Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାସିଂ ଆଉଟ୍ ପ୍ୟାରେଡରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ: ଟ୍ରେନିଂ ସମ୍ପୂର୍ଣ୍ଣ କଲେ ୧୧୩ ପୋଲିସ ସବ୍ ଇନ୍ସପେକ୍ଟର
ଆଜିର ଖବର

ପାସିଂ ଆଉଟ୍ ପ୍ୟାରେଡରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ: ଟ୍ରେନିଂ ସମ୍ପୂର୍ଣ୍ଣ କଲେ ୧୧୩ ପୋଲିସ ସବ୍ ଇନ୍ସପେକ୍ଟର

July 13, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ୟୁନିଫର୍ମ ସର୍ଭିସ୍‌ରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡିଥାଏ। ସାଧାରଣ ନାଗରିକ, ଆମର ମା, ଭଉଣୀ ଏବଂ ପିଲାମାନଙ୍କର ସୁରକ୍ଷା ଆମ ଉପରେ ନିର୍ଭର କରେ। ଏ କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠା ସହିତ ଉତ୍ତମ ବ୍ୟବହାର ପୋଲିସର ଭାବମୂର୍ତ୍ତିକୁ ଉଜ୍ଜଳ କରିବାରେ ସହାୟକ ହୁଏ। ୟୁନିଫର୍ମ ସର୍ଭିସକୁ  ଜନସାଧାରଣଙ୍କ ଉତ୍ସର୍ଗୀକୃତ ସେବାର ଏକ ପ୍ରତୀକ ଭାବେ ପ୍ରତିଫଳିତ କରିବା ପାଇଁ ଆପଣମାନଙ୍କୁ ସଦା ସର୍ବଦା ପ୍ରସ୍ତୁତ ରହିବାକୁ ପଡିବ।

ଆଜି ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ସଶସ୍ତ୍ର ପୋଲିସ ସବ୍‌ ଇନ୍‌ସପେକ୍ଟର ମାନଙ୍କ ପାସିଙ୍ଗ ଆଉଟ୍‌ ପ୍ୟାରେଡରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ ବାହିନୀକୁ ପରାମର୍ଶ ଦେଇଛନ୍ତି। ୧୧୩ ଜଣ ସଶସ୍ତ୍ର ପୋଲିସ ସବ୍‌ ଇନ୍‌ସପେକ୍ଟରଙ୍କ ପ୍ରଷିକ୍ଷଣ ସଂପୂର୍ଣ୍ଣ ହୋଇଛି ଏବଂ ସେମାନେ ଖୁବ ଶୀଘ୍ର କାର୍ଯ୍ୟରେ ଯୋଗ ଦେବେ।

ଏହି ଅବସରରେ ନିଜର ଅଭିଭାଷଣ ରଖି ସେ ସମସ୍ତ ଶିକ୍ଷାନବିଶ ଓ ସମସ୍ତ ପୋଲିସ ଅଧିକାରୀଙ୍କୁ ଦେଶ, ସମାଜ ଏବଂ ସାଧାରଣ ଲୋକମାନଙ୍କୁ ସଚ୍ଚୋଟତା ସହିତ ନିସ୍ଵାର୍ଥପର ସେବା କରିଵାକୁ ଆହ୍ଵାନ ଦେଇଥିଲେ। ଆପଣମାନଙ୍କର ସମସ୍ତ କାର୍ଯ୍ୟରେ ସତ୍ୟ ଓ ନ୍ୟାୟ ମାର୍ଗଦର୍ଶକ ହୋଇ ରହିଥାଉ ବୋଲି ସେ କହିଥିଲେ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ  ଆଇନଶୃଙ୍ଖଳା ରକ୍ଷା ଓ ମାଓ ମୁକାବିଲା କ୍ଷେତ୍ରରେ କର୍ତ୍ତବ୍ୟରତ ଶହୀଦ ପୋଲିସ୍ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲ ।

