Categories
ଆଜିର ଖବର ରାଜ୍ୟ ଖବର

ବାହୁବଳୀ ରିଟର୍ଣ୍ଣସ: ଚିଲିକା ସୀମାରେ ପଶିଲେ ପ୍ରଶାନ୍ତ ଜଗଦ୍ଦେବ, ଆଉ ସମ୍ଭାଳି ପାରିଲେ ନାହିଁ

ସୀତାରାମ ଅଗ୍ରୱାଲ

ଚିଲିକା: ଆଉ ସମ୍ଭାଳି ପାରିଲେ ନାହିଁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଦୀର୍ଘ ବର୍ଷେ ଧରି ନିଜ ନିର୍ବାଚନ ମଣ୍ଡଳୀକୁ ଦୂରେଇ ରହି ଥିଲେ। ଏବେ କୋର୍ଟ କଟକଣା ଉଠିବା ପରେ ନିଜ ଅଞ୍ଚଳର ଉନ୍ନତି ପାଇଁ ମନ ଉଚ୍ଛନ ହେଲା। ସେଥିପାଇଁ ସେ ଆଜି ପ୍ରଥମ ଥର ପାଇଁ ଚିଲିକା ସୀମାରେ ପଶିଛନ୍ତି। ଲୋକଙ୍କ ସହିତ ଅଞ୍ଚଳର ବିକାଶ କାର୍ଯ୍ୟ ଉପରେ ଆଲୋଚନା ମଧ୍ୟ କରିଛନ୍ତି।

ଆଜି ଅପରାହ୍ନରେ ବିଧାୟକ ଚିଲିକା ସୀମାରେ ଥିବା କାଳୁପଡା ଷ୍ଟେସନ ନିକଟରେ ଦଳୀୟ କର୍ମିଙ୍କ ସହିତ ଆଲୋଚନା କରିଛନ୍ତି। ଖଟିରେ ବସି ସମସ୍ତଙ୍କ ସହିତ ଚା ପିଇଛନ୍ତି। ଏହାପରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିବାଡି ଗ୍ରାମ ପଞ୍ଚାୟତ କୟଥପଲ୍ଲା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ବ୍ରାହ୍ମଣୀ ଦେବୀଙ୍କୁ ଦର୍ଶନ କରିଛନ୍ତି। ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କ ଦାବୀ ଅନୁଯାୟୀ ମା ବ୍ରାହ୍ମଣୀ ଦେବୀଙ୍କ ମନ୍ଦିରର ଉନ୍ନତିକରଣ ପାଇଁ ନିଜସ୍ବ ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ମଧ୍ୟ ମଞ୍ଜୁର କରୁଛନ୍ତି।

ପୂର୍ବରୁ ସେ ଏବେ ନୁହେଁ ପରେ ଚିଲିକା ଯିବେ ବୋଲି କହିଥିଲେ। ହେଲେ ଏତେଦିନ ଛାଡବାଡ ପରେ ମନ ବୁଝିଲା ନାହିଁ। ଫଳରେ ସେ ତୁରନ୍ତ ନିଜ ନିର୍ବାଚନ ମଣ୍ଡଳି ଗସ୍ତ କରିଛନ୍ତି। ତେବେ ଏଥିରେ ସେ ନା ଶୋଭାଯାତ୍ରା ନା ହୋ ହାଲ୍ଲା, କିଛି କରି ନାହାଁନ୍ତି। ଆଗକୁ ସେ ଚିଲିକାର ମୁଖ୍ୟ ପେଣ୍ଠସ୍ଥଳ ନାଚୁଣୀ, ବାଲୁଗାଁ, ବାଣପୁର ଗସ୍ତ କରିବେ ବୋଲି ଜଣାପଡିଛି। ଫଳରେ ବର୍ତ୍ତମାନ ଚିଲିକାରେ ‘ବାହୁବଳୀ ରିଟର୍ଣ୍ଣସ’ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରୋଟାରୀ କ୍ଲବ୍ ସଭାପତି ଏବଂ ସମ୍ପାଦକଙ୍କ ପାଇଁ ଆୟୋଜିତ ହେଲା ରାଜ୍ୟ ପ୍ରଶିକ୍ଷଣ ଶିବିର “ବାହୁବଳୀ”

