Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଇ ମାସରେ ଓଡ଼ିଶାରେ ସର୍ବାଧିକ ୧.୮୫ ଲକ୍ଷରୁ ଉର୍ଦ୍ଧ୍ୱ ନୂଆ ମୋବାଇଲ୍ ଉପଭୋକ୍ତା ଯୋଡିଲା ଜିଓ: ଟ୍ରାଇ ତଥ୍ୟ
ଆଜିର ଖବର

ମଇ ମାସରେ ଓଡ଼ିଶାରେ ସର୍ବାଧିକ ୧.୮୫ ଲକ୍ଷରୁ ଉର୍ଦ୍ଧ୍ୱ ନୂଆ ମୋବାଇଲ୍ ଉପଭୋକ୍ତା ଯୋଡିଲା ଜିଓ: ଟ୍ରାଇ ତଥ୍ୟ

July 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ସ୍ଥାନ ସୁଦୃଢ଼ କରି ରିଲାଏନ୍ସ ଜିଓ ମଇ ମାସରେ ଉଭୟ ଓୟାରଲେସ ଏବଂ ଓୟାରଲାଇନ କ୍ଷେତ୍ରରେ ରାଜ୍ୟରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୪ ମଇ ମାସରେ ଜିଓ ଓଡ଼ିଶାରେ ସର୍ବାଧିକ ୧.୮୫ ଲକ୍ଷରୁ ଉର୍ଦ୍ଧ୍ୱ ନୂଆ ମୋବାଇଲ୍ ଉପଭୋକ୍ତା ଯୋଡ଼ିଥିବା ବେଳେ ଏୟାରଟେଲ୍‌‌‌‌, ଭୋଡାଫୋନ୍ ଆଇଡିଆ (ୱି) ଓ ବିଏସ୍‌‌‌‌ଏନ୍‌‌‌‌ଏଲ୍ ସମେତ ଅନ୍ୟ ସମସ୍ତ ଅପରେଟର ଏହି ମାସରେ ଓଡ଼ିଶାରେ ହଜାର ହଜାର ଗ୍ରାହକ ହରାଇଛନ୍ତି।

ଏଥିସହିତ ୨୦୨୪ ମଇ ୩୧ ସୁଦ୍ଧା ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ପାଖାପାଖି ୧.୫୫ କୋଟି ହୋଇଛି। ମଇ ମାସରେ ଓଡ଼ିଶାରେ ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟାରେ ୧୫୪୧୪୧ ବୃଦ୍ଧି ସହିତ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ମଇ ଶେଷ ସୁଦ୍ଧା ୩.୩୮ କୋଟିକୁ ବୃଦ୍ଧି ହୋଇଛି। ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ କ୍ରମାଗତ ଭାବେ ପ୍ରତି ମାସରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିବା ସହ ଓଡ଼ିଶା ଟେଲିକମ୍ ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଆହୁରି ସୁଦୃଢ଼ କରିଛି।

ଜାତୀୟ ସ୍ତରରେ ମଧ୍ୟ ଜିଓ ମଇ ମାସରେ ସର୍ବାଧିକ ୨୧.୯୫ ଲକ୍ଷରୁ ଉର୍ଦ୍ଧ୍ୱ ମୋବାଇଲ ଗ୍ରାହକ ଯୋଡ଼ିଛି। ଏଥିସହିତ ଦେଶରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୭.୪୬ କୋଟିକୁ ବୃଦ୍ଧି ପାଇଛି ଏବଂ କଂପାନି ଦେଶର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ଓଡ଼ିଶାର ଦୂରସଂଚାର କ୍ଷେତ୍ରରେ ୪୫.୭% ରୁ ଅଧିକ ଉପଭୋକ୍ତା ବଜାର ଅଂଶ ଏବଂ ପ୍ରାୟ ୫୨% ରାଜସ୍ୱ ବଜାର ଅଂଶ ସହିତ ରାଜ୍ୟର ଏକ ନମ୍ବର ଏବଂ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ହୋଇରହିଛି। ସାରା ରାଜ୍ୟରେ ଏହାର ସର୍ବବୃହତ ୪ଜି ଓ ୫ଜି ନେଟୱାର୍କ ଉପସ୍ଥିତି, ଦୁର୍ଗମ ଅଂଚଳରେ ଦ୍ରୁତ ସେବା ସମ୍ପ୍ରସାରଣ ବଳରେ ରାଜ୍ୟରେ ଜିଓ ଉପଭୋକ୍ତାଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।

ଜିଓ ଏହାର ଲୋକପ୍ରିୟ ଜିଓ ଏୟାରଫାଇବର ସେବାକୁ ସାରା ଓଡ଼ିଶାର ଛୋଟବଡ ସହର ଏବଂ ନିକଟବର୍ତ୍ତୀ ହଜାର ହଜାର ଗ୍ରାମକୁ ସମ୍ପ୍ରସାରିତ କରିଛି। ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ ଜିଓଏୟାରଫାଇବ‍ର ଟିଭି ଏବଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କୁ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ୮୦୦ ରୁ ଅଧିକ ଡିଜିଟାଲ୍ ଟିଭି ଚ୍ୟାନେଲ୍‌‌, ୧୫ ରୁ ଅଧିକ ଓଟିଟି ଆପ୍ସ, ହାଇସ୍ପିଡ଼ ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବାର ସୁଯୋଗ ପ୍ରଦାନ କରୁଛି। ପୂର୍ବରୁ ଗୁଣାତ୍ମକ ହୋମ୍‌‌‌‌‌‌‌‍ ବ୍ରଡବ୍ୟାଣ୍ଡ୍‌‌‌‌‌‌‌‍ ସୁବିଧା ଅପ୍‌‌‌‌‌‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିବା ସ୍ଥାନଗୁଡିକରେ ଜିଓ ଏୟାରଫାଇବର ଡିଜିଟାଲ ଲାଇଫଲାଇନ ପାଲଟିବା ସହ ସର୍ବାଧିକ ପସନ୍ଦର ଭରସାଯୋଗ୍ୟ ଗୃହ ମନୋରଞ୍ଜନ ଓ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ହୋଇଛି।

ଓଡିଶା ଜିଓ ଟ୍ରାଇ ତଥ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026
Latest News

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.