Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଆମେ ମୁମ୍ବାଇକୁ ଆଦାନୀ ନଗର ହେବାକୁ ଦେବୁ ନାହିଁ’: ଉଦ୍ଧବ ଠାକରେ
ଆଜିର ଖବର

‘ଆମେ ମୁମ୍ବାଇକୁ ଆଦାନୀ ନଗର ହେବାକୁ ଦେବୁ ନାହିଁ’: ଉଦ୍ଧବ ଠାକରେ

July 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶିବସେନା
କାହିଁକି ବିଭାଜିତ ହେଲା ଶିବସେନା ୟୁବିଟି?: ଜଣାପଡିଲା କାରଣ

ମୁମ୍ବାଇ: ଯଦିଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏବେ ଆହୁରୀ ସମୟ ବାକି ଅଛି, କିନ୍ତୁ ଏହାପୂର୍ବରୁ ରାଜନୈତିକ ଦଳମାନେ କ୍ଷମତାକୁ ଆସିଲେ ସେମାନେ କ’ଣ କରିବେ ସେନେଇ ଜନସାଧାରଣଙ୍କୁ ପ୍ରତିଶୃତି ଦେଉଛନ୍ତି। ଏହି ସମୟରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ, ଯଦି ତାଙ୍କ ଦଳ ମହାରାଷ୍ଟ୍ରରେ କ୍ଷମତାକୁ ଆସେ, ତେବେ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀକୁ ଦିଆଯାଇଥିବା ଧରାବୀ ବସ୍ତି ପୁନଃ ବିକାଶ ପ୍ରକଳ୍ପ ପାଇଁ ଟେଣ୍ଡର ବାତିଲ କରାଯିବ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ତାଙ୍କ ଦଳ ନିଶ୍ଚିତ କରିବ ଯେ ଧରାବୀ ବାସିନ୍ଦା ଏବଂ ସେମାନଙ୍କ ବ୍ୟବସାୟ ଯେପରି ଉଚ୍ଛେଦ ନହୁଏ। ସେ କହିଛନ୍ତି ଯେ, ସେଠାରେ ରହୁଥିବା ଲୋକଙ୍କୁ ସେହି ଅଞ୍ଚଳରେ ୫୦୦ ବର୍ଗଫୁଟ ଘର ଦିଆଯିବା ଉଚିତ।

ପୂର୍ବତନ ସିଏମ କହିଛନ୍ତି ଯେ, “କ୍ଷମତାକୁ ଆସିବା ପରେ ଆମେ ଧରାବୀ ବସ୍ତି ପୁନଃ ବିକାଶ ପ୍ରକଳ୍ପର ଟେଣ୍ଡର ବାତିଲ କରିବୁ। ଆମେ ମୁମ୍ବାଇକୁ ଆଦାନୀ ନଗର ହେବାକୁ ଦେବୁ ନାହିଁ।”

ଶ୍ରୀ ଠାକରେ ଦାବି କରିଛନ୍ତି ଯେ, ଦୁନିଆର ଅନ୍ୟତମ ଜନବହୁଳ ସହରାଞ୍ଚଳ ମଧ୍ୟରୁ ଧରାବୀଙ୍କୁ ପୁନଃ ବିକାଶ ପ୍ରକଳ୍ପରେ ଆଦାନୀ ଗ୍ରୁପକୁ ଅତିରିକ୍ତ ରିହାତି ପ୍ରଦାନ କରାଯାଇଛି ଯାହା ଚୁକ୍ତିରେ ଉଲ୍ଲେଖ କରାଯାଇ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଆମେ ଅତିରିକ୍ତ ରିହାତି ଦେବୁ ନାହିଁ। ଧରାବୀ ବାସିନ୍ଦାଙ୍କ ପାଇଁ କ’ଣ ଭଲ ତାହା ଦେଖିବା ଏବଂ ଆବଶ୍ୟକ ସ୍ଥଳେ ଆମେ ଏକ ନୂତନ ଟେଣ୍ଡର ପ୍ରଦାନ କରିବୁ।”

Maharashtra Assembly Election 2024 Maharashtra Election 2024 Maharashtra News Maharashtra Vidhan Sabha Chunav mumbai Uddhav Thackeray
Share. Facebook Twitter LinkedIn Email WhatsApp Copy Link

Related Posts

ନୋଏଡ଼ାରେ ଗୋଟିଏ ଘରୁ ୫ ଜଣଙ୍କ ମୃତଦେହ ଜବତ

October 18, 2026

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ଅକ୍ଟୋବର ୧୮ ତାରିଖ ହେଉଛି ଶୁଭ ଦିନ

October 18, 2026

ପୂଜା ପେଣ୍ଡାଲରେ ଦଳଚକଟା: ୧୭ ଜଣଙ୍କ ମୃତ୍ୟୁ

October 17, 2026

ରଣପୁରରେ ଧୁମ୍‌ଧାମ୍‌ରେ ପାଳିତ ହେଲା ମହାସପ୍ତମୀ

October 17, 2026
Latest News

ଓଡ଼ାପଡ଼ା ତହସିଲଦାର ସସ୍‌ପେଣ୍ଡ

October 18, 2026

ଭୁବନେଶ୍ୱର ବିମାନବନ୍ଦରରେ ୧.୮୦ କୋଟି ଟଙ୍କାର ମାରିଜୁଆନା ଜବତ

October 18, 2026

ଅନଲାଇନ୍ ଟ୍ରେଡିଂ ନାଁରେ ୬୨ ଲକ୍ଷ ଟଙ୍କା ଠକେଇ: ମାଷ୍ଟରମାଇଣ୍ଡ ସମେତ ୩ ଗିରଫ

October 18, 2026

ବାଂଲାଦେଶ କକ୍ସ ବଜାର ରିସର୍ଟରେ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୬ ଜଣଙ୍କ ସମେତ ୧୦ ମୃତ

October 18, 2026

ନୋଏଡ଼ାରେ ଗୋଟିଏ ଘରୁ ୫ ଜଣଙ୍କ ମୃତଦେହ ଜବତ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.