Categories
ଆଞ୍ଚଳିକ

ଘରର ସ୍କାଇଲାଇଟ୍ ଭାଙ୍ଗି ବଡ଼ ଧରଣର ଚୋରି

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବେଗୁନିଆ ପଡ଼ା ଥାନା ଅନ୍ତର୍ଗତ ତାଳସର ଗ୍ରାମର ରଙ୍ଗ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଡକାୟତି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗରୁ ଜଣାପଡିଛି ଯେ, ଘର ମାଲିକ ରଙ୍ଗ ରାଉତ ଦାଣ୍ଡଘରେ ଶୋଇଥିବା ବେଳେ କୌଣସି ଚୋର ବାଡିପଟୁ ଆସି ଛାତ ଉପରେ ଚଢି ଘରର ସ୍କାଇଲାଇଟ୍ ଭାଙ୍ଗି ଘରର ପଛ କୋଠରୀକୁ ଯାଇ ସେଠାରେ ଥିବା କାଠ ଆଲମାରୀ ଭାଙ୍ଗି ଥିଲା ଓ ସେଥି ମଧ୍ୟରେ ଥିବା ଦୁଇଟି ସୁନା ଖାସୁ ମାଳ ୩ ଟି ସୁନା ମୁଦି ଓ ନଗଦ ୨୬ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଗ୍ରହଣ କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ଳକ ଅଧ୍ୟକ୍ଷାଙ୍କ ଭଣଜା ହତ୍ୟା ଅଭିଯୋଗରେ ଆଉ ୩ ଅଭିଯୁକ୍ତ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ଜାନୁଆରୀ ୨୦ ତାରିଖରେ ଏକ ସଂଘବଦ୍ଧ ଆକ୍ରମଣରେ ବେଗୁନିଆ ପଡ଼ା ବ୍ଳକ ଅଧ୍ୟକ୍ଷା ରେଣୁ ଗୌଡ଼ଙ୍କ ଭଣଜା ପଙ୍କଜ ଗୌଡ଼ଙ୍କୁ କିଛି ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡକୁ ନେଇ ପଙ୍କଜଙ୍କ ସ୍ତ୍ରୀଙ୍କ ଏତଲା କ୍ରମେ ପୋଲିସ ସେତେବେଳେ ୪ ଜଣଙ୍କୁ ଗିରଫ କରିଥିଲା ଓ ବର୍ତ୍ତମାନ ଆଉ ୩ ଜଣ କାଳୁ ଗୌଡ଼ ଓ ଭାଗ୍ୟ ଗୌଡ଼ଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

୩ ୟ ଅଭିଯୁକ୍ତଙ୍କ ନାମ ପ୍ରକାଶ ଗୌଡ଼। ପଙ୍କଜ ଙ୍କ ସ୍ତ୍ରୀ ଝିଲି ଗୌଡ଼ଙ୍କ ଏତଲା ନଂ ୧୭/୨୩ ଅନୁଯାୟୀ ମକଦ୍ଦମା ରୁଜୁ ହୋଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡକାୟତି ଉଦ୍ୟମ ବେଳେ ୩ ଯୁବକ ଗିରଫ, ୪ ଘଟଣାସ୍ଥଳରୁ ଫେରାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ବୁଧବାର ରାତିରେ ବେଗୁନିଆ ପଡ଼ା ଥାନା ପୋଲିସ୍ ଏ ଏସ୍ ଆଇ ଶରତ ମହାପାତ୍ର ରାତ୍ରୀ ପାଟ୍ରୋଲିଂ ସମୟରେ କେ ବରିଡା ଗ୍ରାମର ହାଇସ୍କୁଲ ଛକରେ କିଛି ଯୁବକ ଏକାଠି ବସିବା ଦେଖି ସେଠି ଗାଡ଼ି ଅଟକାଇ ଯୁବକ ମାନଙ୍କ ନିକଟକୁ ଗଲାବେଳେ ଯୁବକ ମାନେ ପୋଲିସ ଉପରକୁ ବୋମା ଫିଙ୍ଗି ଫେରାର ହେବାକୁ ଚେଷ୍ଟା କରିଥିଲେ ଓ ସେଥି ମଧ୍ୟରୁ ୩ ଧରାପଡ଼ିଛନ୍ତି ଓ ୪ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଅଭିଯୁକ୍ତ ଯୁବକ ମାନେ କୌଣସି ଏକ ଡକାୟତି ଯୋଜନା କରୁଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ଯୋଜନାକୁ ପଣ୍ଡ କରିଦେଇଛି। ସେମାନଙ୍କ ଠାରୁ କିଛି ମାରଣାସ୍ତ୍ର, ସାଇକେଲ ଚେନ୍, ଲାଠି ଇତ୍ୟାଦି ପୋଲିସ ଜବତ କରିଛନ୍ତି ଓ ଘଟଣାସ୍ଥଳରୁ ଫେରାର ହୋଇଥିବା ଆଉ ୪ ଯୁବକକୁ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି।

ଧରାପଡ଼ିଥିବା ଯୁବକ ମାନେ ହେଲେ ମୁକେଶ ଦଳେଇ, ଗଙ୍ଗା ପ୍ରଧାନ ଓ ଦୀପକ ସ୍ବାଇଁ ବୋଲି ପୋଲିସ ଠାରୁ ପ୍ରକାଶ। ବୋମା ମାଡରେ ଜଣେ ଅଭିଯୁକ୍ତ ଯୁବକ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।