Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ “ଗ୍ୟାଙ୍ଗସ୍ ଅଫ୍ ପୁରୀ ୨”
ଆଜିର ଖବର

ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ “ଗ୍ୟାଙ୍ଗସ୍ ଅଫ୍ ପୁରୀ ୨”

July 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଅଗ୍ରଣୀ ଓଡ଼ିଆ ମନୋରଞ୍ଜନଭିତ୍ତିକ ଓଟିଟି ପ୍ଳାଟଫର୍ମ “କଞ୍ଚାଲଙ୍କା” ଅତି ଉତ୍ସାହର ସହ ଘୋଷଣା କରୁଛି ବହୁ ପ୍ରତିକ୍ଷୀତ, ୱେବ ସିରିଜ “ଗ୍ୟାଙ୍ଗସ୍ ଅଫ୍ ପୁରୀବ” ର ଦ୍ୱିତୀୟ ଭାଗ ବା ସିଜନ – ୨।

ଏହି ୱେବ ସିରିଜର ପ୍ରଥମ ଭାଗ ଯେଉଁ ପରି ସଫଳତା ଓ ଲୋକପ୍ରିୟତା ପାଇ ଥିଲା, ଦ୍ୱିତୀୟ ଭାଗ ତା ଠାରୁ ଅଧିକ ଉତ୍ସାହ, ଉଦ୍ଦୀପନା ସହିତ ଅଭିନୟ ଓ କାହାଣୀ ପରଷିବାର ଶୈଳୀରେ ଅଧିକ ରୋମାଞ୍ଚକର ହେବ ବୋଲି କଞ୍ଚାଲଙ୍କା ପରିବାର ତରଫରୁ ପ୍ରତିଶୃତିବଦ୍ଧ।

“ଗ୍ୟାଙ୍ଗସ୍ ଅଫ୍ ପୁରୀ” ର ନିର୍ମାତା ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ କୁହନ୍ତି : କୋଭିଡ ସମୟରେ ସାରା ସିନେମା ଜଗତ ସ୍ତବ୍ଧ ଥିଲା ବେଳେ ଆମେ ବ୍ୟୟ ବହୁଳ ୱେବ ସିରିଜ୍ ‘ଗ୍ୟାଙ୍ଗସ୍ ଅଫ୍ ପୁରୀ’ କୁ ପ୍ରସ୍ତୁତ କରିଥିଲୁ। ଖାଲି ଓଡ଼ିଶା ନୁହଁ,ସାରା ଭାରତ ବର୍ଷ ଓ ଭାରତ ବାହାରେ ରହୁଥିବା ଆମ ଦର୍ଶକ ମାନେ ଏହାକୁ ଦେଖି ବହୁତ ସାରା ଭଲ ପାଇବା ଓ ପ୍ରଶଂସା କରିଥିଲେ। ଦର୍ଶକ ମାନଙ୍କର ଭଲପାଇବା ଓ ଅନୁରୋଧ କ୍ରମେ ଆମେ ଏହାର ସିଜନ୍- ୨ ମାନେ “ଗ୍ୟାଙ୍ଗସ୍ ଅଫ୍ ପୁରୀ ୨” ପ୍ରସ୍ତୁତ କରିବା ପାଇଁ ପୁଣି ଏକାଠି ହୋଇଛୁ। ଆମର ଆଶା ଓ ଭରଷା ପୂର୍ବ ପରି ଆମର ଏହି ୱେବ ସିରିଜ୍ ଗ୍ୟାଙ୍ଗସ୍ ଅଫ୍ ପୁରୀ ୨ କୁ ମଧ୍ୟ ଅଧିକ ରୁ ଅଧିକ ଭଲ ପାଇବା ଓ ପ୍ରଶଂସା କରିବେ।