ସେ କହିଥିଲେ ଯେ ଦୀର୍ଘଦିନର ଅବିଶ୍ରାନ୍ତ କଠିନ ପରିଶ୍ରମ ସହ ମୌଳିକ ତାଲିମ ସମ୍ପୂର୍ଣ୍ଣ କରି ୧୧୩ ଜଣ ସଶସ୍ତ୍ର ଶିକ୍ଷାନଵିଶ ପୋଲିସ୍ ସବ-ଇନସ୍ପେକ୍ଟର ଆଜି ପାସିଙ୍ଗ୍ ଆଉଟ କରୁଛନ୍ତି।   ଏହି ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ସେ କହିଥିଲେ ଯେ ଟ୍ରେନି ଅଫିସରମାନଙ୍କ ପିତାମାତା ଓ ପରିବାରର ସଦସ୍ୟମାନେ ସେମାନଙ୍କୁ ପୋଲିସ ସେବାରେ ଉତ୍ସର୍ଗୀକୃତ ହେବା କ୍ଷେତ୍ରରେ ନିରନ୍ତର ସମର୍ଥନ କରି ଆସିଛନ୍ତି । ସେଥିପାଇଁ ସେମାନେ ମଧ୍ୟ ଧନ୍ୟବାଦର ପାତ୍ର।

ଏକାଡେମୀର ମୌଳିକ ତାଲିମ ଜରିଆରେ ଏହି ଅଧିକାରୀମାନେ ଯଥେଷ୍ଟ ବୃତ୍ତିଗତ ଜ୍ଞାନ କୌଶଳ ଓ ଦକ୍ଷତା ହାସଲ କରିଥିବେ। ଏହା ଆପଣଙ୍କର ଦୈନନ୍ଦିନ ସେବା କାର୍ଯ୍ୟରେ ଖୁବ୍ ସହାୟକ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ।

ବହୁ ସଂଖ୍ୟକ ସୁରକ୍ଷା ବଳଙ୍କ ସହଯୋଗରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଆପଣମାନଙ୍କୁ  ଦୃଢ ନେତୃତ୍ୱ ଓ ପରିଚାଳନାଗତ ଦକ୍ଷତା ପ୍ରଦର୍ଶନ କରିବାକୁ ପଡ଼ିବ । ନିଜ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ନିଜର ପରିବାର ସଦସ୍ୟ ଭାବରେ ବିବେଚନା କରିବା ସହିତ ସେମାନଙ୍କର କଲ୍ୟାଣ ପ୍ରତି ଯତ୍ନବାନ ହେବାକୁ ପଡିବ ବୋଲି ମଧ୍ୟ ସେ କହିଥିଲେ।

ଆଜିଠାରୁ, ଆପଣମାନଙ୍କୁ  କଠିନରୁ କଠିନ ଆହ୍ଵାନ ପାଇଁ ପ୍ରସ୍ତୁତ ହେବା ଉଚିତ। ଓଡିଶାର ସ୍ପେଶାଲ ଅପରେସନ୍ ଗ୍ରୁପ୍ ହେଉଛି ଦେଶର ମାଓବାଦୀ ମୁକାବିଲା ନିମନ୍ତେ ସବୁଠାରୁ ଉତ୍ତମ ଓ ଉଚ୍ଚକୋଟୀର ସୁରକ୍ଷା ବଳ। ଏହି ଅଧିକାରୀ ମାନଙ୍କ ଦକ୍ଷତା ମାଓବାଦୀ ବିରୋଧୀ ଅଭିଯାନରେ ଓଡିଶା ପୋଲିସକୁ ଆହୁରି ଗୈାରବାନ୍ୱିତ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

