ନୂଆଦିଲ୍ଲୀ: 10 ମିଟର ଏୟାର ପିସ୍ତଲ ମହିଳା ଇଭେଣ୍ଟରେ ଭାରତର ମନୁ ଭାକର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ତୃତୀୟ ସ୍ଥାନରେ ରହିଛନ୍ତି। ଭାରତର ଦ୍ୱିତୀୟ ସୁଟର ରିଦିମା ସାଙ୍ଗୱାନ ବର୍ତ୍ତମାନ 15 ତମ ସ୍ଥାନରେ ଅଛନ୍ତି।
ତେବେ ଆସନ୍ତାକାଲି ଫାଇନାଲ ମ୍ୟାଚ୍ ଖେଳାଯିବ। ମନୁ ଭାକର ଭାରତୀୟ ସମୟ ଅପରାହ୍ନ 3:30 ରେ ପଦକ ପାଇଁ ପ୍ରତିଦ୍ୱନ୍ଦିତା କରିବେ।