Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିଠାର ନାଁ ରସଗୋଲା: କଥା ଓ କଥାନ୍ତର
ଆଜିର ଖବର

ମିଠାର ନାଁ ରସଗୋଲା: କଥା ଓ କଥାନ୍ତର

July 19, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link

ଜ୍ୟୋତି ନନ୍ଦ 

ଏଇଠି ପ୍ରଶ୍ନଟି ପୁଣି ତର୍କ ଓ ଆବେଗ କୁ ନେଇ। ପ୍ରସଙ୍ଗଟି ରସଗୋଲା।

ସାଧାରଣତଃ ଇତିହାସ ଆବେଗର ପରିଭାଷା ବୁଝେ ଆଉ ସେହି ଭାଷା ବୁଝେ ବୋଲିତ ଇତିହାସ ସାରା ମାଳମାଳ ଯୁଦ୍ଧ ହୁଏ। କିନ୍ତୁ ସବୁକଥାତ ଆଉ ଖଣ୍ଡା ତଲୁଆରର ଯୁଦ୍ଧରେ ନିର୍ଦ୍ଧାରିତ ହୋଇପାରିବ ନାହିଁ। ସେଇଠି ଆବଶ୍ୟକ ତର୍କସମ୍ମତ ବିଚାର ଯାହା ନିଜର ଅଧିକାରକୁ ସାବ୍ୟସ୍ତ କରିବାକୁ ସହାୟକ ହେବ।

ଆମେ ଆବେଗରେ ଯେ କୌଣସି ବସ୍ତୁ ଉପରେ ଆମର ଅଧିକାର ସାବ୍ୟସ୍ତ କରିପାରୁ ଆଉ ଯଦି ପ୍ରତିପକ୍ଷ କେହି ଆମର ଏହି ଅଧିକାର ଉପରେ ନିଜର ଦାବୀ ଉପସ୍ଥାପନ କରେ, ଆମେ ଅଧିକ ପ୍ରତିକ୍ରିୟାଶୀଳ ହୋଇଉଠୁ।କିନ୍ତୁ ଯଦି ଏହା ଆମର ତର୍କସମ୍ମତ ଉତ୍ତରାଧିକାର ହୋଇଥାଏ, ଯେପରି ଆମର ଘର ଦ୍ୱାର, ସ୍ଥାବର ଅସ୍ଥାବର ସଂପତ୍ତି ସେଇଠି ଆମେ ଅତ୍ୟନ୍ତ ଦୃଢ଼ତାର ସହ, ଯଦି କେହି ସେଥିରେ ନିଜର ଭାଗ ବସେଇଇବାକୁ ଆସେ ତାହାର ମୁକାବିଲା କରିଥାଉ। କହିବା କଥା ହେଉଛି ଆବେଗରୁ ଯେଉଁ ଅଧିକାରର ବୋଧ ଆମ ଭିତରେ ଥାଏ ତାହା ତୁଳନାରେ ତର୍କସମ୍ମତ ଅଧିକାରର ଉପଲବ୍ଧି ଅଧିକ ସୁଦୃଢ଼।