ବାମପନ୍ଥୀ ଉଗ୍ରବାଦରେ ଓଡିଶାର ସଫଳତା ବିଷୟରେ ଆଲୋକପାତ କରି ସେ କହିଲେ ଯେ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓ ଗୃହମନ୍ତ୍ରୀ ଅମିତ ଶାହାଜୀଙ୍କ ଦିଶା ନିର୍ଦ୍ଦେଶରେ ଓ ଭାରତ ସରକାରଙ୍କ ଅକୁଣ୍ଠ ସହଯୋଗରେ ବାମପନ୍ଥୀ ଉଗ୍ରବାଦ ମୁକାବିଲାରେ ଓଡିଶା ପୋଲିସ୍ ସଫଳତାର ସହ ଉତ୍ତମ ପ୍ରଦର୍ଶନ କରି ଆସୁଛି। ମାଓବାଦୀଙ୍କ ବିସ୍ତାର ଏବଂ ପ୍ରଭାବ ହ୍ରାସ ପାଇଛି। କିନ୍ତୁ ତଥାପି ଆହ୍ଵାନ ରହିଛି। ପୋଲିସ ବାହିନୀ ନିଜର କାର୍ଯ୍ୟ ଦକ୍ଷତା ବଳରେ ଏହି ମାଓ ମୁକାବିଲାର ନେତୃତ୍ୱ ନେଇ ଆମ ରାଜ୍ୟକୁ ମାଓମୁକ୍ତ କରିଵେ ବୋଲି ସେ ଦୃଢ ଆଶା ପ୍ରକାଶ କରିଥିଲେ। ମାଓ ମୁକାବିଲା କ୍ଷେତ୍ରରେ ଆମ ସରକାରଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ସେ କହିଥିଲେ।

ପୋଲିସ୍୍ର ଆଧୁନିକୀକରଣ ଓ ପୋଲିସ୍ ବ୍ୟବସ୍ଥାର ସଂସ୍କାର ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିବା ସହିତ ପୋଲିସ୍ କର୍ମଚାରୀଙ୍କ ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ମୋ ସରକାର ଅବଗତ ଅଛନ୍ତି ବୋଲି ସେ କହିଥିଲେ। ପୋଲିସ୍ ପାଇଁ କଲ୍ୟାଣମୂଳକ ପଦକ୍ଷେପ ନେବାପାଇଁ  ଓଡିଶା ସରକାର ଯତ୍ନବାନ ରହିବେ। ଏହାସହିତ  ଲୋକବଳ ଅଭାବ ଦୂର କରିବାପାଇଁ ଆମେ ଆବଶ୍ୟକ  ପଦକ୍ଷେପ ନିଆଯିବ। ପୋଲିସ୍ ପ୍ରଶିକ୍ଷଣକୁ ଆହୁରି ଗତିଶୀଳ ଓ ଲୋକାଭିମୁଖୀ କରିବା ପାଇଁ ସରକାର ଆଗାମୀ ଦିନରେ ବିଭିନ୍ନ ସାହାଯ୍ୟ ଓ ପ୍ରୋତ୍ସାହନ ଦେବେ ବୋଲି ସେ କହିଥିଲେ।

ନୂତନ ଅପରାଧିକ ଆଇନ ଉପରେ ଆଲୋକପାତ କରି ସେ କହିଲେ ଯେ ଦେଢଶହ ବର୍ଷର ଔପନିବେଶବାଦର ମାନସିକତାକୁ ପ୍ରୋତ୍ସାହନ ଦେଉଥିବା ବ୍ରିଟିଶ ଅମଳର ଅପରାଧିକ ଆଇନକୁ ପରିବର୍ତ୍ତନକରି ମୋଦୀଜୀଙ୍କ ସରକାର ନୂତନ ଭାରତର ନୂତନ ଆଇନ୍, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ପ୍ରଚଳନ କରି ଅପରାଧିକ ଆଇନ୍ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି। ନ୍ୟାୟ ଓ ନାଗରିକକୁ ପ୍ରାଧାନ୍ୟ ଦିଆଯାଇ ଏହି ନୂତନ ଆଇନ୍ ଆଗାମୀ ଦିନରେ ଲୋକଙ୍କୁ  ନ୍ୟାୟ ଦେବାରେ ସହାୟକ ହେବ।

