ଯୁବ ମିସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published: Jul 20, 2024, 3:31 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଗୁନିଆ ପଡ଼ା ଥାନା ଅନ୍ତର୍ଗତ ଅଙ୍ଗାର ଗାଁରେ ଝୁଲୁଥିବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଗ୍ରାମ୍ୟ ବ୍ୟାଙ୍କ୍ ନିକଟସ୍ଥ ଏକ ଦୋକାନ ପଛପଟ ପାଇଖାନା ଘର ଭିତରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ଦେଖି ଦୋକାନ ମାଲିକ ଯୁବକର ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଓ କିଛି ଗ୍ରାମବାସୀ ଆସି ଯୁବକଙ୍କୁ ଚିହ୍ନଟ କରିଥିଲେ। ଏବଂ ସେ ଟୁନା ଦାସ ବୋଲି ନିଶ୍ଚିତ ହୋଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାସହିତ କେଶ୍ ନଂ ୭/୨୪ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ, ମୃତ ଟୁନା ଜଣେ ମିସ୍ତ୍ରୀ। ଆତ୍ମହତ୍ୟାର କାରଣ ଜଣାପଡି ନାହିଁ।

Related posts