କଞ୍ଚା ଲଙ୍କାର ସହ-ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଅକ୍ଷୟ କୁମାର ପରିଜା କୁହନ୍ତି : କଞ୍ଚା ଲଙ୍କା ସବୁବେଳେ ଉଚ୍ଚମାନର ମନୋରଞ୍ଜନ ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। ଯାହା ଆମ ଦର୍ଶକ ଚାହାନ୍ତି ଆମେ ସେ ସବୁ କରିବା ପାଇଁ ବାଧ୍ୟ। “ଗ୍ୟାଙ୍ଗସ୍ ଅଫ୍ ପୁରୀ” ଓଡିଆ ୱେବ୍ ସିରିଜ୍ ଆମ ସିନେମା ଜଗତ ପାଇଁ ଏକ ନୂତନ ମୋଡ ସୃଷ୍ଟି କରିଛି, ଯାହା ଆମେ କେବେବି ଭୁଲିପାରିବୁ ନାହିଁ। “ଗ୍ୟାଙ୍ଗସ୍ ଅଫ୍ ପୁରୀ” ରେ ଆମେ ଓଡିଶାର ସମୃଦ୍ଧ ସାଂସ୍କୃତିକ ଚିତ୍ର ଏବଂ ଆମର ସ୍ଥାନୀୟ କଳାକାରମାନଙ୍କ ଅବିଶ୍ୱସନୀୟ ପ୍ରତିଭା ଓ ଉଚ୍ଚମାନର ନିର୍ଦ୍ଦେଶନା କୁ ଆମ ଦର୍ଶକ ମାନଙ୍କୁ ବହୁ ମାତ୍ରାରେ ଆକର୍ଷିତ କରିଥିଲା। ଏହି ଆକର୍ଷିତ କୁ ଦୁଇଗୁଣିତ କରିବା ପାଇଁ ଆମେ ଏହାର ଦ୍ୱିତୀୟ ଭାଗ ମାନେ “ଗ୍ୟାଙ୍ଗସ୍ ଅଫ୍ ପୁରୀ ୨” କୁ ଆମ ଦର୍ଶକଙ୍କ ପାଖକୁ ଖୁବ ଶୀଘ୍ର ପହଞ୍ଚାଇବା ପାଇଁ ଯୋଜନା କରିଛୁ। ଆମର ଆଶା ଓ ଆମ ଦର୍ଶକଙ୍କ ଉପରେ ଭରଷା ପୂର୍ବ ପରି ଗ୍ୟାଙ୍ଗସ୍ ଅଫ ପୁରୀ ୨ କୁ ବି ମଧ୍ୟ ତା ଠାରୁ ଅଧିକ ଭଲ ପାଇବା ଓ ପ୍ରଶଂସା କରିବେ।

କଞ୍ଚାଲଙ୍କା ସମ୍ପର୍କରେ:

କଞ୍ଚାଲଙ୍କା ଓଡ଼ିଶାର ଅଗ୍ରଣୀ, ଓଡ଼ିଆ ମନୋରଞ୍ଜନଭିତ୍ତିକ ଓଟିଟି ପ୍ଳାଟଫର୍ମ। ବିଶ୍ଵବ୍ୟାପୀ ଦର୍ଶକମାନଙ୍କୁ ଉଚ୍ଚ ମାନର ଓଡ଼ିଆ କଣ୍ଟେଣ୍ଟ ପରଷିବା ପାଇଁ ସମର୍ପିତ। ସିନେମା, ୱେବ ସିରିଜ, କ୍ରୀଡା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରି ବିବିଧ ବିକଳ୍ପ ପାଇଁ ଏକ ପ୍ରମୁଖ ମାଧ୍ୟମ ‘କଞ୍ଚା ଲଙ୍କା’। ଓଡ଼ିଶାର ସମୃଦ୍ଧ ସଂସ୍କୃତିର ମହୋତ୍ସବ ‘କଞ୍ଚା ଲଙ୍କା’।

ଓଟିଟି କଞ୍ଚାଲଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ହେଲା ସୁନା ଏବଂ ରୂପା: ଜାଣନ୍ତୁ ଆଜିର ମୂଲ୍ୟ

August 12, 2026

ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଏନ୍ ଚନ୍ଦ୍ରଶେଖରନ୍

August 12, 2026

ରାଞ୍ଚି ଛାତ୍ର ଆନ୍ଦୋଳନ: ବନ୍ଦ ହେଲା ବିଦ୍ୟୁତ୍ ଯୋଗାଣ, ପ୍ରତିବାଦକାରୀଙ୍କୁ ହଟାଇବା ପାଇଁ ପ୍ରୟାସ

August 12, 2026

ଚେନ୍ନାଇରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ: ୨୨୪ ଯାତ୍ରୀ ସୁରକ୍ଷିତ

August 12, 2026
Latest News

ମହଙ୍ଗା ହେଲା ସୁନା ଏବଂ ରୂପା: ଜାଣନ୍ତୁ ଆଜିର ମୂଲ୍ୟ

August 12, 2026

ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଏନ୍ ଚନ୍ଦ୍ରଶେଖରନ୍

August 12, 2026

ରାଞ୍ଚି ଛାତ୍ର ଆନ୍ଦୋଳନ: ବନ୍ଦ ହେଲା ବିଦ୍ୟୁତ୍ ଯୋଗାଣ, ପ୍ରତିବାଦକାରୀଙ୍କୁ ହଟାଇବା ପାଇଁ ପ୍ରୟାସ

August 12, 2026

ଚେନ୍ନାଇରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ: ୨୨୪ ଯାତ୍ରୀ ସୁରକ୍ଷିତ

August 12, 2026

ଛଅ ବର୍ଷ ପରେ ପୁଣି ଥରେ LAC ରେ ଉତ୍ତେଜନା: ମୁହାଁମୁହିଁ ହେଲେ ଭାରତ ଏବଂ ଚୀନ୍ ସୈନିକ 

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.