ଶେଷରେ ମୁଣ୍ଡ ନୂଆଁଇଲା ପାକିସ୍ତାନ!, ହାଇବ୍ରିଡ ମଡେଲରେ ହେବ ଚାମ୍ପିଅନ୍ସ ଟ୍ରଫି, ଜାଣନ୍ତୁ କେଉଁଠି ଖେଳିବ ଭାରତ?

Published: Jul 15, 2024, 8:34 am IST

ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଆୟୋଜନକୁ ନେଇ ଅନେକ ଦ୍ଵନ୍ଦ୍ଵ ଲାଗିରହିଛି। କିନ୍ତୁ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ ନାହିଁ। ଆଇସିସି ହାଇବ୍ରିଡ୍ ମଡେଲରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ। ଟିମ୍ ଇଣ୍ଡିଆ ଦୁବାଇରେ ନିଜ ମ୍ୟାଚ୍ ଗୁଡିକ ଖେଳିପାରେ। ତେବେ ଏ ସମ୍ପର୍କରେ ଔପଚାରିକ ଘୋଷଣା କରାଯାଇ ନାହିଁ। ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିର ଡ୍ରାଫ୍ଟ ଆଇସିସିରେ ଦାଖଲ କରିଥିଲା। କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ଆସିବ।

ଦି ଏକ୍ସପ୍ରେସ ଟ୍ରିବ୍ୟୁନ ଅନୁଯାୟୀ, ଚାମ୍ପିଅନ୍ସ ଟ୍ରଫି ସମ୍ପର୍କରେ ଆଇସିସି ବିସିସିଆଇ ସହ ଆଲୋଚନା କରିଥିଲା। କିନ୍ତୁ ବିସିସିଆଇ ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ମନା କରିଦେଇଥିଲା। ବିସିସିଆଇ କହିଛି ଯେ, ଟିମ୍ ଇଣ୍ଡିଆର ମ୍ୟାଚ୍ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ତେଣୁ, ଏଥର ହାଇବ୍ରିଡ ମଡେଲ ଅଧୀନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହୋଇପାରେ। ଦୁବାଇରେ ଟିମ୍ ଇଣ୍ଡିଆର ମ୍ୟାଚ୍ ଅନୁଷ୍ଠିତ ହୋଇପାରେ।

କରାଚି ଏବଂ ଦୁବାଇରେ ଅଧିକ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ଖେଳାଯାଇପାରେ। ଲାହୋର ଏବଂ ରାୱଲପିଣ୍ଡିରେ ମଧ୍ୟ କିଛି ମ୍ୟାଚ୍ ଅନୁଷ୍ଠିତ ହୋଇପାରେ। କିନ୍ତୁ ଭାରତୀୟ ଦଳର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳାଯାଇପାରେ। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଏସିଆ କପ୍ ପାଇଁ ପାକିସ୍ତାନ ଯାଇ ନଥିଲା। ଭାରତୀୟ ଦଳ ଶ୍ରୀଲଙ୍କାରେ ଏହାର ସମସ୍ତ ମ୍ୟାଚ୍ ଖେଳିଥିଲା।

Related posts