Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହମାସ ମୁଖ୍ୟ ଇସମାଇଲ ହାନିଆ ନିହତ, ଇରାନରେ ପଶି ମାରିଲା ଇସ୍ରାଏଲ!
ଆଜିର ଖବର

ହମାସ ମୁଖ୍ୟ ଇସମାଇଲ ହାନିଆ ନିହତ, ଇରାନରେ ପଶି ମାରିଲା ଇସ୍ରାଏଲ!

July 31, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଇରାନରେ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରାଯାଇଛି। ଏହି ଆକ୍ରମଣ ପାଇଁ ହମାସ ଇସ୍ରାଏଲକୁ ଦାୟୀ କରିଛି। ତେବେ ଏପର୍ଯ୍ୟନ୍ତ ଇସ୍ରାଏଲ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ। ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିୟନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଇସମାଇଲ ତେହେରାନରେ ପହଞ୍ଚିଥିଲେ।

ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଏକ ବିବୃତ୍ତିରେ ନିଶ୍ଚିତ କରିଛି ଯେ, ତେହେରାନରେ ହାନିୟା ରହୁଥିବା ବାସଭବନ ଉପରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ହମାସର ମୁଖ୍ୟ ଇସମାଇଲ ହାନିୟା ଏବଂ ତାଙ୍କର ଜଣେ ରକ୍ଷୀଙ୍କର ମୃତ୍ୟୁ ଘଟିଛି।

ହାନିୟାଙ୍କ ମୃତ୍ୟୁ ବିଷୟରେ ହମାସ କ’ଣ କହିଲା?:

ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସର ନେତା ହାନିୟାଙ୍କୁ ହତ୍ୟା କରାଯାଇଥିବା ହମାସ ଅଭିଯୋଗ କରିଛି। ଇରାନର ରିଭୋଲ୍ୟୁସନାରୀ ଗାର୍ଡ କର୍ପସ କହିଛି ଯେ, ଏହି ଆକ୍ରମଣର ଅନୁସନ୍ଧାନ ଜାରି ରହିଛି, ଏହା କିପରି ଘଟିଲା … ବର୍ତ୍ତମାନ କିଛି କୁହାଯାଇପାରିବ ନାହିଁ। କେବଳ ଏତିକି ନୁହେଁ, ହମାସ ଇସ୍ରାଏଲକୁ ମଧ୍ୟ ଧମକ ଦେଇଛି। ହମାସ କହିଛି ଯେ, ହାନିୟାଙ୍କ ମୃତ୍ୟୁ ବୃଥା ଯିବ ନାହିଁ। ଏହାର ପ୍ରତିଶୋଧ ନିଆଯିବ। ହମାସ ଏହି ଆକ୍ରମଣକୁ ଭୀରୁତାର କାର୍ଯ୍ୟ ବୋଲି କହିଛି।

ଗତ ବର୍ଷ ଅକ୍ଟୋବର ୭ ତାରିଖରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧୨୦୦ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୫୦ ଲୋକଙ୍କୁ ବନ୍ଧକ ରଖାଯାଇଥିଲା। ସେବେଠାରୁ ଇସ୍ରାଏଲ ପାଲେଷ୍ଟାଇନର ହମାସ ଯୋଦ୍ଧା ଏବଂ ନେତାଙ୍କ ବିରୋଧରେ ଲଗାତାର ଆକ୍ରମଣ କରିଆସୁଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଅକ୍ଟୋବରରୁ ହୋଇଥିବା ଆକ୍ରମଣ ପରଠାରୁ ୩୯,୩୬୦ ରୁ ଅଧିକ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି ଏବଂ ୯୦,୯୦୦ ରୁ ଅଧିକ ଆହତ ହୋଇଛନ୍ତି।

Breaking News Hamas ismail haniyeh israel Israel Hamas Israel Hamas War
Share. Facebook Twitter LinkedIn Email WhatsApp Copy Link

Related Posts

ଅବତରଣ ସମୟରେ ରନୱେରେ ଖସିଗଲା ଏୟାର ଇଣ୍ଡିଆର ବିମାନ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

July 21, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025

ନୀତିଶ ରେଡ୍ଡିଙ୍କ ସ୍ଥାନରେ କିଏ ଖେଳିବେ?: ଗୌତମ ଗମ୍ଭୀରଙ୍କ ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ

July 21, 2025

ଛାତ୍ର କଂଗ୍ରେସ ସଭାପତିଙ୍କ ଦୁଷ୍କର୍ମ ଅଭିଯୋଗ ଅନୁଧ୍ୟାନ ପାଇଁ କଂଗ୍ରେସ ଗଠନ କଲା କମିଟ, ସସ୍ମିତା ଅଧ୍ୟକ୍ଷା

July 21, 2025
Latest News

ଅବତରଣ ସମୟରେ ରନୱେରେ ଖସିଗଲା ଏୟାର ଇଣ୍ଡିଆର ବିମାନ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

July 21, 2025

ମୋଦି, ରାହୁଲ ଗାନ୍ଧୀ ନା ଚିରାଗ, ବିହାରର ଦଳିତଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ଲୋକପ୍ରିୟ?: ସର୍ଭେରେ ବଡ଼ ଖୁଲାସା

July 21, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025

ନୀତିଶ ରେଡ୍ଡିଙ୍କ ସ୍ଥାନରେ କିଏ ଖେଳିବେ?: ଗୌତମ ଗମ୍ଭୀରଙ୍କ ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ

July 21, 2025

ଛାତ୍ର କଂଗ୍ରେସ ସଭାପତିଙ୍କ ଦୁଷ୍କର୍ମ ଅଭିଯୋଗ ଅନୁଧ୍ୟାନ ପାଇଁ କଂଗ୍ରେସ ଗଠନ କଲା କମିଟ, ସସ୍ମିତା ଅଧ୍ୟକ୍ଷା

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.