Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଟ ହାଉସରେ ଚାଲିଛି ଜୁଆ ଆଡ୍ଡା!, ପ୍ରତିବାଦ କରିବାରୁ ସଂପୃକ୍ତ ବନପାଳଙ୍କ ଆକ୍ରମଣ ଅଭିଯୋଗ
ଆଜିର ଖବର

ବିଟ ହାଉସରେ ଚାଲିଛି ଜୁଆ ଆଡ୍ଡା!, ପ୍ରତିବାଦ କରିବାରୁ ସଂପୃକ୍ତ ବନପାଳଙ୍କ ଆକ୍ରମଣ ଅଭିଯୋଗ

July 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ଫରେଷ୍ଟ ବିଟ ହାଉସରେ ଜୁଆ ଆଡ୍ଡା ଚାଲିବା ଓ ତାର ପ୍ରତିବାଦ କରିବାରୁ ସଂପୃକ୍ତ ବନପାଳ ମାଡ଼ ମାରିବା ଭଳି ସଙ୍ଗୀନ ଅଭିଯୋଗ ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ଥାନାରେ ହୋଇଥିବା ଜଣାପଡିଛି।

ପ୍ରକାଶ ଯେ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ରେଞ୍ଜ ଅଧୀନ ନୂଆଗାଁ ଉପ ବନଖଣ୍ଡର ବନପାଳ ରବିବାର ଛୁଟି ଦିବସରେ ବିଟ ହାଉସରେ କିଛି କାଠ ଚୋରାଙ୍କୁ ଧରି ଜୁଆ ଖେଳୁଥିବା ବେଳେ ନୂଆଗାଁର ବିକାଶ ପ୍ରଧାନ ସେଠାରେ ପହଞ୍ଚି ଜୁଆ ଖେଳକୁ ବିରୋଧ କରିବା ସାଙ୍ଗକୁ ସେ ଦୃଶ୍ୟର ଭିଡିଓ କରିଥିଲେ। ଏବଂ ବିଟ ହାଉସ କାନ୍ଥରେ ଲେଖାଯାଇଥିବା ବନ ବିଭାଗର କେତେକ ନିୟମ ବିଷୟରେ ପଚାରି ବୁଝିବା ସହ ସୁଚିତ ଟେଲିଫୋନ ନମ୍ବର କାହିଁକି ଲାଗୁନି ପଚାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସଂପୃକ୍ତ ବନ ପାଳ ବିକାଶକୁ ମାଡ଼ ମାରିବା ସହ ତାଙ୍କୁ ହରିଣ ଶିକାର ଓ ଗଛ କାଟିବା କେସରେ ଫସାଇ ଦେବେ ବୋଲି ଧମକ ଦେଇଥିବା ନେଇ ଅଭୟଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ପାଇଲା ପରେ ପ୍ରାଥମିକ ସ୍ତରରେ ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରାଜକିଶୋର ବେହେରା କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ କି ସଂପୃକ୍ତ ଵନ ପାଳ ଏଠାରେ ଦୀର୍ଘ ବର୍ଷ ବନ ରଖି ଭାବେ କାର୍ଯ୍ୟ କରିଥିବାବେଳେ ପରେ ପଦୋନ୍ନତି ପାଇ ଵନ ପାଳ ଭାବେ ପ୍ରାୟ ଏକ ବର୍ଷ ହେବ କାର୍ଯ୍ୟ କରିଛନ୍ତି। ସାଧାରଣତଃ ବନ ରଖି ମାନେ ବିଟ ହାଉସ ଦାୟିତ୍ଵ ରେ ରହିବା ସହ ତାକୁ ତାଙ୍କ ବାସସ୍ଥାନ ରୂପେ ବ୍ୟବହାର କରିବାର ନିୟମ ଅଛି। ଏଠାରେ ବନ ରଖି ପଦବୀ ଖାଲି ଥିବାରୁ ସଂପୃକ୍ତ ବନ ପାଳ ବିଟ ହାଉସ ରେ ପରିବାର ନେଇ ରହୁଛନ୍ତି।

ଉକ୍ତ ବନ ପାଳ ବନ ରଖି ଥିବା ସମୟରେ ତାଙ୍କ ନାମରେ ଜଙ୍ଗଲ ଓ ଝାଟି କାଟି ବିକିବା ଭଳି କାମ ସାଧାରଣ ରେ ଆଲୋଚନାର ବିଷୟ ପାଲଟିଥିଲା। ଏହି ଘଟଣା ସାମାଜିକ ଗଣ ମାଧ୍ୟମରେ ଘୁରି ବୁଲୁଥିବା ବେଳେ, ଏ ସମ୍ପର୍କରେ କୁଜଙ୍ଗ ରେଞ୍ଜ ଅଧିକାରୀ କର୍ତିକେଶ୍ୱର ଖଣ୍ଡାଇଙ୍କୁ ପଚାରିବାରୁ ସେ ଜୁଆ ଖେଳକୁ ଅସ୍ବୀକାର କରିବା ସହ କେତେଜଣ ମିଶି କରି ତାସ ଖେଳୁଥିଲେ ବୋଲି କହିଛନ୍ତି। ବିକାଶ ହଠାତ୍ ପହଞ୍ଚି ବ୍ୟବହାର ଖରାପ କରିବା ସାଙ୍ଗକୁ ଭିଡିଓ କରିବାରୁ ବନ ପାଳ ପ୍ରତିବାଦ କରିଥିଲେ ବୋଲି କହିଛନ୍ତି।

ଅନ୍ୟପଟେ ବିଟ ହାଉସରେ ତାସ ଖେଳିବା ବିଶୃଙ୍ଖଳିତର ପରିଚୟ ବୋଲି ଖଣ୍ଡାଇ କହି ପରୋକ୍ଷରେ ବନ ପାଳଙ୍କ ଭୁଲ ଥିବା ସ୍ଵିକାର କରିବାକୁ ପଛାଇ ନାହାନ୍ତି। ଏଭଳି ବିଶୃଙ୍ଖଳିତ କର୍ମଚାରୀ ପ୍ରତି ବିଭାଗ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।

ଜଗତସିଂହପୁର ଜିଲ୍ଲା ଜୁଆ ଆଡ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Latest News

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.