Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବ ଆୟୁଷ ଛାତ୍ର ସଂସଦ: ଜାଣନ୍ତୁ କାରଣ
ଆଜିର ଖବର

ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବ ଆୟୁଷ ଛାତ୍ର ସଂସଦ: ଜାଣନ୍ତୁ କାରଣ

July 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଜ୍ୟ ସରକାର ଆୟୁଷ ଚିକିତ୍ସା ସେବା ଓ ଆୟୁଷ ଭେଷଜ ମହାବିଦ୍ୟାଳୟ ଗୁଡିକରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଏବଂ ଲେକ୍ଚର, ପ୍ରଫେସର ସହିତ ଅନ୍ୟାନ୍ୟ ଅଣ ଶିକ୍ଷକ ପଦବୀ ପୂରଣ ପାଇଁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ଆଣି ଗୁରୁବାର ଓଡ଼ିଶା ଆୟୁଷ ଡ଼ାକ୍ତରୀ ଛାତ୍ର ସଂସଦର ସାଧାରଣ ପରିଷଦ ବୈଠକ ଭୁବନେଶ୍ୱର ସ୍ଥିତ ଡା ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ର ସଭାଗୃହରେ ସମସ୍ତ ସଦସ୍ୟ ମାନେ ଉଦବେଗ ଓ କ୍ଷୋଭ ପ୍ରକାଶ କରିଛନ୍ତି।

ରାଜ୍ୟରେ ୭ଟି ଆୟୁଷ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଉର୍ଣ୍ଣତ ମାନର ଶିକ୍ଷା ବ୍ୟବସ୍ଥା ନ ଥିବା ବେଳେ ନିଟ ଉତ୍ତୀର୍ଣ୍ଣ ମେଧାବୀ ଛାତ୍ର ଛାତ୍ରୀ ପୂର୍ବରୁ ଡିଜିଟାଲ ବ୍ଲାକ ବୋର୍ଡ଼ ରେ ପଢ଼ିସାରିବା ପରେ ବିଭିନ୍ନ ଆୟୁଷ କଲେଜରେ ବ୍ଲାକ ବୋର୍ଡ଼ ଓ ଚକ ଖଡ଼ିରେ ପଢ଼ୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।ଆୟୁଷ କଲେଜରେ ପାଠ୍ୟକ୍ରମରେ ଲାଵ ସୁବିଧା ଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଟେକ୍ନିସିଆନ ଅଭାବ ଯୋଗୁଁ ଛାତ୍ର ଛାତ୍ରୀ ମାନେ ନିଜର କ୍ଲିନିକାଲ କ୍ଲାସ କରିପାରୁ ନାହାଁନ୍ତି। ଅଧିକାଂଶ ଆୟୁଷ ମହାବିଦ୍ୟାଳୟ ରେ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ପ୍ରାଟୀକାଲ କ୍ଲାସ ପାଇଁ କ୍ୟାଡବରୀ ବା ମୃତ୍ୟୁ ଶରୀର ଉପଲବ୍ଧ ନାହିଁ।ଆୟୁଷ କର୍ତ୍ତୃପକ୍ଷଏହି ଦିଗରେ ସହାୟତା କରୁନଥିବା ଅଭିଯୋଗ କରିଛନ୍ତି।ହାଉସ ସର୍ଜନ ମାନେ ରୋଗୀ ଦେଖିବା ବେଳେ ବିଭିନ୍ନ ପରୀକ୍ଷା ପାଇଁ ପାଥୋଲୋଜି ଟେଷ୍ଟ ପାଇଁ କହୁଥିଲା ଦେବା ବେଳେ ଏହି ସୁବିଧା ସୁଯୋଗ କଲେଜ ରେ ଉପଲବ୍ଧ ହେଉନାହିଁ।ଯାହା ଫଳରେ ରୋଗୀ ତାର ମୌଳିକ ଅଧିକାର ରୁ ବଂଚିତ ହେଉଛି। ବିଭିନ୍ନ ପ୍ରକାରର ପରୀକ୍ଷା ପାଇଁ ରୋଗୀ ବିଭିନ୍ନ ପ୍ରାଇଭେଟ କ୍ଲିନିକ କୁ ଦୌଡ଼ିବାକୁ ପଡୁଛି। ଅଧିକାଂଶ ଗରିବ ଦୁସ୍ତ ନିଃସହାୟ ରୋଗୀ ଯିବାକୁ କୁଣ୍ଠାବୋଧ ହେଉଥିବା ଅଭିଯୋଗ ହେଉଛି।

