Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଆ ଚଳଚ୍ଚିତ୍ର ‘ତୋ ପାଇଁ ମୁଁ ଗାଉଛି ଗୀତ’ ର ଶୁଭ ମହୁରତ
ଆଜିର ଖବର

ଓଡ଼ିଆ ଚଳଚ୍ଚିତ୍ର ‘ତୋ ପାଇଁ ମୁଁ ଗାଉଛି ଗୀତ’ ର ଶୁଭ ମହୁରତ

July 31, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆରୋହୀ ମିଡ଼ିଆ ହାଉସ ପ୍ରସ୍ତୁତ ଏକ ପାରିବାରିକ ତଥା ସଙ୍ଗୀତ ଭିତ୍ତିକ ଓଡ଼ିଆ ଚଳଚ୍ଚିତ୍ର ତୋ ପାଇଁ ମୁଁ ଗାଉଛି ଗୀତ ର ଶୁଭ ମହୁରତ ରାଜଧାନୀ ର ଏକ ତାରକା ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି।

ଏହି ଶୁଭ ମହୁରତ ଅବସରରେ ଅତିଥି ଭାବେ ସିନେ ଜଗତର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଯୋଜକ ଜୁବୁଲି ସୁନ୍ଦର ରାୟ,ଯୁଗଳ ଦେବତା,ବରିଷ୍ଠ ଅଭିନେତା ଅସିତ ପତି, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଯୋଜକ ସୁମନ୍ତ କୁମାର ସଅ, ଶ୍ରୀତମ ଦାସ,ସଂଳାପକାର ଡ଼ ରଜନୀ ରଞ୍ଜନ,ପ୍ରିୟବ୍ରତ ପଣ୍ଡା ,ଅଭିନେତା ଆକାଶ ସୋନି, ଅଭିନେତ୍ରୀ ଡୋନା ସାମନ୍ତ ଙ୍କ ସମେତ ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ, ସଂଳାପକାର ଡଃ ରଜନୀ ରଞ୍ଜନ, ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ରର ପରିକଳ୍ପନା ସହିତ ଚିତ୍ରନାଟ୍ୟ ରଚନା ଏବଂ ପ୍ରଯୋଜନା କରିଛନ୍ତି ସୁମନ୍ତ କୁମାର ସଅ। କାହାଣୀ ରଚନା କରିଛନ୍ତି ଅସିତ ପତି ଏବଂ ସଂଳାପ ରଚନା କରିଛନ୍ତି ଡଃ ରଜନୀ ରଞ୍ଜନ। ଶତାଧିକ ଚଳଚ୍ଚିତ୍ରର ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଥିବା ତଥା ମିଷ୍ଟର ରୋମିଓ, ମାୟା ଭଳି କେତେ ଗୁଡିଏ ଚଳଚ୍ଚିତ୍ର ର ନିର୍ଦ୍ଦେଶନା ଦେଇଥିବା ଯୁବ ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି। ଡଃ ନିର୍ମଳ ନାୟକ ଙ୍କ ଗୀତ କୁ ସୁନ୍ଦର ଭାବେ ସଙ୍ଗୀତ ର ରୂପ ଦେଇଛନ୍ତି ଅଭିଜିତ ମଜୁମଦାର। ଚିତ୍ରତ୍ତୋଳନ ରେ ଅଛନ୍ତି ଚିତ୍ତରଞ୍ଜନ ବିଶ୍ୱାଳ।

