Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା ୨.୦ ପୋର୍ଟାଲର ଶୁଭାରମ୍ଭ: ଛାତ୍ରବୃତ୍ତି ଆକାରରେ ୧୦୦ କୋଟି ଜାରି
ଆଜିର ଖବର

ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା ୨.୦ ପୋର୍ଟାଲର ଶୁଭାରମ୍ଭ: ଛାତ୍ରବୃତ୍ତି ଆକାରରେ ୧୦୦ କୋଟି ଜାରି

July 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା(ନାଟ୍ସ) ଆମର ଯୁବପିଢ଼ିଙ୍କୁ ଆପ୍ରେଣ୍ଟିସିପ୍ ସୁଯୋଗ ସହିତ ଯୋଡ଼ିବା ସହ ଚାକିରି ପ୍ରଶିକ୍ଷଣ ପ୍ରଦାନ କରିବା ତଥା ସେମାନଙ୍କୁ ଅଧିକ ରୋଜଗାରକ୍ଷମ କରିବାରେ ବେଶ୍ ସହାୟକ ହେଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା (ନାଟ୍ସ) ୨.୦ ପୋର୍ଟାଲର ଶୁଭାରମ୍ଭ ସହ ଡିବିଟି ମାଧ୍ୟମରେ ଛାତ୍ରବୃତ୍ତି ଆକାରରେ ୧୦୦ କୋଟି ଟଙ୍କା ଜାରି କରିଛନ୍ତି। ନିଯୁକ୍ତି ସୁଯୋଗକୁ ଗତି ଦେବା ସହ ଯୁବପିଢିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ଦିଗରେ ଏହି ପୋର୍ଟାଲର ଶୁଭାରମ୍ଭ ହୋଇଛି।  ଆପ୍ରେଣ୍ଟିସିପକୁ ଲୋକାଭିମୁଖୀ କରିବା, ଦକ୍ଷତା ବ୍ୟବଧାନକୁ ଦୂର କରିବା, ଯୁବାକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ। ଶୁଭାରମ୍ଭ ହୋଇଥିବା ଏନଏଟିଏସ୍ ୨.୦ ପୋର୍ଟାଲ ଆପ୍ରେଣ୍ଟିସିପ୍ ସୁଯୋଗର ପହଞ୍ଚକୁ ବ୍ୟାପକ କରିବ ଏବଂ ପ୍ରାର୍ଥୀ ଏବଂ ନିଯୁକ୍ତିଦାତାଙ୍କୁ ମ୍ୟାଚ୍ ମେକିଂ କରିବାରେ ସାହାଯ୍ୟ କରିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି,  ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ଏହି ଯୁଗ କେବଳ ଡିଗ୍ରୀ ହାସଲ କରିବା ପାଇଁ ନୁହେଁ ବରଂ ଦକ୍ଷତା ବିକାଶ ପାଇଁ ମଧ୍ୟ ଗୁରୁତ୍ୱବହନ କରେ। ଆମ ପାଠ୍ୟକ୍ରମରେ ନିଯୁକ୍ତି ଦକ୍ଷତା ବୃଦ୍ଧି ଉପରେ ଦୃଷ୍ଟି ଦିଆଯିବା ଉଚିତ୍। ଚଳିତ ବର୍ଷର ବଜେଟରେ ଦକ୍ଷତା ଏବଂ ନିଯୁକ୍ତି ବୃଦ୍ଧି ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ଆମର ଆପ୍ରେଣ୍ଟିସିପ୍ ଇକୋସିଷ୍ଟମ୍ ବିବିଧ ଏବଂ ଉଭା ହେଉଥିବା ନୂଆ କ୍ଷେତ୍ରକୁ ସାମିଲ କରିବା ଉଚିତ୍ । ଦେଶର ଡେମୋଗ୍ରାଫିକ୍ ଡିଭିଡେଣ୍ଡକୁ  ଉପଯୋଗ କରିବା ପାଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ପାଇଁ ଆହ୍ୱାନ କରିଛନ୍ତି ଶିକ୍ଷା ମନ୍ତ୍ରୀ। ଏହାସହ ସମସ୍ତ ଶିକ୍ଷାନୁଷ୍ଠାନ ଓ ଶିଳ୍ପସଂସ୍ଥା ଗୁଡ଼ିକୁ ନାଟ୍ସ ୨.୦ ପୋର୍ଟାଲରେ ସାମିଲ ହେବା ପାଇଁ ଅପିଲ କରିଛନ୍ତି। ଆପ୍ରେଣ୍ଟିସିପକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ନାଟ୍ସ ଯୋଜନାର ସୁବିଧା ପାଇଥିବା କେନ୍ଦୁଝରର ଦମୟନ୍ତୀ ମହାନ୍ତ ନିଜର ଅନୁଭୂତି ପ୍ରକାଶ କରିଥିଲେ। ଗରିବ ପରିବାରରୁ ଆସି ସରକାରୀ ପଲିଟେକନିକ, ସମ୍ବଲପୁର ଶିକ୍ଷାନୁଷ୍ଠାନରୁ ଡିପ୍ଲୋମା ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରର ପାଠ ପଢି ନାଟ୍ସ ମାଧ୍ୟମରେ ସମ୍ବଲପୁର, ବୁର୍ଲା ସବଡିଭିଜନରେ କିପରି ପ୍ରଶିକ୍ଷଣ ପାଇ ଲାଭ ପାଇପାରିଛନ୍ତି ତା’ ଉପରେ ଆଲୋକପାତ କରିଥିଲେ, ଯାହାକୁ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି।

dharmendra pradhan ଛାତ୍ରବୃତ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.