Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିବ୍ୟାଙ୍ଗ ଭତ୍ତା ଫେରାଇଲେ ୧୩ ନକଲି ହିତାଧିକାରୀ
ଆଜିର ଖବର

ଦିବ୍ୟାଙ୍ଗ ଭତ୍ତା ଫେରାଇଲେ ୧୩ ନକଲି ହିତାଧିକାରୀ

July 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜଗତସିଂହପୁର: ବାଲିକୁଦା ବ୍ଲକ ପ୍ରଶାସନକୁ ଗତ ୩ ମାସର ଦିବ୍ୟାଙ୍ଗ ଭତ୍ତା ଜାଲିଆତି କରି ନେଇଥିବା ଜଣାପଡ଼ିବା ପରେ ୧୩ ଜଣ ହିତାଧିକାରୀ ଫେରାଇ ଦେଇଛନ୍ତି।

ଦଳିତ ବିକାଶ ପରିଷଦ ନେତା ଶଙ୍କର ଦାସ ଅଭିଯୋଗ କରିଥିଲେ ଯେ ବ୍ଲକର ଅଯୋଗ୍ୟ ଯୁବକମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଦିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ ପରେ ପଞ୍ଚାୟତିରାଜ ବିଭାଗର ଅଧିକାରୀ ଓ ଜଗତସିଂହପୁର ଜିଲ୍ଲାପାଳଙ୍କ କଥା ନ ମାନି ବାଲିକୁଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଥିଲେ। ଏହାପରେ ବାଲିକୁଦା ବିଡିଓ ବିକାଶ କୁମାର ମହାନ୍ତି ଘଟଣାର ତଦନ୍ତ ପାଇଁ ଏକ ତଦନ୍ତ କମିଟି ଗଠନ କରିଥିଲେ।

ଅନୁସନ୍ଧାନବେଳେ ଜଣାପଡ଼ିଥିଲା ଯେ ଶହ ଶହ ନକଲି ହିତାଧିକାରୀ ସରକାରଙ୍କଠାରୁ ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା ପାଇବା ପାଇଁ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦାଖଲ କରିଥିଲେ। ବାଲିକୁଦା ବ୍ଲକ ଇଚ୍ଛାପୁର ପଞ୍ଚାୟତରେ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦାଖଲ କରି ପେନସନ ନେଇଥିବା ୧୩ ଜଣ ନକଲି ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଏହି ବ୍ୟକ୍ତିମାନେ ବ୍ଲକ ପ୍ରଶାସନକୁ ଗତ ୩ ମାସର ପେନସନ୍ ଫେରସ୍ତ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି।

ଇଚ୍ଛାପୁର ସରପଞ୍ଚ ରାଜଲକ୍ଷ୍ମୀ ପୁହାଣ କହିଛନ୍ତି, ବିଡିଓଙ୍କଦ୍ୱାରା ଗଠିତ ଟିମ୍ ଯାଞ୍ଚବେଳେ ୧୩ ଜଣ ନକଲି ହିତାଧିକାରୀ ଚିହ୍ନଟ ହୋଇଥିଲେ। ପଞ୍ଚାୟତର ପ୍ରାୟ ୧୧୦୦ ହିତାଧିକାରୀ ବିଭିନ୍ନ ଯୋଜନାରେ ପେନସନ୍ ପାଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ୧୩ ଜଣ ସେମାନଙ୍କର ଗତ ତିନିମାସର ପେନସନ ସରକାରଙ୍କୁ ଫେରାଇ ଦେଇଛନ୍ତି।

ଏହି ଦୁର୍ନୀତିରେ ସମ୍ପୃକ୍ତି ଥିବା ସନ୍ଦେହ କରି ଶ୍ରୀ ମହାନ୍ତି ଡାଟା ଏଣ୍ଟ୍ରି ଅପରେଟର କାର୍ତ୍ତିକ ବିଶ୍ୱାଳ ଓ ଇଚ୍ଛାପୁର ପଞ୍ଚାୟତର ବଦଳି କାର୍ଯ୍ୟନିର୍ବାହୀ ଅଧିକାରୀ ସହଦେବ ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ବ୍ଲକର ଅନ୍ୟ ପଞ୍ଚାୟତରେ ତଦନ୍ତ ଚାଲିଛି। ସେପଟେ ଏହି ରାକେଟର ପର୍ଦ୍ଦାଫାସ ପାଇଁ ଜିଲ୍ଲାର ସମସ୍ତ ପଞ୍ଚାୟତରେ ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି ଶ୍ରୀ ଦାସ।

ଜଗତସିଂହପୁର ହିତାଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.