Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ୱିତୀୟ ଟି -୨୦ ରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କଲା ଭାରତ: ସିରିଜ କବଜା କଲା ଟିମ ଇଣ୍ଡିଆ
ଆଜିର ଖବର

ଦ୍ୱିତୀୟ ଟି -୨୦ ରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କଲା ଭାରତ: ସିରିଜ କବଜା କଲା ଟିମ ଇଣ୍ଡିଆ

July 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦ୍ୱିତୀୟ ଟି -୨୦ ରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୭ ୱିକେଟ୍ ଜିତିଛି। ଡକୱର୍ଥ-ଲୁଇସ୍ ନିୟମ ଅଧୀନରେ ଭାରତକୁ ୮ ଓଭରରେ ୭୮ ରନ୍ ର ଟାର୍ଗେଟ ଦିଆଯାଇଥିଲା। ୬.୩ ଓଭରରେ ୩ ୱିକେଟ୍ ହରାଇ ଭାରତୀୟ ଦଳ ଲକ୍ଷ୍ୟ ହାସଲ କରିଥିଲା। ଏଥିସହିତ ୩ ମ୍ୟାଚ ବିଶିଷ୍ଟ ସିରିଜ୍ କୁ ଟିମ୍ ଇଣ୍ଡିଆ କବଜା କରିଛି।

ଭାରତ ପାଇଁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୨ ବଲରେ ୨୬ ରନର ଚମତ୍କାର ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୪ ଚୌକା ଓ ୧ ଛକା ମାରିଥିଲେ। ଏଥି ସହିତ ଟିମ୍ ଇଣ୍ଡିଆର ଓପନର୍ ଯଶସ୍ୱୀ ଜୟସ୍ଵାଲ ୧୫ ବଲରେ ୩୦ ରନ୍ ସଂଗ୍ରହ କରିଥିଲେ। ଶ୍ରୀଲଙ୍କା ପାଇଁ ମହିଷା ପଥିରାନା, ୱାନେନ୍ଦୁ ହସାରଙ୍ଗା ଏବଂ ମଥିଶା ତୀକ୍ଷଣା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଏହାପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରୀଲଙ୍କା ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୧ ରନ୍ ସଂଗ୍ରହ କରିଥିଲା। ଏହିପରି, ଟିମ୍ ଇଣ୍ଡିଆର ୧୬୨ ରନ୍ ଲକ୍ଷ୍ୟ ଥିଲା, କିନ୍ତୁ ବର୍ଷା ହେତୁ ଟାର୍ଗେଟକୁ ସଂଶୋଧନ କରାଯାଇଥିଲା। ଏହା ପରେ ଭାରତୀୟ ଦଳକୁ ଜିତିବା ପାଇଁ ୮ ଓଭରରେ ୭୮ ରନ୍ ର ଲକ୍ଷ୍ୟ ଥିଲା।

ଯଶସ୍ୱୀ ଜୟସ୍ଵାଲ ଏବଂ ସୂର୍ଯ୍ୟକୁମାର ଯାଦବ ସହଜରେ ରନ୍ ସଂଗ୍ରହ କରିଥିଲେ। ଭାରତୀୟ ଦଳ ପାଇଁ ଦ୍ୱିତୀୟ ଝଟକା ୫୧ ରନ ସ୍କୋରରେ ଲାଗିଥିଲା, ଯେତେବେଳେ ସୁର୍ଯ୍ୟକୁମାର ଯାଦବ ପଥିରାନାଙ୍କ ବଲରେ ପ୍ୟାଭିଲିୟନକୁ ଫେରିଥିଲେ, କିନ୍ତୁ ସେତେବେଳକୁ ଟିମ୍ ଇଣ୍ଡିଆର ବିଜୟ ପ୍ରାୟ ନିଶ୍ଚିତ ଥିଲା।

ଏହା ପରେ ଭାରତୀୟ ଦଳ ଯଶସ୍ୱୀ ଜୟସ୍ଵାଲଙ୍କ ରୂପରେ ତୃତୀୟ ଝଟକା ପାଇଥିଲା। ୧୫ ବଲରେ ୩୦ ରନ ସ୍କୋର କରିବା ପରେ ଯଶସ୍ୱୀ ଜୟସ୍ଵାଲ ୱାନେନ୍ଦୁ ହସାରଙ୍ଗାଙ୍କ ବୋଲିଂରେ ଆଉଟ୍ ହୋଇଥିଲେ। ଯେତେବେଳେ ଯଶସ୍ୱୀ ଜୟସ୍ଵାଲ ଆଉଟ୍ ହୋଇଥିଲେ, ଭାରତୀୟ ଦଳର ସ୍କୋର ୬୫ ରନ୍ ଥିଲା, ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଦଳ ଜିତିବା ପାଇଁ ମାତ୍ର ୧୩ ରନ୍ ଆବଶ୍ୟକ କରୁଥିଲା। ତା’ପରେ ହାର୍ଦ୍ଦିକ ପାଣ୍ଡ୍ୟା ୯ ବଲରେ ୨୨ ରନ୍ ସ୍କୋର କରି ଖେଳ ଶେଷ କରିଥିଲେ।

IND VS SL Suryakumar Yadav. Yashasvi Jaiswal
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.