ରସଗୋଲାକୁ ନେଇ ଆମର ଉତ୍ତରାଧିକାରଟି ଆବେଗଭିତ୍ତିକ ନା ତର୍କସମ୍ମତ ସେଇଟି ଆମକୁ ପ୍ରଥମେ ବୁଝିବାକୁ ପଡ଼ିବ। ଆମେ ଯଦି ଆମର ତର୍କ କେବଳ ଆବେଗକୁ ଆଧାର କରି ଉପସ୍ଥାପନ କରୁଥିବା ତେବେ ଆମର ଉତ୍ତରାଧିକାରର ସେହି ସଫଳତା ଏକ ନିରପେକ୍ଷ ପୃଷ୍ଠଭୂମିରେ କେତେ ସଫଳ ହୋଇପାରେ ତାହା ଆପଣମାନେ ନିଜେ ବିଚାର କରିପାରିବେ। ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ବିଜୟରେ ମା ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଆଣି ଶ୍ରୀମନ୍ଦିରକୁ ଆସିବା କଥାଟି ଆମର ଏକ ଦାମ୍ପତ୍ୟ କଳହର ମଧୁର ଉପସମାପ୍ତି ଭଳି ମଧୁର ମାତ୍ର ଏହା ସହିତ ଏହି ପ୍ରସଙ୍ଗଟି ବି ଆସୁଛି ଯେ ରସଗୋଲାଟି ହାଟରୁ/ବାହାରୁ ଶ୍ରୀମନ୍ଦିରକୁ ଆସୁଛି। ଅର୍ଥାତ୍ ଏହା ଶ୍ରୀମନ୍ଦିର ପ୍ରସ୍ତୁତ ଭୋଗ ଦ୍ରବ୍ୟ ନୁହଁ। ୧୮୦୫ ମସିହାରେ ଚାର୍ଲସ୍ ଗ୍ରୋମ୍ ଙ୍କ ଜଗନ୍ନାଥ ମନ୍ଦିର ସଂପର୍କରେ ଯେଉଁ ବିସ୍ତୃତ ରିପୋର୍ଟ ରହିଛି ସେଥିରେ ଶ୍ରୀମନ୍ଦିରରେ ପ୍ରସ୍ତୁତ ଭୋଗ ତାଲିକାରେ ରସଗୋଲା ଟି ଅନୁପସ୍ଥିତ।

ତେଣୁ ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉନଥିବା କାରଣରୁ ଏହି ଭୋଗଦ୍ରବ୍ୟଟି ହିଁ ଏକ ପରବର୍ତ୍ତି ବାହ୍ୟ ସଂଯୋଜନ ବୋଲି ଅନୁମାନ କଲେ ଐତିହାସିକ ଦୃଷ୍ଟିକୋଣରୁ ସେତେ ଭୂଲ୍ ହେବ ନାହିଁ। ତାହା ସହିତ ଏକଥା ମଧ୍ୟ ଆମକୁ ବିଚାର କରିବାକୁ ହେବ ଶ୍ରୀ ଶ୍ରୀ ଜଗନ୍ନାଥ କେବଳ ଯେ ଶ୍ରୀମନ୍ଦିର ରେ ମା ଲକ୍ଷ୍ମୀଙ୍କ ସହ ଏକାନ୍ତ ଦୈବିକ ସଂସାର କରୁଛନ୍ତି ସେକଥା ନୁହଁ। ଶ୍ରୀ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିରର ପରିସରରେ ଅନ୍ୟ ଦେବଦେବୀଙ୍କ ସହ ଅବସ୍ଥାନ କରୁଛନ୍ତି। ତେଣୁ ଅନ୍ୟାନ୍ୟ ଦେବଦେବୀଙ୍କ ପ୍ରସଙ୍ଗରେ ଏହି ବାହ୍ୟ ଭୋଗ ରସଗୋଲାର କେଉଁ ସମ୍ପର୍କ ରହିଛି ତାହାର ତର୍ଜମା ଆବଶ୍ୟକ। ଯଦି ରସଗୋଲା ଭୋଗଟି କେବଳ ଏକ ଲୋକାଚାର ହିସାବରେ ସଂଯୋଜିତ ହୋଇଥାଏ ତେବେ ଏହାର ପ୍ରାଚୀନତା ସମ୍ପର୍କରେ ଆବେଗ ବହିର୍ଭୁତ ନିର୍ଭରଯୋଗ୍ୟ ପ୍ରମାଣ ଉପସ୍ଥାପନ କରାଯିବା ଆବଶ୍ୟକ।

ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ରକରି ଆମେ ରସଗୋଲା ଉତ୍ପତ୍ତିର ପ୍ରାଚୀନତାର ନିଷ୍କର୍ଷ ବାହାର କରିବାକୁ ଯିବା ପୂର୍ବରୁ ଏକଥା ବିଚାର କରିବା ଉଚିତ୍ ଯେ ଶ୍ରୀ ଶ୍ରୀ ଜଗନ୍ନାଥ ଆଦ୍ୟନ୍ତ ବିଶ୍ୱାସର ପ୍ରତିଭୂ ଆଉ ରସଗୋଲା ଏକ ନିର୍ଦ୍ଦିଷ୍ଟ ଉତ୍ପତ୍ତିର ସମୟକୁ ଧାରଣ କରେ। ତେଣୁ ଏହି ପ୍ରସଙ୍ଗଟି ଉଠିଲେ କାଳାତୀତ ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ କୌଣସି ନିର୍ଦ୍ଦିଷ୍ଟ କାଳଖଣ୍ଡକୁ ଆଣି କଥାଟିକୁ ପ୍ରମାଣିତ କରିବାକୁ ପଡ଼ିବ। ଏ ସଂପର୍କରେ କୌଣସି ସର୍ବପୁରାତନ ନଥି ଯାହା ଭେରିଫାୟେବଲ୍ ବା ତର୍ଜମାଯୋଗ୍ୟ ତାହାକୁ ପ୍ରାମାଣିକ ଭାବରେ ଉପସ୍ଥାପନ କରାଯିବା ଉଚିତ୍। ଯେତେବେଳେ ଆମେ “ଦାଣ୍ଡି ରାମାୟଣ”ର ଏକ ନିର୍ଦ୍ଦିଷ୍ଟ ପୃଷ୍ଠା କୁ ଉପସ୍ଥାପନ କରି ରସଗୋଲା ଉତ୍ପତ୍ତିର ନିଷ୍କର୍ଷ ବାହାର କରୁଛୁ ସେତେବେଳେ ଏହାକୁ ସଠିକ୍ ପରିପୁଷ୍ଟ କରିବା ପାଇଁ ଦାଣ୍ଡି ରାମାୟଣର ସର୍ବପ୍ରାଚୀନ ସଂସ୍କରଣକୁ ଉପସ୍ଥାପନ କରାଯାଇ ଏଥିରେ ଥିବା ରସଗୋଲା ଶବ୍ଦର ପ୍ରସଙ୍ଗଗତ ଅଧ୍ୟୟନ କରାଯିବା ଆବଶ୍ୟକ।

ଇତିହାସ ଗବେଷଣା ବା ଅନୁସନ୍ଧାନ ସମ୍ପର୍କରେ ଦୁଇଟି କଥା ଆମର ଜାଣିବା ଉଚିତ୍। ଗୋଟିଏ ଗୋଇନ୍ଦା ଯେମିତି ତଥ୍ୟ ପ୍ରମାଣ ଆଧାରରେ ଏକ ହତ୍ୟାକାରୀ ପାଖରେ ପହଞ୍ଚେ ଠିକ୍ ସେହିପରି ଐତିହାସିକ ତଥ୍ୟପ୍ରମାଣ ମାର୍ଫତରେ ଏକ ସଠିକ୍ ଅତୀତରେ ପହଞ୍ଚିପାରିଥାଏ ଆଉ ସେହି ଅତୀତକୁ ଯାବତୀୟ ମିଥ୍ୟାଚାରର ଅଳନ୍ଧୁରୁ ମୁକ୍ତ କରିଥାଏ। ଆଉ ଐତିହାସିକଟି ସବୁ ପ୍ରାଥମିକ ତଥ୍ୟକୁ ସନ୍ଦେହ କରି ତାହାର ସତ୍ୟତା ନିରୂପଣରେ ଅଗ୍ରସର ହୋଇଥାଏ। କ’ଣ ଖଣ୍ଡିଏ କାଗଜ ପାଇଗଲେ ଯେ ଆମକୁ ୟୁରେକା ସମୟ ମିଳିଗଲା ବୋଲି ଖୁସି ଜାହିର କରିବା ଅନାବଶ୍ୟକ।