ଆୟୁଷ ଶିକ୍ଷା ଓ ବ୍ୟବସ୍ଥା ସମ୍ପର୍କରେ୭ଟି ଆୟୁଷଭେଷଜ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କଲେ ସମ୍ପୃକ୍ତ କଲେଜର ଛାତ୍ର ଛାତ୍ରୀ ମାନେ ଅଧ୍ୟକ୍ଷ ଙ୍କ ଆକ୍ରୋସ ର ଶିକାର ହେଉଥିବା କହିଛନ୍ତି। ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଥିବା ଆୟୁଷ ଛାତ୍ର ଛାତ୍ରୀ ମାନସିକ ଭାରସାମ୍ୟ ହରାଇ ଏକ ପ୍ରକାର ଅବସାଦ ଭିତରେ ଥିବା ବେଳେ ରାଜ୍ୟ ସରକାର ସେମାନଙ୍କ ମୌଳିକ ଅଧିକାର ସମାଧାନଦିଗରେ କୌଣସି ପ୍ରକାର ପଦକ୍ଷେପ ନ ନେବାଯୋଗୁଁ ସେମାନେ ତୀଵ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।ସେଇଭଳି ସମସ୍ତ ଆୟୁଷ ମହାବିଦ୍ୟାଳୟରେ ସ୍ନାତକୋତ୍ତର ଡିଗ୍ରୀ ଉପଲବ୍ଧ କରାଇବା ପାଇଁ ଆୟୁଷ ଛାତ୍ର ସଂସଦ ଗୁରୁତ୍ୱଆରୋପ କରିଥିଲେ।

ଏନେଇ ରହିଥିବା ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଖୁବଶୀଘ୍ର ଆୟୁଷ ଛାତ୍ର ସଂସଦ ରାଜ୍ୟର ମୁଖ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଭେଟିବା ପାଇଁ ଗୁରୁତ୍ୱ ପ୍ରଦାନ କରିଥିଲେ।ବୈଠକରେ ସଂସଦ ର ଉପଦେଷ୍ଟା ପ୍ରଫେସର ଡା ସୁଧାଂଶୁ ଶେଖର ସିଂ,ଡା ତ୍ରୈ ଲୋକ୍ୟ ନାଥ ମହାରଣା, ସଭାପତି ଡା ଶୁଭେନ୍ଦୁ କୁମାର ସାହୁ, ସାଧାରଣ ସମ୍ପାଦକ ଡା ସୁବ୍ରତ କୁମାର ସାମଲ, ଉପସଭାପତି ଡା ନାଚିକେତ ଗୁପ୍ତା, ଗଣମାଧ୍ୟମ ପ୍ରବକ୍ତା ଡା ସୌରଭ ମହାରଣା ଙ୍କ ସହିତ ରାଜ୍ୟର ବଲାଙ୍ଗୀର,ବ୍ରହ୍ମପୁର, ପୁରୀ, ସମ୍ବଲପୁର, ରାଉରକେଲା, ଭୁବନେଶ୍ୱର ର ସମସ୍ତ ଆୟୁଷ ମହାବିଦ୍ୟାଳୟ ର ଛାତ୍ର ସଂସଦ ସମନ୍ୱୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଆୟୁଷ ଛାତ୍ର ସଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ପୋଷ୍ଟିଂ ଅର୍ଡର ବିଳମ୍ବକୁ ନେଇ କଡା ହେଲେ ସରକାର

May 16, 2026

ଯୁବକଙ୍କୁ ଅପହରଣ ପରେ ହତ୍ୟା : ତିନି ଗିରଫ

May 16, 2026

ଟପ ISIS ଆତଙ୍କୀ ନିହତ

May 16, 2026

ଖଣି ଅଧିକାରୀଙ୍କ ଗାଡି କାଚ ଭାଙ୍ଗିଲେ ମଫିଆ

May 16, 2026
Latest News

ପୋଷ୍ଟିଂ ଅର୍ଡର ବିଳମ୍ବକୁ ନେଇ କଡା ହେଲେ ସରକାର

May 16, 2026

ଯୁବକଙ୍କୁ ଅପହରଣ ପରେ ହତ୍ୟା : ତିନି ଗିରଫ

May 16, 2026

ଟପ ISIS ଆତଙ୍କୀ ନିହତ

May 16, 2026

ଖଣି ଅଧିକାରୀଙ୍କ ଗାଡି କାଚ ଭାଙ୍ଗିଲେ ମଫିଆ

May 16, 2026

ଘରେ ପଶି ମାଇଁଙ୍କ ଭଉଣୀକୁ ହାଣିଲା ଭଣଜା

May 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.