Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି: ବଦଳିବ କି ଜୁନାଗଡ ରାଜନୀତି ସମୀକରଣ!
ଆଜିର ଖବର

କଳାହାଣ୍ଡି: ବଦଳିବ କି ଜୁନାଗଡ ରାଜନୀତି ସମୀକରଣ!

July 18, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ରାଜନୀତି ସଦାବେଳେ ସମଗ୍ର ରାଜ୍ୟରେ ଚର୍ଚ୍ଚା ରେ ରହି ଆସିଛି। କଳାହାଣ୍ଡି ଜିଲ୍ଲା ର ପ୍ରାକ୍ତନ ରାଜଧାନୀ ତଥା ପୁରୁଣା ସହର ଜୁନାଗଡ ରେ ମଧ୍ୟ ରାଜନୀତି ମଧ୍ୟ ସଦାବେଳେ ଚର୍ଚ୍ଚାରେ ରହିଆସିଛି। ରାଜ୍ୟରେ ବିଗତ ୨୪ ବର୍ଷର ବିଜେଡ଼ି ସରକାର ଗତ ୨୦୨୪ ସାଧାରଣ ନିର୍ବାଚନ ରେ ବଦଳିବା ପରେ ମଧ୍ୟ ଜୁନାଗଡ ରାଜନୀତି ବଦଳି ନଥିବା ବେଳେ ତୃତୀୟ ଥର ପାଇଁ ମଧ୍ୟ ଜୁନାଗଡ ବିଜେଡ଼ି ଦଖଲ ରେ ରହିଛି।

ସ୍ବାଧୀନତା ପରେ ସବୁବେଳେ କଳାହାଣ୍ଡି ରାଜ ପରିବାର ର ଦବ ଦବା ଥିବା ଜୁନାଗଡ ବିଧାନସଭା ଆସନ ୨୦୦୯ ମସିହାରୁ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। ୧୯୭୭ ମସିହା ପର୍ଯ୍ୟନ୍ତ ରାଜ ପରିବାରର ସିଧା ସଳଖ ଅକ୍ତିଆରରେ ରହିଥିବା ଜୁନାଗଡ ବିଧାନସଭା କ୍ଷେତ୍ର ଚାଣକ୍ୟ ନୀତି ବଳରେ ଦୁଇଥର କଂଗ୍ରେସ ହାତକୁ ଯାଇଥିବା ବେଳେ ୧୯୮୫ ରେ ପୁନଃ ରାଜ ପରିବାରକୁ ଫେରିଆସିଥିଲା।

୧୯୮୫ ( ଜନତା ଦଳ )୧୯୯୦ ଓ ୧୯୯୫ (ବିଜେପି) ରେ କଳାହାଣ୍ଡି ରାଜପରିବାରର ସିଧା ସଳଖ ପ୍ରତିନିଧିତ୍ଵ ଥିବା ବେଳେ ୧୯୯୭, ୨୦୦୦,ଓ ୨୦୦୪ (ବିଜେପି) ରେ ରାଜପରିବାରଙ୍କ ମନୋନୀତ ସମର୍ଥକଙ୍କର ପ୍ରତିନିଧିତ୍ବ ରହିଆସିଛି। ସେହିପରି ୨୦୦୯ ରେ କଂଗ୍ରେସ ଓ ଗତ ୨୦୧୪ ମସିହାରୁ ବିଜେଡ଼ିର ସକ୍ରିୟ ସଂଗଠନ ଆରମ୍ଭ କରି ସମଗ୍ର ଦେଶ ଓ ରାଜ୍ୟରେ ପ୍ରବଳ ମୋଦୀ ହାୱା ସତ୍ବେ ୨୦୧୯ ଓ ୨୦୨୪ ରେ ମଧ୍ୟ ଜୁନାଗଡ ଠାରେ ବିଜେଡ଼ିର ପ୍ରତିନିଧିତ୍ବ ରହିଆସିଛି।

ଅନ୍ୟ ପକ୍ଷରେ ଦେଶ ଓ ରାଜ୍ୟ ରାଜନୀତିରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ସଂଘ) ର ପ୍ରମୁଖ ଭୂମିକା ରହିଆସିଥିବା ବେଳେ ଜୁନାଗଡ ଠାରେ ବରିଷ୍ଠ କାର୍ଯ୍ୟକର୍ତ୍ତା ସାଙ୍ଗକୁ ଆତ୍ମ ଘୋଷିତ ସଂଘୀୟ କାର୍ଯ୍ୟକର୍ତ୍ତା ଥିଲେ ସୁଦ୍ଧା ସେଭଳି ପ୍ରଭାବ ବିସ୍ତାର କରିପାରୁ ନ ଥିବା କୁହାଯାଉଛି। କେବଳ ଶିଶୁ ମନ୍ଦିର ମଧ୍ୟରେ ସୀମିତ ରହୁଥିବା ବେଳେ ଦୁଇ ଜଣ ବ୍ୟବସାୟୀ ହିଁ ଜୁନାଗଡ ସଙ୍ଘକୁ ପରିଚାଳନା କରୁଥିବା କୁହାଯାଉଛି। ଦେଶ ମାତୃକା ପାଇଁ ତ୍ୟାଗ ଓ ବଳିଦାନ ଦେବାକୁ ଆଗ୍ରହ ଥିବା କେତେକ ଶିକ୍ଷକ ସାମିଲ ହେଉଥିଲେ ହେଁ ଦୀର୍ଘ ବର୍ଷ ହେବା ପରେ ମଧ୍ୟ ଏହାର ପ୍ରସାର ହେଉଥିବା ଭଳି ଦେଖାଯାଉନହିଁ।

