Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଙ୍କଣଶିଖରୀ ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟ ଆନୁକୁଲ୍ୟରେ ୧୬ ତମ ଶ୍ରୀଜଗନ୍ନାଥ କଥାଲହରି
ଆଜିର ଖବର

କାଙ୍କଣଶିଖରୀ ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟ ଆନୁକୁଲ୍ୟରେ ୧୬ ତମ ଶ୍ରୀଜଗନ୍ନାଥ କଥାଲହରି

July 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥ କଥାଲହରୀର ୧୬ ତମ ଶ୍ରୀଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ, ଭୁବନେଶ୍ଵର ସ୍ଥିତ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରାରମ୍ଭରେ ସ୍ଥପତି ଅରବିନ୍ଦ ଦାସ ଓ ସଂଗୀତା ଦାଶ ଭଜନ ପରିବେଷଣ କରିଥିଲେ। ସମୂହ ସ୍ତୁତିଗାନ ସହିତ, ସଭାପତି ଡ଼ଃ ରବିନାରାୟଣ ସାମନ୍ତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିଲେ।

ପ୍ରବଚକ ପଣ୍ଡିତ ସୂର୍ଯ୍ୟକାନ୍ତ ରଥଶର୍ମା “କବିତୁଣ୍ଡେ ଶ୍ରୀଜଗନ୍ନାଥ” ଶୀର୍ଷକ ଉପରେ ପ୍ରବଚନ ରଖି ଦର୍ଶାଇଥିଲେ ଯେ, ଶ୍ରୀଜଗନ୍ନାଥ ହେଉଛନ୍ତି ଶୂନ୍ୟ ବାଦର ପ୍ରତୀକ, ନିଜକୁ ଯେପର୍ଯ୍ୟନ୍ତ ଶୂନ ନକରିଛ ସେପର୍ଯ୍ୟନ୍ତ ମହାପ୍ରଭୁଙ୍କ କୃପା ପାଇବା ଅସମ୍ଭବ। କବି ସମ୍ରାଟ ଉପନ୍ଦ୍ର ଭଞ୍ଜଙ୍କ ରଚିତ “ପ୍ରାଣ ମିତଣି ଲୋ, ଯାହା ମୁଁ ଦେଖିଲି ଆଜ, କହିବା ଲୋକର ମନକୁ ନପାଏ ଶୁଣିବା ଲୋକକୁ ଲାଜ” ଭଳି ପଂକ୍ତି କିପରି ଭାବରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ କବିତା ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି ତାହା ବର୍ଣ୍ଣନା କରିଥିଲେ।

ମୁଖ୍ୟ ଅତିଥି ଭାବରେ ଡ଼ଃ ଇତିରାଣୀ ସାମନ୍ତ ଯୋଗଦେଇ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ କଥାଲହରୀ ଅନୁଷ୍ଠାନର ଭୂମିକା ବିଷୟରେ ଦର୍ଶାଇଥିଲେ। ଡ଼ଃ ପୀତବାସ ରାଉତରାୟଙ୍କର ୨୩ ତମ ଗ୍ରନ୍ଥ ଅପରୂପ ଶ୍ରୀଜଗନ୍ନାଥ ଏବଂ ଡ଼ଃ ଅଭୟ କୁମାର ନାୟକଙ୍କ ୩୨ ତମ ସଂକଳନ ଆତ୍ମଦେବତା ଶ୍ରୀଜଗନ୍ନାଥ ଉନ୍ମୋଚନ ସମସ୍ତ ଅତିଥିମାନଙ୍କ ଗହଣରେ ଲୋକାର୍ପଣ କରଯାଇଥିଲା।

ସଂଯୋଜକ ପଣ୍ଡିତ ପାର୍ଥ ସାରଥୀ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ଏବଂ ଉପସଭାପତି ଶର୍ମିଷ୍ଠା ପ୍ରଭା ମହାନ୍ତି କଥାଲହରୀର ବିବରଣୀ ପାଠ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ପଣ୍ଡିତ ଦେବନ୍ଦ୍ର ଦାଶ ପ୍ରଭୁଙ୍କର ଶୟନ ଆରତୀ କରାଇବା ପରେ, ଶ୍ରୀମନ୍ଦିର ଦେଉଳକରଣ ଦିଲୀପ ମହାନ୍ତି ପ୍ରଭୁଙ୍କୁ ସ୍ୱସ୍ଥାନ ବିଜେ କରାଇଥିଲେ। ଡା ସରୋଜ କାନ୍ତ ସାହୂ, ସୂର୍ଯ୍ୟ ନାରାୟଣ ମିଶ୍ର, ସୁଷମା ପାଣି ଓ ଡ଼ଃ ଗୋରେଖ ନାଥ ସାହୂଙ୍କ ସମେତ ସାହସ୍ରାଧିକ ସଭ୍ୟ ଏହି କଥାଲହରୀରେ ଯୋଗଦେଇଥିଲେ।

କାଙ୍କଣଶିଖରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଠ ମାସରେ ୨ କୋଟି ଥର ଡାଉନଲୋଡ୍ ହୋଇଛି ରେଲୱାନ୍ ସୁପରଆପ୍

February 27, 2026

ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍ ଜେଟି ପାଇଁ ୭୯୭ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

February 27, 2026

ଜାମସେଦପୁରରେ ଶ୍ରୀ ଜଗନ୍ନାଥ ମନ୍ଦିରର ଭୂମି ପୂଜନ ଉତ୍ସବରେ ଅଂଶଗ୍ରହଣ କଲେ ରାଷ୍ଟ୍ରପତି

February 27, 2026

ଆଜି ହେଉଛି ଫେବୃୟାରୀ ୨୭ ତାରିଖ ଶୁକ୍ରବାର: ଏହି ରାଶି ପ୍ରତି ମା’ ସନ୍ତୋଷୀଙ୍କ ରହିଛି ଆଶୀର୍ବାଦ

February 27, 2026
Latest News

ଏଆଇ ସହ ନିତିଦିନିଆ ଆହ୍ବାନର ସମାଧାନ: ଷ୍ଟାର୍ଟଅପ୍‌ମାନଙ୍କ ନୂତନ ପ୍ରୟାସ

February 27, 2026

ଆଠ ମାସରେ ୨ କୋଟି ଥର ଡାଉନଲୋଡ୍ ହୋଇଛି ରେଲୱାନ୍ ସୁପରଆପ୍

February 27, 2026

ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍ ଜେଟି ପାଇଁ ୭୯୭ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

February 27, 2026

ଜାମସେଦପୁରରେ ଶ୍ରୀ ଜଗନ୍ନାଥ ମନ୍ଦିରର ଭୂମି ପୂଜନ ଉତ୍ସବରେ ଅଂଶଗ୍ରହଣ କଲେ ରାଷ୍ଟ୍ରପତି

February 27, 2026

ଭାରତ- ଇସ୍ରାଏଲ ମିଳିତ ବିବୃତ୍ତି

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.