Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୁଜଙ୍ଗ ତହସିଲ ଅଂଚଳରେ ବଢ଼ି ଚାଲିଛି ଜବର ଦଖଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବତ?
ଆଜିର ଖବର

କୁଜଙ୍ଗ ତହସିଲ ଅଂଚଳରେ ବଢ଼ି ଚାଲିଛି ଜବର ଦଖଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବତ?

July 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ସରକାରୀ ଜମି ଉପରେ ବଢ଼ୁଥିବା ଜବରଦଖଲ ନେଇ ବିଜେପି ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ତୁରନ୍ତ ଜବରଦଖଲରେ ଥିବା ସରକାରୀ ଜମିକୁ ଉଚ୍ଛେଦ କରିବା ସହ ଉକ୍ତ ଜମି ଉପରେ ପାଚେରୀ କିମ୍ବା ତାରବାଡ଼ ଘେରାଇ ଜମିକୁ ସୁରକ୍ଷା ଦେବାକୁ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ମାତ୍ର କୁଜଙ୍ଗ ତହସିଲ ଅଧୀନରେ ଦିନକୁ ଦିନ ଜବର ଦଖଲ ବଢ଼ୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତହସିଲ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ତହସିଲଦାର ସୂଚନା ଦେଇଛନ୍ତି। ତେବେ ନୂଆ ସରକାରଙ୍କ ଜବର ଦଖଲ ହଟାଅ ନିର୍ଦ୍ଦେଶ କୁଜଙ୍ଗରେ କାମ କରିବ ନା କଚ୍ଛପ ଗତିରେ ଦିନ ଗଡ଼ିବ ତାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଲାଣି।

ସୂଚନା ଅନୁସାରେ କୁଜଙ୍ଗ ତହସିଲର ବିଭିନ୍ନ ଗ୍ରାମାଂଚଳରେ ସରକାରୀ ଜମି ଜବର ଦଖଲ ସ୍ଥିତି ସଂଗୀନ। କିଛି ଜମି ମାଫିଆମାନେ ସରକାରୀ ଜମିକୁ ହଡ଼ପ କରି ଅସାଧୁ ଉପାୟରେ ବିକ୍ରି କରିସାରିଛନ୍ତି। ଏସବୁ ସ୍ଥାନିୟ ପ୍ରଶାସନ ଜାଣି ମଧ୍ୟ ଅଜଣା ହୋଇ ରହୁଛି। ସେହିପରି କଟକ-ପାରାଦ୍ୱୀପ ରାଜ୍ୟ ରାଜପଥର ରାହାମାରୁ ପାରାଦ୍ୱୀପ ଦୋଛକି ପର୍ଯ୍ୟନ୍ତ ଦୁଇ ପାଶ୍ୱର୍ରେ ଥିବା ଗୃହ ଓ ନିର୍ମାଣ ବିଭାଗର ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି କବ୍‌ଜା କରି ବ୍ୟବସାୟିକ ପ୍ରତିଷ୍ଠାନ କରିଛନ୍ତି। କିଏ ଗୋଦାମ କରିଛି ତ କିଏ ଘର ତିଆରି କରି ଭଡ଼ା ଲଗେଇଛନ୍ତି। ଆଉ କିଛି ପ୍ରଭାବଶାଳୀ ଲୋକ ସରକାରୀ ଜମିରେ ଘର କରି ଅନ୍ୟକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିସାରିଛନ୍ତି।

ଅନ୍ୟ ପକ୍ଷରେ କିଛି ପ୍ରଭାବଶାଳୀ ବ୍ୟକ୍ତି ସରକାରୀ ଜମିକୁ ଜବର ଦଖଲ କରି ସେଥିରେ ବିଭିନ୍ନ ରାଜନେତାଙ୍କ ଫଟୋମାରି ନିଜ ଅକ୍ତିଆରକୁ ନେଇ ହୋଟେଲ ବ୍ୟବସାୟ କରି ବେଶ୍ ମୁନାଫା କମାଉଛନ୍ତି। କୁଜଙ୍ଗ ତହସିଲର ତାଳପଡ଼ା, ପଙ୍କପାଳ, ଅଗପାଳ, ମହ୍ଲାସାହି, ଜିଲ୍ଲାନାସୀ, ବାଗୋଇ, କୁଜଙ୍ଗ, ମଙ୍ଗରାଜପୁର, ଭୂତମୁଣ୍ଡାଇ, ପାରାଦ୍ୱୀପଗଡ଼, ନୂଆଗଡ଼, ଫତେପୁର, ଗଣ୍ଡକିପୁର ଓ ପାଟପୁର ପଂଚାୟତରେ ଜବରଦଖଲ ସ୍ଥିତି ସଂଗୀନ ଅବସ୍ଥାରେ ପହଁଚିଲାଣି ହେଲେ କାହାର ନଜର ପଡ଼ୁନାହିଁ। ବିଶେଷକରି ଗୋଚର, ଆବାଦଯୋଗ୍ୟ ଅନାବାଦୀ, ସରଂକ୍ଷିତ ଜମି, ଜଳ ସମ୍ପଦ ବିଭାଗ ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ବାଡ଼କରି ନିଜ ଅକ୍ତିଆରକୁ ନେଇସାରିଲେଣି। ଏଭଳି ସ୍ଥିତି ପାଇଁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଭାବିତ ହେଉଅଛି। ଅନ୍ୟପକ୍ଷରେ ଜବର ଦଖଲ ସମସ୍ୟାପାଇଁ ଗାଁ ଗହଳିର ମୁଖ୍ୟ ରାସ୍ତାରେ ଯାତାୟତ ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି।

ତେବେ ନୂଆ ସରକାର ଜବର ଦଖଲ ହଟାଅ ନିର୍ଦ୍ଦେଶ ପରେ ଜିଲ୍ଲା କିମ୍ବା ତହସିଲ ପ୍ରଶାସନ ଏ ଦିଗରେ କୌଣସି ଆନ୍ତରିକତା ଦେଖାଉନଥିବା ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି। ଏ ନେଇ କୁଜଙ୍ଗ ତହସିଲଦାର ପୁଷ୍ପାଶ୍ରୀ ସାଣ୍ଡିଲଙ୍କୁ ପଚାରିବାରୁ ସେ କହିଥିଲେ ବର୍ଷାଦିନ ପାଇଁ ଉଚ୍ଛେଦ ପ୍ରକ୍ରିୟା ସମ୍ଭବ ନୁହେଁ ପରେ ଆଇନ୍ ଅନୁସାରେ ପଦକ୍ଷେପ ନିଆଯାଇ ଜବର ଦଖଲ ହଟାଯିବ ବୋଲି କହିଥିଲେ।

କୁଜଙ୍ଗ ତହସିଲ ଜବର ଦଖଲ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.