ୟୁପି ବିଧାନସଭା ଉପ-ନିର୍ବାଚନ: କେତେ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଏସପି ଏବଂ କଂଗ୍ରେସ, ସ୍ପଷ୍ଟ ହେଲା ଚିତ୍ର

Published: Jul 18, 2024, 2:18 pm IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ​​ଭଲ ପ୍ରଦର୍ଶନ କରିବା ପରେ ରାହୁଳ-ଅଖିଲେଶଙ୍କ ଯୋଡି ପୁଣି ଥରେ ଏକାଠି ଦେଖିବାକୁ ମିଳିବ। ୟୁପିର ୧୦ ଟି ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନରେ ​​ଏସପି ଏବଂ କଂଗ୍ରେସ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରୁଛନ୍ତି। କୁହାଯାଉଛି ଯେ, ମେଣ୍ଟ ଅଧୀନରେ ଏସପି ୭ ଟି ସିଟ୍ ପାଉଥିବାବେଳେ କଂଗ୍ରେସ୩ ଟି ସିଟ୍ ପାଇପାରେ।

କଂଗ୍ରେସ ସୂତ୍ରରୁ ଏହା ନିଶ୍ଚିତ ହୋଇଛି ଯେ, କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଚଳିତ ବର୍ଷ ଶେଷରେ ଏକ ମେଣ୍ଟ ଗଠନ କରି ୟୁପି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ସଂସଦ ଅଧିବେଶନ ପରେ ଉଭୟ ଦଳର ବରିଷ୍ଠ ନେତାମାନେ ଭେଟିବେ। ସୂଚନାନୁସାରେ, ମହାରାଷ୍ଟ୍ର ଏବଂ ହରିୟାଣା ଭଳି ରାଜ୍ୟର ବିଧାନସଭା ନିର୍ବାଚନରେ ​​ସମାଜବାଦୀ ପାର୍ଟି ପାଇଁ ଆସନ ଛାଡିବାକୁ ମଧ୍ୟ କଂଗ୍ରେସ ବିଚାର କରିପାରେ। ଯେଉଁ ୧୦ ଟି ଆସନ ପାଇନ ଉପ-ନିର୍ବାଚନ, ସେହି ଆସନଗୁଡିକରେ ସମାଜବାଦୀ ପାର୍ଟି ୫ଟି ଆସନ, ୩ ଟି ଆସନରେ ବିଜେପି, ବିଜେପିର ସହଯୋଗୀ ଆରଏଲଡି ଏବଂ ନିଶାଦ ପାର୍ଟି ଗୋଟିଏ ଲେଖାଏଁ ଆସନ ଦଖଲ କରିଥିଲା।

Related posts