ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଗୋଣ୍ଡାରେ ଚଣ୍ଡିଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ହସ୍ତଗତ ହୋଇଛି। ଚଣ୍ଡିଗଡ଼ରୁ ଗୋରଖପୁର ଅଭିମୁଖେ ଯାଉଥିବା ଟ୍ରେନର ୧୦-୧୨ କୋଚ୍ ଲାଇନଚ୍ୟୁତ ହୋଇଛି। କୋଚ୍ ଲାଇନଚ୍ୟୁତ ଯୋଗୁଁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ତେବେ ଏଥିରେ ୨ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ରହିଛି। ସ୍ଥାନୀୟ ଲୋକ ଏବଂ ପ୍ରଶାସନର ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି।
ଚଣ୍ଡିଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଲାଇନଚ୍ୟୁତ ହେଲା ୧୦-୧୨ କୋଚ, ଉଦ୍ଧାର କାର୍ଯ୍ୟ ଜାରୀ
Published:
Jul 18, 2024, 3:52 pm IST