ନିର୍ଦ୍ଦେଶକ ଗିରିଶ ମହାନ୍ତି ନେଇଛନ୍ତି। ଅମ୍ଲାନ ଦାସ, ବି.ଏମ. ବୈଶାଳୀ, ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ ଏବଂ କୁନା ତ୍ରିପାଠୀଙ୍କ ଅଭିନୟର ଯାଦୁ ରେ ଆସୁଛି ଚଳଚ୍ଚିତ୍ର ଅଧିନାୟକ।

ଦ୍ଵିତୀୟ ସିନେମା ଟିର ନାଁ ରହିଛି ରଙ୍ଗ -ଶୁର। ଆମ ଓଡ଼ିଆ ପରମ୍ପରା ର ଏକ ପ୍ରାଚୀନ ଲୋକ କଳା ନୃତ୍ୟ ଥିଲା ବାଘ ନାଚ। ଯାହା ସମାଜ ପ୍ରତି ଏକ ସୁପ୍ରଭାବ ପକାଉଥିଲା। ଏବେ ପ୍ରାୟ ବିଲୁପ୍ତ। ସେଇ ବିଲୁପ୍ତ ବାଘ ନାଚ ଉପରେ ଆଧାରିତ କାହାଣୀ କୁ ମୁଖ୍ୟ ଚରିତ୍ରରେ ବାପା ଏବଂ ଝିଅ କୁ ନେଇ ଚିତ୍ରଣ ହେବ। ସେମାନେ ବାଘ ନାଚ କଳା କୁ କେମିତି ପୁନଃଉଦ୍ଧାର କରିପାରିବେ ସେମିତି ଏକ କାହାଣୀ କୁ ନେଇ ଚଳଚ୍ଚିତ୍ର ରଙ୍ଗ- ଶୁର। ଅଭିନୟରେ ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଜ୍ୟୋତି, ଶୁଭାଶିଷ, ଦୀପନ୍ୱିତ, ସୂର୍ଯ୍ୟମୟୀ ଏବଂ ଶୁଭଶ୍ରୀ ପ୍ରମୁଖ ଅଭିନୟ କରିଛନ୍ତି।

ଜଣେ ଆଗଧାଡିର କ୍ୟାମେରାମ୍ୟାନ ଭାବେ ଜଣାଶୁଣା ଥିବା ପ୍ରତାପ ରାଉତ ଏହି ଚଳଚ୍ଚିତ୍ର ର କାହାଣୀ, ଚିତ୍ରତ୍ତୋଳନ ସହିତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି। ସ୍କ୍ରିପ୍ଟ ହିମାଂଶୁ ଏବଂ ଶତ୍ରୁ ଲେଖିବା ବେଳେ ଓଡ଼ିଆ ସଂଳାପ ରଚନା କରିଛନ୍ତି ଡଃ ରଜନୀ ରଞ୍ଜନ। ସମ୍ପାଦନା ରେ ଅଛନ୍ତି ସନ୍ଦୀପ ସେଠୀ। ସଙ୍ଗୀତ ନିର୍ଦ୍ଦେଶନା ଦୁଇ ଯୁବ ପ୍ରତିଭା ଗୌରବ ଆନନ୍ଦ ଏବଂ ବୋନି। କରିଓଗ୍ରାଫି ଦାୟିତ୍ୱ ରେ ଅଛନ୍ତି ଅମିତ ନାୟକ।

ଏହି ଦୁଇଟି ଚଳଚ୍ଚିତ୍ର ଆଗାମୀ ଦିନରେ ଓଲିଉଡ଼ ରେ ଚହଳ ପକାଇବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ପ୍ରଯୋଜକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ଦୁଇ ଟି ବଡ଼ ବଜେଟ ର ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ପାଇଁ ମିଡ଼ିଆ ପ୍ଲାନର ହେଡ଼ ପ୍ରଣୟ ଜେଠୀ ଦାୟିତ୍ୱ ନେଇଛନ୍ତି।

"ବାହୁବଳୀ" ଓଡିଆ ଚଳଚ୍ଚିତ୍ର ବିଗ ବଜେଟ ମୁନ୍ ଟିଭି ମୁଭିଜ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ଅଖିଳ କୁମାର ମିଶ୍ରଙ୍କ ସମ୍ବୋଧନ

January 29, 2026

ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପାଇଁ ସୁରକ୍ଷା ଉପରେ ବିଶେଷ ଧ୍ୟାନ: ଜାଣନ୍ତୁ ଶ୍ରୀଲଙ୍କାର ଯୋଜନା

January 29, 2026

ବାଲୁଗାଁ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ଆୟୋଜିତ, ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

January 29, 2026

ଆଇଆରଏଡିଇ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

January 29, 2026
Latest News

ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ଅଖିଳ କୁମାର ମିଶ୍ରଙ୍କ ସମ୍ବୋଧନ

January 29, 2026

ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପାଇଁ ସୁରକ୍ଷା ଉପରେ ବିଶେଷ ଧ୍ୟାନ: ଜାଣନ୍ତୁ ଶ୍ରୀଲଙ୍କାର ଯୋଜନା

January 29, 2026

ବାଲୁଗାଁ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ଆୟୋଜିତ, ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

January 29, 2026

ଆର୍ଥିକ ସର୍ବେକ୍ଷଣ ରିପୋର୍ଟ 2025-26: ଜିଡିପି ଅଭିବୃଦ୍ଧି 7.4% ରହିବା ନେଇ ଆକଳନ

January 29, 2026

ଆଇଆରଏଡିଇ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.