ଡକାୟତି ଉଦ୍ୟମ ବେଳେ ୩ ଯୁବକ ଗିରଫ, ୪ ଘଟଣାସ୍ଥଳରୁ ଫେରାର

Published: Mar 3, 2023, 10:23 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ବୁଧବାର ରାତିରେ ବେଗୁନିଆ ପଡ଼ା ଥାନା ପୋଲିସ୍ ଏ ଏସ୍ ଆଇ ଶରତ ମହାପାତ୍ର ରାତ୍ରୀ ପାଟ୍ରୋଲିଂ ସମୟରେ କେ ବରିଡା ଗ୍ରାମର ହାଇସ୍କୁଲ ଛକରେ କିଛି ଯୁବକ ଏକାଠି ବସିବା ଦେଖି ସେଠି ଗାଡ଼ି ଅଟକାଇ ଯୁବକ ମାନଙ୍କ ନିକଟକୁ ଗଲାବେଳେ ଯୁବକ ମାନେ ପୋଲିସ ଉପରକୁ ବୋମା ଫିଙ୍ଗି ଫେରାର ହେବାକୁ ଚେଷ୍ଟା କରିଥିଲେ ଓ ସେଥି ମଧ୍ୟରୁ ୩ ଧରାପଡ଼ିଛନ୍ତି ଓ ୪ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଅଭିଯୁକ୍ତ ଯୁବକ ମାନେ କୌଣସି ଏକ ଡକାୟତି ଯୋଜନା କରୁଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ଯୋଜନାକୁ ପଣ୍ଡ କରିଦେଇଛି। ସେମାନଙ୍କ ଠାରୁ କିଛି ମାରଣାସ୍ତ୍ର, ସାଇକେଲ ଚେନ୍, ଲାଠି ଇତ୍ୟାଦି ପୋଲିସ ଜବତ କରିଛନ୍ତି ଓ ଘଟଣାସ୍ଥଳରୁ ଫେରାର ହୋଇଥିବା ଆଉ ୪ ଯୁବକକୁ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି।

ଧରାପଡ଼ିଥିବା ଯୁବକ ମାନେ ହେଲେ ମୁକେଶ ଦଳେଇ, ଗଙ୍ଗା ପ୍ରଧାନ ଓ ଦୀପକ ସ୍ବାଇଁ ବୋଲି ପୋଲିସ ଠାରୁ ପ୍ରକାଶ। ବୋମା ମାଡରେ ଜଣେ ଅଭିଯୁକ୍ତ ଯୁବକ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

Related posts