ଯେଉଁମାନେ ଜୁନାଗଡ ମଣ୍ଡଳ ସଂଘର ଦାୟିତ୍ବରେ ଅଛନ୍ତି ସେମାନେ ନିଜ ପଦକୁ ଜାବୁଡି ରଖିବା ଉଦ୍ଦେଶ୍ୟରେ କେବଳ ନିଜକୁ ସୁହାଇବା ଭଳି ସମର୍ଥକ ଏବଂ ନିଜ ବନ୍ଧୁ ବାନ୍ଧବ ମାନଙ୍କୁ ଡାକି ଔପଚାରିକ ଭାବେ କାର୍ଯ୍ୟକ୍ରମ ସାରିଦେଉଥିବା ଦେଖାଯାଉଛି। ଯାହା ଫଳରେ ଅନେକେ ସଂଘ ପ୍ରତି ଆକୃଷ୍ଟ ଥିଲେ ହେଁ କାର୍ଯ୍ୟକ୍ରମର ସୂଚନା ପାଇ ପାରୁନାହାନ୍ତି।

ଚାନ୍ଦାକୁ ଗୁରୁତ୍ବ ଦେଇ ଶିଶୁ ମନ୍ଦିର କମିଟି ଗଠନ କରାଯାଉଥିବା ବେଳେ ବିଗତ ଦଶ ବର୍ଷର ହିସାବ ଉପରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ଆସିବ ବୋଲି ବହୁ ବୟସ୍କ ସ୍ଵୟମ ସେବକ ନାମ ଗୋପନ ରଖିବା ସର୍ତ୍ତ ରେ ପ୍ରକାଶ କରିଛନ୍ତି।

ବିଗତ ୨୦୧୯ ସାଧାରଣ ନିର୍ବାଚନ ବୁଥ କମିଟି କଥା ବୁଝିବାକୁ କେତେକ ତଥା କଥିତ ସଚ୍ଚୋଟ କାର୍ଯ୍ୟକର୍ତ୍ତା ଦାୟିତ୍ବ ନେଇଥିବା ବେଳେ ସଠିକ ଭାବେ ବୁଝା ଯାଇ ନ ଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ଏପରିକି ବିଗତ ଦିନରେ ଜୁନାଗଡ ଠାରେ ହୋଇଥିବା ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଅତି ସ୍ୱଳ୍ପ ସଂଖ୍ୟକ ଲୋକ ଯୋଗ ଦେଇଥିବାରୁ ଅନେକ ଅସନ୍ତୋଷ ପ୍ରକାଶ କରିଥିଲେ।

ସଂଘର ନୀତି ଆଦର୍ଶର ସହିତ ଦେଶ ମାତୃକା ପାଇଁ ତ୍ୟାଗ ତପସ୍ୟା ଓ ବଳିଦାନ ଦେବାକୁ ସ୍ଵୟମ ସେବକ ମାନେ ସର୍ବଦା ତତ୍ପର ଥିବା ବେଳେ କାର୍ଯ୍ୟକର୍ତ୍ତା ମାନଙ୍କ ସଂକୀର୍ଣ୍ଣତା ଯୋଗୁ କଳେବର ବୃଦ୍ଧି ହୋଇପାରୁ ନ ଥିବା ଦେଖା ଯାଉଛି।

ସେହିପରି ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କ ସହ ସମ୍ପର୍କ ଥିବା ବେଳେ ସେମାନେ ଦଳୀୟ ରଣନୀତିକୁ ନେଇ ଅନ୍ୟମାନେ ସଫଳ ହେଉଥିବା ବେଳେ ବିଜେପି ବେକ ଫୁଟରେ ରହୁଥିବା କୁହାଯାଉଛି। ଜୁନାଗଡ ଠାରେ ଥିବା କାର୍ଯ୍ୟକର୍ତ୍ତା ମାନେ କେବଳ ନିଜ ମନ ମୁତାବକ ଲୋକଙ୍କୁ ସୂଚନା ଦେଉଥିବା ବେଳେ ଅନ୍ୟ ମାନଙ୍କୁ ପୂରାଇ ଦେଉ ନ ଥିବା କୁହାଯାଉଛି।

ଏତେ ବର୍ଷ ହେଲା ଶାଖା ଚାଲିଥିବା କୁହାଯାଉଛି, ବରିଷ୍ଠ କାର୍ଯ୍ୟକର୍ତ୍ତା ଥିବାର କୁହାଯାଉଛି କିନ୍ତୁ ସ୍ଵୟମ ସେବକ ସଂଖ୍ୟା ବଢାଇ ପାରୁ ନ ଥିବା ବେଳେ ସମ୍ପୃକ୍ତ କାର୍ଯ୍ୟକର୍ତ୍ତା ମାନଙ୍କ କାର୍ଯ୍ୟଧାରା ପ୍ରତି ପ୍ରଶ୍ନବାଛି ସୃଷ୍ଟି ହେଉଛି।

କଳାହାଣ୍ଡି ଜୁନାଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026
Latest News

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.