ଉତ୍ତମ ପ୍ରଶାସନ ପାଇଁ ଜୀବନ୍ତ ମଞ୍ଚ MyGov ପ୍ଳାଟଫର୍ମ: ପ୍ରଧାନମନ୍ତ୍ରୀ ମୋଦୀ

Published: Jul 27, 2024, 8:46 pm IST

ନୂଆଦିଲ୍ଲୀ: ୧୦ ବର୍ଷ ପୂରଣ କରିଥିବା MyGov ପ୍ଳାଟଫର୍ମକୁ ଉତ୍ତମ ପ୍ରଶାସନ ପାଇଁ ଜୀବନ୍ତ ମଞ୍ଚ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। MyGov କୁ ନିଜର ମୂଲ୍ୟବାନ ଅନ୍ତର୍ଦୃଷ୍ଟି ଓ ତଥ୍ୟ ଦ୍ୱାରା ସମୃଦ୍ଧ କରିଥିବା ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଆଜି ଆମେ #10 YearsOfMyGov ରେ ପହଞ୍ଛିଛୁ। ଏହି ପ୍ଲାଟଫର୍ମକୁ ନିଜର ମୂଲ୍ୟବାନ ଅନ୍ତର୍ଦୃଷ୍ଟି ଏବଂ ତଥ୍ୟ ଦ୍ୱାରା ସମୃଦ୍ଧ କରିଥିବା ମୁଁ ଧନ୍ୟବାଦ ଜଣାଉଛି। ବିଗତ ଏକ ଦଶନ୍ଧିରେ MyGov ଉତ୍ତମ ପ୍ରଶାସନ ଏବଂ ଅଂଶୀଦାରତ୍ୱ ପାଇଁ ଏକ ଜୀବନ୍ତ ପ୍ଲାଟଫର୍ମ ହୋଇଛି।”

Related posts