ଚଳଚ୍ଚିତ୍ର ତୋ ପାଇଁ ମୁଁ ଗାଇବି ଗୀତ ଏକ ସମ୍ପୂର୍ଣ୍ଣ ପାରିବାରିକ ସହିତ ସଙ୍ଗୀତମୟ ଚଳଚ୍ଚିତ୍ର।  ସଙ୍ଗୀତ ପାଇଁ ମଣିଷର ତ୍ୟାଗ, ପରିବାର ପ୍ରତି ତ୍ୟାଗ ଏଥିରେ ପ୍ରତିଫଳିତ ହୋଇଛି। ପ୍ରେମ, ପ୍ରଣୟ ସବୁ କିଛି ଫେଣ୍ଟାଫେଣ୍ଟି ଭିତରେ ସଙ୍ଗୀତ ପାଇଁ ଥିବା ତ୍ୟାଗ କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଯୋଉ ତ୍ୟାଗ ପାଇଁ ନାୟକ ସଫଳତାର ସିଡ଼ି ଚଢିବାରେ ସୁଯୋଗ ପାଉଛି।  ଏମିତି କିଛି ସଙ୍ଗୀତ ଭିତ୍ତିକ ଧାରା ରେ କାହାଣୀ ଗଢ଼ା ହୋଇ ମହୁରତ ପରେ ସୁଟିଂ ଫ୍ଲୋର କୁ ଓହ୍ଲାଇଛି “ତୋ ପାଇଁ ମୁଁ ଗାଇବି ଗୀତ” ଚଳଚ୍ଚିତ୍ର।

ଚଳଚ୍ଚିତ୍ରର ବଳିଷ୍ଠ କାହାଣୀ ଏବଂ ଚଳଚ୍ଚିତ୍ର ସହିତ ଜଡିତ ଥିବା ଦମଦାର ଟିମ୍ ଉପରେ ଅନେକ ବିଶ୍ୱାସ ରଖିଛନ୍ତି ପ୍ରଯୋଜକ। ବିଗତ ଦିନ ମାନଙ୍କରେ ସଫଳତା ପାଇଥିବା ଅନେକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ର ଭିତରୁ ତୋ ପାଇଁ ମୁଁ ଗାଇବି ଗୀତ ଢେର ସଫଳତା ପାଇବ ଏବଂ ଦର୍ଶକାଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି। ଏହି ଚଳଚ୍ଚିତ୍ର ର ପ୍ରଚାର ଓ ପ୍ରସାର ଦାୟିତ୍ୱ ବହନ କରିଛନ୍ତି ମିଡ଼ିଆ ପ୍ଲାନର ର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ।

ଓଡିଆ ଚଳଚ୍ଚିତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ: ୧୨ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

April 22, 2026

ବଢିଲା ଆମେରିକା – ଇରାନ ଅସ୍ତ୍ରବିରତି

April 22, 2026

କେତେ ସମୟ ଚାଲିବା ଭଲ, ଜାଣନ୍ତୁ ଶରୀର ଉପରେ ଚାଲିବା ସମୟ କିପରି ପ୍ରଭାବ ପକାଏ ?

April 22, 2026

ସକାଳୁ ସକାଳୁ ଗୋଇଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ଅଣଦେଖା କରନ୍ତୁ ନାହିଁ , ହୋଇପାରେ ବଡ ସମସ୍ୟା

April 22, 2026
Latest News

ଆଜି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ: ୧୨ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

April 22, 2026

ବଢିଲା ଆମେରିକା – ଇରାନ ଅସ୍ତ୍ରବିରତି

April 22, 2026

କେତେ ସମୟ ଚାଲିବା ଭଲ, ଜାଣନ୍ତୁ ଶରୀର ଉପରେ ଚାଲିବା ସମୟ କିପରି ପ୍ରଭାବ ପକାଏ ?

April 22, 2026

ସକାଳୁ ସକାଳୁ ଗୋଇଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ଅଣଦେଖା କରନ୍ତୁ ନାହିଁ , ହୋଇପାରେ ବଡ ସମସ୍ୟା

April 22, 2026

୨୨ ଏପ୍ରିଲରେ ଧନୁ ଏବଂ କନ୍ୟା ରାଶି ପାଇଁ ବଡ଼ ଲାଭ, ପଦୋନ୍ନତିର ସଙ୍କେତ!

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.