ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ, ଏହି ଦୁଇଟି ସ୍ଥାନରେ ଅନୁଷ୍ଠିତ ହୋଇପାରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍

Published: Jul 11, 2024, 11:28 am IST

ନୂଆଦିଲ୍ଲୀ: ପାକିସ୍ତାନରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଯିବ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ଆଇସିସି ସହିତ ଏ ସମ୍ପର୍କରେ ବିସିସିଆଇ ଆଲୋଚନା କରିବ। ଏଥର ହାଇବ୍ରିଡ ମଡେଲ ଅଧୀନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହୋଇପାରେ। ଟିମ୍ ଇଣ୍ଡିଆର ମ୍ୟାଚ୍ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇପାରେ। ପୂର୍ବରୁ ଏସିଆ କପରେ ମଧ୍ୟ ସମାନ ଘଟଣା ଘଟିଥିଲା।

ଗଣମାଧ୍ୟମ ଖବର ଅନୁଯାୟୀ ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାର ସମ୍ଭାବନା ନାହିଁ। ଦୁବାଇ କିମ୍ବା ଶ୍ରୀଲଙ୍କାରେ ମ୍ୟାଚ୍ ଆୟୋଜନ କରିବାକୁ ବିସିସିଆଇ ଆଇସିସି ସହ କଥା ହେବ। ଏହା ମଧ୍ୟ ସମ୍ଭବ ଯେ, ଟିମ୍ ଇଣ୍ଡିଆ ଏହାର ମ୍ୟାଚ୍ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଖେଳିବ ଏବଂ ଅବଶିଷ୍ଟ ମ୍ୟାଚ୍ ପାକିସ୍ତାନରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଏସିଆ କପରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ଭାରତ ଏହାର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା।

ଲାହୋରରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବାକୁ ଥିଲା:

କିଛି ଦିନ ତଳେ ଆଇସିସି ନିକଟରେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିର ଡ୍ରାଫ୍ଟ ଦାଖଲ କରିଥିଲା। ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଥିଲା। ଲାହୋରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଆୟୋଜନ କରିବାକୁ ସେମାନେ ଯୋଜନା କରିଥିଲେ। ମାର୍ଚ୍ଚ ୧ ତାରିଖରେ ଏହି ମ୍ୟାଚ୍ ଖେଳାଯିବାକୁ ଥିଲା। କିନ୍ତୁ ଟିମ୍ ଇଣ୍ଡିଆ ପାକିସ୍ତାନ ନଆସିବାରୁ ଏହାର ଯୋଜନା ନଷ୍ଟ ହୋଇଯିବ। ସୁରକ୍ଷାକୁ ଧ୍ୟାନରେ ରଖି ସେମାନେ କେବଳ ଲାହୋରରେ ଟିମ୍ ଇଣ୍ଡିଆର ସମସ୍ତ ମ୍ୟାଚ୍ ରଖିଥିଲେ।

ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ପ୍ରସ୍ତୁତି ଆରମ୍ଭ କରିଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହାର ମରାମତି ପାଇଁ ସେମାନେ ଯୋଜନା କରିଛନ୍ତି। PCB ମଧ୍ୟ ଏଥିପାଇଁ କାମ ଆରମ୍ଭ କରିଛି। ପ୍ରକାଶ ଯେ, ଟିମ୍ ଇଣ୍ଡିଆ ଏବଂ ପାକିସ୍ଥାନ ଗ୍ରୁପ୍ ଏରେ ଅଛନ୍ତି। ଏହା ସହିତ ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ ମଧ୍ୟ ଏହି ଗ୍ରୁପରେ ଅଛନ୍ତି। ଗ୍ରୁପ୍ ବିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ଦଳ ରହିଛନ୍ତି।

Related posts