ଏଇଠି ପ୍ରଶ୍ନ ରସଗୋଲା ଓଡ଼ିଶାର କି ବଙ୍ଗଳାର ତାହା ଭିତରେ ନାହିଁ। କଥାଟି ରହିଛି କିଏ ନିଜ କଥାକୁ କେତେ ପ୍ରାମାଣିକ ଭାବରେ ଉପସ୍ଥାପନ କରିପାରିବ ତାହା ଉପରେ ନିର୍ଭରଶୀଳ। ଆମେ ସାଧାରଣ ଭାବରେ ଯାହାକୁ ଇଣ୍ଡିଆନ୍ ଇଙ୍କ୍ ବୋଲି କହିଥାଉ ତାହା ଚାଇନାର ଉଦ୍ଭାବନ। ତେଣୁ ପ୍ରଚଳିତ ଆଉ ବାସ୍ତବ ଭିତରେ ବିରୋଧାଭାସ ରହିବା ସ୍ୱାଭାବିକ କଥା।

ତେଣୁ ରସଗୋଲା କଥା ଉଠିଲା ବେଳେ କହିବା କଥା ହେଉଛି ଏହାକୁ ନେଇ ଖବର କାଗଜରେ ବିତର୍କ ହେଉଛି ମାତ୍ର ଆମର ଏକାଡେମିକ୍ ସର୍କଲ୍ ରେ ଏହାର କେତେ ଆଲୋଚନା ପର‌୍ୟ୍ୟାଲୋଚନା ହେଉଛି? ବଙ୍ଗଳାରେ ଅନେକ ବିଦ୍ୱାନ ଖାଦ୍ୟ ଇତିହାସ ଉପରେ ଅନେକ କାମ କରିଛନ୍ତି ଅନ୍ୟପକ୍ଷରେ ଆମର ସେ ଦିଗରେ ଆଗ୍ରହ ଅଛି କି? ଆମର ସମସ୍ତ ତଥ୍ୟପ୍ରମାଣକୁ କୌଣସି ଭିନ୍ନଭାଷାର ଆବେଗ ନିରପେକ୍ଷ ଐତିହାସିକଙ୍କ  ଦ୍ୱାରା ପରିକ୍ଷୀତ କରାଯାଇ ଉପସ୍ଥାପନ କଲେ ଆମେ ପ୍ରାମାଣିକ ସଫଳତା ପାଇବାରେ କୌଣସି ଅସୁବିଧା ହେବନାହିଁ।

ବଙ୍ଗଳାର ଜନପ୍ରିୟ ଲେଖକ ଶଙ୍କର ପ୍ରାୟ ତିନିଶହ ପୃଷ୍ଠାର ଏକ ଅତ୍ୟନ୍ତ ରୋଚକ ପୁସ୍ତକ ଲେଖିଛନ୍ତି ଯାହାର ଶୀର୍ଷକ “ରାନ୍ନାଘର, କିଚେନ୍ କିମ୍ବା ରସବତୀ (ବଙ୍ଗୀୟ ରସନାର ରସାଲୋ କାହିନୀ)”। ଯେଉଁମାନେ ବଙ୍ଗଳାର ଲେଖକ ଶଙ୍କରଙ୍କୁ ପଢ଼ିଛନ୍ତି ସେମାନେ ଜାଣନ୍ତି ତାଙ୍କର ପଠନୀୟତା ଆଉ ଲୋକପ୍ରିୟତା କେଉଁ ପର‌୍ୟ୍ୟାୟର। ଶ୍ରୀଯୁକ୍ତ ଶଙ୍କର ବଙ୍ଗୀୟ ପାଠକ ମାନଙ୍କ ପାଇଁ ବଙ୍ଗଳାର ଖାଦ୍ୟ ବିଷୟରେ ଏହି ଐତିହାସିକ ପ୍ରେକ୍ଷାପଟଟି ପ୍ରସ୍ତୁତ କରି ସେମାନଙ୍କର ଖାଦ୍ୟ-ଜ୍ଞାନକୁ ପରିପୁଷ୍ଟ କରିଛନ୍ତି।

