ପୁସ୍ତକ ‘ପାୱାର ୱିଦିନ: ଦ ଲିଡରସିପ ଲିଗାସି ଅଫ ନରେନ୍ଦ୍ର ମୋଦୀ’ର କପିରେ ଦସ୍ତଖତ କଲେ ପ୍ରଧାନମନ୍ତ୍ରୀ

Published: Jul 18, 2024, 1:56 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ. ଆର ବାଲସୁବ୍ରମନିଅମଙ୍କୁ ଭେଟିବା ସହିତ ତାଙ୍କ ଦ୍ୱାରା ରଚିତ ପୁସ୍ତକ ‘ପାୱାର ୱିଦିନ: ଦ ଲିଡରସିପ ଲିଗାସି ଅଫ ନରେନ୍ଦ୍ର ମୋଦୀ’ର ଏକ କପିରେ ଦସ୍ତଖତ କରିଛନ୍ତି। ପୁସ୍ତକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଯାତ୍ରା ବର୍ଣ୍ଣିତ ହେବା ସହ ପାଶ୍ଚାତ୍ୟ ଓ ଭାରତୀୟ ଦୃଷ୍ଟିକୋଣରୁ ଏହାର ସମୀକ୍ଷା କରାଯାଇଛି। ଏଥିସହ ଏହାର ମିଳନ କିପରି ଜଣଙ୍କ ପାଇଁ ଜନସେବାର ରୋଡମ୍ୟାପ୍ ତିଆରି କରୁଛି ତାହା ମଧ୍ୟ ଉଲ୍ଳେଖ ରହିଛି।

ଡ. ଆର ବାଲସୁବ୍ରମନିଅମ ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି;

“ଡ. ଆର ବାଲସୁବ୍ରମନିଅମଙ୍କୁ ଭେଟିବା ଆଜି ଏକ ଆନନ୍ଦର କଥା। ତାଙ୍କ ପୁସ୍ତକର ଏକ କପିରେ ମଧ୍ୟ ଦସ୍ତଖତ କରିଛି। ଭବିଷ୍ୟତର ପ୍ରୟାସ ପାଇଁ ତାଙ୍କୁ ମୋର ବହୁତ ଶୁଭେଚ୍ଛା”।

Related posts