Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଟ ହାଉସରେ ଚାଲିଛି ଜୁଆ ଆଡ୍ଡା!, ପ୍ରତିବାଦ କରିବାରୁ ସଂପୃକ୍ତ ବନପାଳଙ୍କ ଆକ୍ରମଣ ଅଭିଯୋଗ
ଆଜିର ଖବର

ବିଟ ହାଉସରେ ଚାଲିଛି ଜୁଆ ଆଡ୍ଡା!, ପ୍ରତିବାଦ କରିବାରୁ ସଂପୃକ୍ତ ବନପାଳଙ୍କ ଆକ୍ରମଣ ଅଭିଯୋଗ

July 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ଫରେଷ୍ଟ ବିଟ ହାଉସରେ ଜୁଆ ଆଡ୍ଡା ଚାଲିବା ଓ ତାର ପ୍ରତିବାଦ କରିବାରୁ ସଂପୃକ୍ତ ବନପାଳ ମାଡ଼ ମାରିବା ଭଳି ସଙ୍ଗୀନ ଅଭିଯୋଗ ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ଥାନାରେ ହୋଇଥିବା ଜଣାପଡିଛି।

ପ୍ରକାଶ ଯେ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ରେଞ୍ଜ ଅଧୀନ ନୂଆଗାଁ ଉପ ବନଖଣ୍ଡର ବନପାଳ ରବିବାର ଛୁଟି ଦିବସରେ ବିଟ ହାଉସରେ କିଛି କାଠ ଚୋରାଙ୍କୁ ଧରି ଜୁଆ ଖେଳୁଥିବା ବେଳେ ନୂଆଗାଁର ବିକାଶ ପ୍ରଧାନ ସେଠାରେ ପହଞ୍ଚି ଜୁଆ ଖେଳକୁ ବିରୋଧ କରିବା ସାଙ୍ଗକୁ ସେ ଦୃଶ୍ୟର ଭିଡିଓ କରିଥିଲେ। ଏବଂ ବିଟ ହାଉସ କାନ୍ଥରେ ଲେଖାଯାଇଥିବା ବନ ବିଭାଗର କେତେକ ନିୟମ ବିଷୟରେ ପଚାରି ବୁଝିବା ସହ ସୁଚିତ ଟେଲିଫୋନ ନମ୍ବର କାହିଁକି ଲାଗୁନି ପଚାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସଂପୃକ୍ତ ବନ ପାଳ ବିକାଶକୁ ମାଡ଼ ମାରିବା ସହ ତାଙ୍କୁ ହରିଣ ଶିକାର ଓ ଗଛ କାଟିବା କେସରେ ଫସାଇ ଦେବେ ବୋଲି ଧମକ ଦେଇଥିବା ନେଇ ଅଭୟଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ପାଇଲା ପରେ ପ୍ରାଥମିକ ସ୍ତରରେ ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରାଜକିଶୋର ବେହେରା କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ କି ସଂପୃକ୍ତ ଵନ ପାଳ ଏଠାରେ ଦୀର୍ଘ ବର୍ଷ ବନ ରଖି ଭାବେ କାର୍ଯ୍ୟ କରିଥିବାବେଳେ ପରେ ପଦୋନ୍ନତି ପାଇ ଵନ ପାଳ ଭାବେ ପ୍ରାୟ ଏକ ବର୍ଷ ହେବ କାର୍ଯ୍ୟ କରିଛନ୍ତି। ସାଧାରଣତଃ ବନ ରଖି ମାନେ ବିଟ ହାଉସ ଦାୟିତ୍ଵ ରେ ରହିବା ସହ ତାକୁ ତାଙ୍କ ବାସସ୍ଥାନ ରୂପେ ବ୍ୟବହାର କରିବାର ନିୟମ ଅଛି। ଏଠାରେ ବନ ରଖି ପଦବୀ ଖାଲି ଥିବାରୁ ସଂପୃକ୍ତ ବନ ପାଳ ବିଟ ହାଉସ ରେ ପରିବାର ନେଇ ରହୁଛନ୍ତି।

ଉକ୍ତ ବନ ପାଳ ବନ ରଖି ଥିବା ସମୟରେ ତାଙ୍କ ନାମରେ ଜଙ୍ଗଲ ଓ ଝାଟି କାଟି ବିକିବା ଭଳି କାମ ସାଧାରଣ ରେ ଆଲୋଚନାର ବିଷୟ ପାଲଟିଥିଲା। ଏହି ଘଟଣା ସାମାଜିକ ଗଣ ମାଧ୍ୟମରେ ଘୁରି ବୁଲୁଥିବା ବେଳେ, ଏ ସମ୍ପର୍କରେ କୁଜଙ୍ଗ ରେଞ୍ଜ ଅଧିକାରୀ କର୍ତିକେଶ୍ୱର ଖଣ୍ଡାଇଙ୍କୁ ପଚାରିବାରୁ ସେ ଜୁଆ ଖେଳକୁ ଅସ୍ବୀକାର କରିବା ସହ କେତେଜଣ ମିଶି କରି ତାସ ଖେଳୁଥିଲେ ବୋଲି କହିଛନ୍ତି। ବିକାଶ ହଠାତ୍ ପହଞ୍ଚି ବ୍ୟବହାର ଖରାପ କରିବା ସାଙ୍ଗକୁ ଭିଡିଓ କରିବାରୁ ବନ ପାଳ ପ୍ରତିବାଦ କରିଥିଲେ ବୋଲି କହିଛନ୍ତି।

ଅନ୍ୟପଟେ ବିଟ ହାଉସରେ ତାସ ଖେଳିବା ବିଶୃଙ୍ଖଳିତର ପରିଚୟ ବୋଲି ଖଣ୍ଡାଇ କହି ପରୋକ୍ଷରେ ବନ ପାଳଙ୍କ ଭୁଲ ଥିବା ସ୍ଵିକାର କରିବାକୁ ପଛାଇ ନାହାନ୍ତି। ଏଭଳି ବିଶୃଙ୍ଖଳିତ କର୍ମଚାରୀ ପ୍ରତି ବିଭାଗ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।

ଜଗତସିଂହପୁର ଜିଲ୍ଲା ଜୁଆ ଆଡ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ଶୁଳ୍କ ପରେ ଭାରତ ଉପରେ କ’ଣ ପଡିଛି ପ୍ରଭାବ?, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ

September 10, 2025

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

September 10, 2025

ଆଜିଠାରୁ ଭାରତର ଏସିଆ କପ ଅଭିଯାନ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

September 10, 2025

‘ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କର’, ଟ୍ରମ୍ପଙ୍କ ଚେତାବନୀ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜବାବ

September 10, 2025
Latest News

ଟ୍ରମ୍ପଙ୍କ ଶୁଳ୍କ ପରେ ଭାରତ ଉପରେ କ’ଣ ପଡିଛି ପ୍ରଭାବ?, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ

September 10, 2025

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

September 10, 2025

ଆଜିଠାରୁ ଭାରତର ଏସିଆ କପ ଅଭିଯାନ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

September 10, 2025

‘ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କର’, ଟ୍ରମ୍ପଙ୍କ ଚେତାବନୀ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜବାବ

September 10, 2025

ବିଧାନସଭା ବେଳେ ସଚିବମାନେ କଣ ମନ୍ତ୍ରୀଙ୍କୁ ସଠିକ ତଥ୍ୟ ଯୋଗାଉ ନାହିଁନ୍ତି କି ?

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.