କେବଳ ଶ୍ରୀଯୁକ୍ତ ଶଙ୍କର କାହିଁକି ଶ୍ରୀମତୀ ଜେ ହାଲଦାର (୧୯୧୧), ଚିତ୍ରିତା ବାନାର୍ଜୀ, ସୁଚିତ୍ରା ସାମନ୍ତ, ଇନ୍ଦିରା ଚକ୍ରବର୍ତ୍ତୀ, କେଟି ଆଚୟା ଭଳି ବହୁ ଖାଦ୍ୟ ଐତିହାସିକ ବଙ୍ଗଳାର ଖାଦ୍ୟାଭ୍ୟାସ ଉପରେ କାମ କରିଛନ୍ତି। ବଙ୍ଗଳାରେ ଖାଦ୍ୟ ସଙ୍କ୍ରାନ୍ତରେ ପ୍ରଥମ ପାକଶାସ୍ତ୍ର ପାକରାଜେଶ୍ୱର (୧୮୩୧) ଠାରୁ ଆରମ୍ଭକରି ବ୍ୟଞ୍ଜନ ରତ୍ନାକର(୧୮୭୪), ବାମାବୋଧିନୀ ପତ୍ରିକା (୧୮୭୪) ପ୍ରଭୃତିରେ ବଙ୍ଗଳା ଖାଦ୍ୟର ପ୍ରଭୁତ ବର୍ଣ୍ଣନା ରହିଛି। ବଙ୍ଗଳାରେ ପାକଶାସ୍ତ୍ରର ତାଲିକାଟି ଅତ୍ୟନ୍ତ ଦୀର୍ଘ। ଏହି ତଥ୍ୟ ଭିତ୍ତିରେ ଖାଦ୍ୟ ଗବେଷକ ମାନେ ଗବେଷଣା କରି ସେମାନଙ୍କର ଜ୍ଞାନକୁ ତାତ୍ତ୍ଵିକ ଦୃଷ୍ଟିରୁ ପରିପୁଷ୍ଟ କରିଛନ୍ତି।

ଆମେ ଏଠାରେ କ’ଣ କରୁ ସେକଥା ବିଶଦ କହିବାର ପ୍ରୟୋଜନ ନାହିଁ।

ବଙ୍ଗଳାରେ ସେମାନେ ନବୀନ ଚନ୍ଦ୍ର ଦାସଙ୍କୁ “ରସଗୋଲାର କଲମ୍ବସ୍” ବୋଲି କହନ୍ତି ଆଉ ତାଙ୍କର ଦୋକାନରେ ସାଇନ୍ ବୋର୍ଡ୍ ରେ ସେଇ କଥା ଲେଖାହୋଇଛି। ମୁଁ ଏଇଠି ଯେଉଁ ଚିତ୍ରଟି ସଂଲଗ୍ନ କରିଛି ତାହା ୧୯୬୮ ମସିହାର। ଯେଉଁ ସ୍ଥାନରେ ନବିନ ଚନ୍ଦ୍ର ରସଗୋଲା ଉଦ୍ଭାବନ କରିଥିଲେ ସେଇଠି ଏଇ କଥାକୁ ସ୍ମରଣୀୟ କରି ରଖିବା ପାଇଁ ତାହାର ଶହେବର୍ଷ ପାଳନ ଉପଲକ୍ଷେ ଏଇ ଫଳକଟିକୁ ଲଗାଯାଇଛି। ଅବଶ୍ୟ ଏହି ଫଳକ ଲଗାଯିବାର ବର୍ଷକ ପରେ ବଙ୍ଗଳାର ତତ୍କାଳୀନ କମ୍ୟୁନିଷ୍ଟ ସରକାର ସମସ୍ତ ମିଠା ଉତ୍ପାଦନରେ ଦୁଗ୍ଧର ବ୍ୟବହାରକୁ ନିଷିଦ୍ଧ କରିଦେଇଥିଲେ, କାରଣ ତାହା ଦ୍ୱାରା ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥର ଦାମ୍ ନିୟନ୍ତ୍ରଣ କରାଯାଇପାରିବ। କିନ୍ତୁ ଏହାର ବ୍ୟାପକ ବିରୋଧ ହୋଇଥିଲା ଓ ବଙ୍ଗଳାର ସରକାର ଏଇ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଥିଲେ। କିନ୍ତୁ ନବୀନ ଚନ୍ଦ୍ରଙ୍କ ବଂଶଧର ମାନେ ଏଥିରେ କ୍ଷୁବ୍ଧ ହୋଇ ଏଇ ସ୍ମରଣୀୟ ସ୍ଥାନରେ ଥିବା ମିଠା ଦୋକାନକୁ ବାଙ୍ଗାଲୋର୍ ସ୍ଥାନାନ୍ତର କରିଦେଇଥିଲେ।