ଭୁବନେଶ୍ଵର: ସମାପ୍ତ ହୋଇଯାଇଛି ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ଅନୁଷ୍ଠିତ ହୋଇଥିବା ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୨ର ପ୍ରଶିକ୍ଷଣ ଶିବିର “ବାହୁବଳୀ” (PETs / SETs)। ଯେଉଁଥିରେ ୧୨୦ ରୋଟାରୀ କ୍ଲବର ସଭାପତି ଏବଂ ସମ୍ପାଦକଙ୍କୁ ମିଳିଲା ତାଲିମ। ପ୍ରଥମ ମହିଳା ରୋଟାରୀ ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି, ରୋଟାରୀ ବର୍ଷ ୨୩-୨୪ ପାଇଁ ରାଜ୍ୟରେ ଥିବା ୪୫୦୦ ରୋଟାରିୟାନସ୍ ମାନଙ୍କୁ ବିଶ୍ୱରେ ଆଶା ସୃଷ୍ଟି କରିବା ପାଇଁ ଉତ୍ସାହିତ କରିଥିଲେ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଇଣ୍ଡିଆର ଗର୍ବ ତଥା ରୋଟାରୀ ଆନ୍ତର୍ଜାତୀୟ ସଭାପତି ୨୧-୨୨, ଶେଖର ମେହେଟ୍ଟା ଯୋଗଦେଇଥିଲେ। ବାହାରକୁ ଯାଇ ସେବା କରିବାକୁ ସମସ୍ତଙ୍କୁ ପ୍ରେରଣା ଯୋଗାଇଥିଲେ।

ଅତିଥି ତଥା ସମ୍ମାନିତ ପିଡିଜି ରୋନ୍ ଡେନହମ୍, WASRAGs ର ଚେୟାର୍ ଏମିରିଟସ୍, ଯିଏ କି ଜଳ ଏବଂ ପରିମଳ ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ସର୍ବ ବୃହତ ଫେଲୋସିପ୍ ଗ୍ରୁପ୍, ରାଜ୍ୟରେ ନିଆଯାଇଥିବା ଆନ୍ତର୍ଜାତୀୟ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ଦଶ ଜଣ ଅତୀତର ବିଶିଷ୍ଟ ରୋଟାରୀ ସଭାପତିମାନେ କ୍ଲବ ଲିଡରମାନଙ୍କୁ ତାଲିମ ଦେଇଥିଲେ।

ଏକ ସ୍ୱତନ୍ତ୍ର କର୍ପୋରେଟ ପ୍ୟାନେଲ, ସିଆଇଏଲ ଅଧ୍ୟକ୍ଷ ଶଶି ଶେଖର ମହାନ୍ତି ଏବଂ ଟାଟା ଷ୍ଟିଲର ଅମ୍ବିକା ପ୍ରସାଦ ନନ୍ଦା, ହେଡ ସିଏସଆର ଓଡିଶା ସହ ସହଯୋଗ ଓ ଅନୁବନ୍ଧନ ସମ୍ଭାବନା ଉପରେ ବିଚାର ବିମର୍ଶ କରିଥିଲେ। ଏହି ବର୍ଷ ପାଇଁ ସ୍ଥାୟୀ ସେବା ପ୍ରକଳ୍ପଗୁଡିକ ଡିଷ୍ଟ୍ରିକ୍ଟ ସର୍ଭିସ ପ୍ରକଳ୍ପ ଚେୟାରମ୍ୟାନ, ତନ୍ମୟ ମହାନ୍ତିଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା।

ଏହି ତାଲିମ ଶିବିର ଡିଷ୍ଟ୍ରିକ୍ଟ ପ୍ରଶିକ୍ଷକ ଡ. କୁମାର ମହାନ୍ତି, ଡିଷ୍ଟ୍ରିକ୍ଟ ସମ୍ପାଦକ ଅଶୁତୋଷ ରଥ, ଅଧ୍ୟକ୍ଷ ଇନ୍ଦ୍ରଜିତ୍ ସାହୁଙ୍କ ଦ୍ୱାରା ଏବଂ ଭୁବନେଶ୍ୱର ରାଜଧାନୀର ରୋଟାରୀ କ୍ଲବ ଏବଂ ଭଦ୍ରକର ରୋଟାରୀ କ୍ଲବ ଦ୍ୱାରା ଆୟୋଜିତ ହୋଇଥିଲା।  ରାଜ୍ୟର ଅଗ୍ରଗତି ପାଇଁ ଏକ ବିଶେଷ ଚିହ୍ନ ଭାବରେ, ରୋଟାରିୟାନସ୍ ମାନେ ଉତ୍କଳ ଦିବସ ପାଳନ କରିଥିଲେ।

ରାଜ୍ୟ ସଂଗୀତ ଗାନ କରାଯାଇଥିଲା ଏବଂ ଆଦୃତ ଅନାଥ ଆଶ୍ରମର ଅନ୍ତେବାସୀଙ୍କ ଦ୍ୱାରା ଏକ ପ୍ରଦର୍ଶନ ରୋଟାରିୟାନସ୍ ମାନଙ୍କୁ “ନିଜ ଠାରୁ ବଡ ସେବା” ଯାହା ରୋଟାରୀର ଲକ୍ଷ ବୋଲି ମନେ ପକାଇ ଦେଇଦେଇଥିଲା।