Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ସଫଳତା ୨୧ ପଦକ ହାସଲ
ଆଜିର ଖବର

କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ସଫଳତା ୨୧ ପଦକ ହାସଲ

July 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଚଳିତ ମାସ ଜୁଲାଇ ୨୭ ଓ ୨୮ ଦୁଇ ଦିନ ଧରି ପୁରୀର ଗରୁଡ଼ ଛକ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ଠାରେ ବ୍ୟୋମକେଶ ଟାଏକୋଣ୍ଡୋ ଏକାଡେମୀ ଓ ଟାଏକୋଣ୍ଡୋ ଆସୋସିଏସନ ଅଫ ପୁରୀ ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲା ସ୍ତରୀୟ ୧୭ତମ କିରୋଗୀ ଓ ୯ତମ ପୁମସି ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବରେ ଓଡିଶା ଆଥଲେଟିକ ସଙ୍ଘର କୋଷାଧ୍ଯକ୍ଷ ରବି ଶଙ୍କର ପ୍ରତିହାରୀ, ଜିଲ୍ଲା ସଙ୍ଘର ସଭାପତି ଧବଳେଶ ମହାପାତ୍ର, ଓଡିଶା ଟାଏକୋଣ୍ଡୋ ସଙ୍ଘର ସଭାପତି ବ୍ୟୋମକେଶ ଅଭିଳାଷ ପ୍ରସାଦ ଅତିଥି ଭାବେ ପ୍ରତିଯୋଗିତାରେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।

ଏହି ପ୍ରତିଯୋଗିତାରେ ପୁରୀ ଜିଲାରୁ ୧୧ ଟ୍ରେନିଂ ସେଣ୍ଟରରୁ ୩୦୦ ଜଣ ପ୍ରତିଯୋଗୀ ଉଭୟ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପୁରୀ କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ୧୩ ଜଣ ଛାତ୍ରଛାତ୍ରୀ ଭାଗନେଇ ୧୩ ଜଣ ପଦକ ସହ ସଫଳତା ହାସଲ କରିଥିବା ଜଣାପଡ଼ିଛି। ପୁରୀ କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ମୁଖ୍ୟ କୋଚ୍ କେ ଶଙ୍କର ରେଡ୍ଡୀଙ୍କ ନେତୃତ୍ଵରେ ଉଚ୍ଚକୋଟିର ପ୍ରଶିକ୍ଷଣ ପାଇ ଏହି ପ୍ରତିଯୋଗିତାରେ ପୁରୀ ଅଞ୍ଚଳର ସଫଳତା ପାଇଥିବା ୧୩ ଜଣଙ୍କ ମଧ୍ୟରୁ ୫ଜଣ କେ ମେଘନା ରେଡ୍ଡୀ, କେ କନ୍ୟନା ରେଡ୍ଡୀ, ଭିରାଟ କୁମାର ଗୋଛାୟତ, ଡ଼ି ରାଜେଶ୍ଵରୀ ରେଡ୍ଡୀ ଓ ଶ୍ରୀୟାଂସି ଭୋଇ ସ୍ଵର୍ଣ୍ଣପଦକ ପାଇଥିଲାବେଳେ ୩ଜଣ ଓମ୍ ସାଇ ମହାପାତ୍ର, ଦେବିସ୍ମିତା ଶାସମଲ୍ ଓ ଧୈର୍ୟ ଅଗରୱାଲ ରୌପ୍ୟପଦକ ପାଇଥିଲେ।

ସେହିପରି ୫ଜଣ ଅଭିମନ୍ୟୁ ଲେଙ୍କା, ଆର୍ ଜୟସନ୍ ରେଡ୍ଡୀ, ଶୁଭସ୍ମିତା ଶାସମଲ୍, ଆକାଂକ୍ଷ୍ୟା ପଲେଇ ଓ ସ୍ୱାଧୀନ ବଡ଼ରଇତ ବ୍ରୋଞ୍ଜପଦକ ପାଇଥିଲେ। ଏହିପରି ସମୁଦାୟ କିରୋଗୀ ଇଭେଣ୍ଟ ରେ ୫ଟି ସ୍ଵର୍ଣ୍ଣପଦକ, ୩ଟି ରୌପ୍ୟପଦକ ଓ ୪ଟି ବ୍ରୋଞ୍ଜ ପଦକ ଏବଂ ପୁମସି ଇଭେଣ୍ଟ ରେ ୨ଟି ରୌପ୍ୟପଦକ ଓ ୭ଟି ବ୍ରୋଞ୍ଜ ପଦକ ହାସଲ କରି ପୁରୀ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି।

ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସ୍ଵର୍ଣ୍ଣପଦକ ହାସଲ କରିଥିବା କ୍ରୀଡ଼ାବିତମାନେ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସିଧାସଳଖ ଅଂଶଗ୍ରହଣ କରିପାରିବେ ବୋଲି ସୂଚନା ମିଳିଛି। ପୁରୀ କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ସଫଳତାକୁ ନେଇ ପୁରୀ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଓଡିଶା ଟାଏକୋଣ୍ଡୋ ସଙ୍ଘର ସଭାପତି ବ୍ୟୋମକେଶ ଅଭିଳାଷ ପ୍ରସାଦ ବିଜେତା ମାନଙ୍କୁ ପଦକ ପ୍ରଦାନ କରିଥିଲେ। ଜିଲ୍ଲା ସଙ୍ଘର ସମ୍ପାଦକ ମନମୋହନ ଭଞ୍ଜ ପ୍ରତିଯୋଗିତା ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଓ ଅଫିସିଆଲ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ନୂତନ ଭାବେ ନିର୍ମିତ ୯୧୩ଟି ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

September 17, 2025

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ ବୁଧବାର, ଏହି ରାଶି ପ୍ରତି ରହିଛି ଶୁଭ

September 17, 2025

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025
Latest News

ରାଜ୍ୟରେ ନୂତନ ଭାବେ ନିର୍ମିତ ୯୧୩ଟି ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

September 17, 2025

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ ବୁଧବାର, ଏହି ରାଶି ପ୍ରତି ରହିଛି ଶୁଭ

September 17, 2025

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.