ସେହି ଫଳକର ଆଲୋକଚିତ୍ରଟି ଏଠାରେ ସଂଲଗ୍ନ।

ସମ୍ପ୍ରତି ନବୀନଚନ୍ଦ୍ରଙ୍କ ଜୀବନୀକୁ ଆଧାରକରି ବଙ୍ଗଳାରେ “ରସଗୋଲା” ଭଳି ସମ୍ଭବତଃ ଏକ ବାୟୋପିକ୍ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ସେଠାରେ ଯଥେଷ୍ଟ ଆଗରୁ ନବୀନଚନ୍ଦ୍ର ଏକ କଲ୍ଟ। ଏଇ କଲ୍ଟର ଏହି ଚଳଚ୍ଚିତ୍ରଟି ଏକ ବ୍ୟାପକ ପ୍ରଭାବୀ ସଂସ୍କରଣ ହେବାର ପରିକଳ୍ପନା। ପରବର୍ତ୍ତି ପ୍ରଜନ୍ମ ପାଇଁ ଏହା ଏକ ଅବଦାନ। ଆମର ଏଠାରେ “ରସଗୋଲା” ବିତର୍କର ଢେର୍ ଦିନ ହୋଇଗଲାଣି। କେବଳ କିଛି ଗୀତ ନାଚରେ ଆମେ ଆମର ପ୍ରାମାଣିକତାକୁ ଉପସ୍ଥାପନ କରିଛୁ। ଏ ସଂପର୍କରେ କୌଣସି ବୃତ୍ତଚିତ୍ର ପାଇଁ ଆମର ଆଗ୍ରହ ରହୁନାହିଁ କାହିଁକି ?

କହିବାର କଥା ହେଉଛି ଆମର ସ୍ୱାଭିମାନକୁ ଆମର ଅଧ୍ୟୟନର ପରିସରକୁ ଆଣି ଏକ ଉତ୍ସବ ଭଳି ପାଳନ କରି ପରବର୍ତ୍ତୀ ପ୍ରଜନ୍ମ ସହିତ ଏହାର ଏକ ଅନ୍ତରଙ୍ଗତା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି, ତାହା ରସଗୋଲା ହେଉ କି ଆଉ ଯେଉଁ କଥା ହେଉ। ବିନା ପ୍ରସ୍ତୁତିରେ କୁହାଟକୁ ଶୁଣି ଡରିଯିବା ବିପକ୍ଷ ବର୍ତ୍ତମାନ ବହୁତ କମ୍।

ଆମର କୁହାଟରେ ଦାୟ। ପ୍ରସ୍ତୁତି କଥା କିଏ କାହିଁକି ଗୁରୁତ୍ୱର ସହ ନେବ?

କଥା ଓ କଥାନ୍ତର ମିଠା ରସଗୋଲା
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

March 12, 2026

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026
Latest News

ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

March 12, 2026

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.