ପୋଲିସ୍ ଟ୍ରେନିଂ ଆପଣଙ୍କୁ ନୈତିକତା, ଅଖଣ୍ଡତା, ପ୍ରତିବଦ୍ଧତା ଏବଂ ମାନବ ସମାଜ ପ୍ରତି ଦୟା ଓ ସମ୍ବେଦନଶୀଳତାର ଶିକ୍ଷା ପ୍ରଦାନ କରେ। ଏହାସହିତ ଆପଣଙ୍କୁ ଜଣେ କଠିନ ଏବଂ ବୃତ୍ତିଗତ ପୋଲିସ୍ ଅଧିକାରୀ ଭାବରେ ବିକଶିତ କରିବା ମଧ୍ୟ ନିହାତି ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

୨୦୨୧-୨୨ ମସିହାରେ ଦେଶର ସର୍ବଶ୍ରେଷ୍ଠ ପୋଲିସ୍ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାବରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ରଫି ହାସଲ କରି ଏହି ଏକାଡେମୀ ଜାତୀୟ ସ୍ତରରେ ଗୌରବ ଅର୍ଜନ କରିଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ।

ଏହାସହିତ  ତିନି ଗୋଟି ନୂଆ ଆଇନର ପ୍ରଚଳନ ଓ କାର୍ଯ୍ୟକାରିତା ଦିଗରେ ରାଜ୍ୟ ପୋଲିସ ଏକାଡେମୀ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ଗଭୀର ଖୁସି ପ୍ରକାଶ କରିବା ସହିତ ଏକାଡେମୀର ସମସ୍ତ ପ୍ରଶିକ୍ଷକ ମାନଙ୍କୁ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ପୋଲିସ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଢ଼ଙ୍ଗୀ ଟ୍ରେନି ଅଫିସର ମାନଙ୍କ ଉଚ୍ଚପ୍ରଶଂସା କରିଥିଲେ। ପୁରୀ ରଥଯାତ୍ରା, ଭଦ୍ରକ ହନୁମାନ ଜୟନ୍ତୀ, ନିର୍ବାଚନ ଦାୟିତ୍ବ ଏବଂ ଆଉ ଅନେକ ସମୟର ପ୍ରାକ୍ଟିକାଲ ଟ୍ରେନିଂ ସମୟରେ ସେମାନେ ଯେଉଁ ନିଷ୍ଠା ଓ ଅନୁଶାସନ ଦେଖାଇଥିଲେ, ଶ୍ରୀ ଷଡଙ୍ଗୀ ତାର ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସେମାନେ ଜଣେ ଜଣେ ଭଲ ଅଫିସର ହୋଇ ସୁନାମ କରିବେ ବୋଲି ଆଶାପ୍ରକାଶ କରିଥିଲେ। ନୂଆ ସରକାରଙ୍କ ଭାବଧାରା ଓ କାର୍ଯ୍ୟ ପ୍ରଣାଳୀକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପଦେଶ ପୋଲିସ ବାହିନୀ ନିଷ୍ଠାର ସହ ପାଳନ କରିବ ବୋଲି ସେ ପ୍ରତିଶୃତି ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ମହାନିରୀକ୍ଷକ, ତାଲିମ, ସାଇନି ଏସ୍, ଏକାଡେମୀର ପ୍ରଶିକ୍ଷକ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

ପାସିଂ ଆଉଟ୍ ପ୍ୟାରେଡ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025
Latest News

ନିର୍ବାଚନ କମିଶନ ବନାମ ରାହୁଲ ଗାନ୍ଧୀ!: ଜାଣନ୍ତୁ ଜନତା କାହା ସହିତ ଅଛନ୍ତି, ଆସିଲା ବଡ଼ ସର୍ଭେ

August 25, 2025

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.